www.samajalive.in
Thursday, December 11, 2025
18.1 C
Bhubaneswar

ଗୋଡଭଙ୍ଗା ଘାଟିରେ ସାବୁନ ବୋଝେଇ ଟ୍ରକ ଓଲଟିଲା

କେଶଦୁରାପାଳ : ସାବୁନ ବୋଝେଇ ୧୨ ଚକିଆ ଟ୍ରକ ଓଲଟି ପଡିଥିବା ବେଳେ ଡ୍ରାଇଭର ହେଲପର ଆହତ ହୋଇଥିବା ଜଣାପଡିଛି।ସୁଚନା ରୁ ଜଣାଯାଏ ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ଘାଟୀ ମରଣଯନ୍ତା ପାଲଟିଛି ୫୩ ନମ୍ବର ରାଜ୍ୟ ରାଜପଥ ଗୋଡଭଙ୍ଗା ଘାଟିରେ ଶୁକ୍ରବାର ରାତି ୧୨ ଟା ସମୟରେ ସାବୁନ ବୋଝେଇ ୧୨ ଚକିଆ ଟ୍ରାକ ୟୁପି ୨୦ ଟି ୦୦୯୫ଗାଡି ନମ୍ବର ହରିଦ୍ବାର ରୁ କଟକ ଅଭିମୁଖେ ଯାଉଥିବା ବେଳେ ଗୋଡଭଙ୍ଗା ଘାଟି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିବା ବେଳେ ଡ୍ରାଇଭର ହେଲପର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ଗୋଡଭଙ୍ଗା ଘାଟିରେ ବାରମ୍ବାର ଦୁର୍ଘଟଣା ସବୁ ସମୟରେ ହେଉଥିବା ବେଳେ ଦୁଇ ଦିନ ପୂର୍ବରୁ ସାତକୋଶିଆ କିଛି ଯୁବକ ମାନେ ରାସ୍ତା ପାର୍ଶ୍ବରେ ଛୋଟ ଛୋଟ ଗଛ ବଡିଥିବା ସଫାଇ କରିଥିଲେ। ଏଥିପାଇଁ ସାଧାରଣ ଲୋକ ଓ ଗାଡି ଚାଳକ ମାନେ ନାହିଁ ନଥିବା ଦୁର୍ଘଟଣାରେ ଅନେକ ନିରୀହ ଜୀବନ ଗାଲିଯାଉଛି । ୫୩ ନମ୍ବର ରାଜ୍ୟ ରାଜପଥ ଏହି ରାସ୍ତା ଦେଇ କଲିକତା ଅଭିମୁଖେ ସବୁ ସମୟରେ ଶହ ଶହ ଗାଡ଼ି ଯିବା ଆସିବା କରୁଥିବା ବେଳେ ଅଣଓସାରିଆ ରାସ୍ତା ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଜଣାପଡ଼ିଛି । ଏଥିପ୍ରତି ଦୃଷ୍ଟି ହୋଇ ରାସ୍ତାର ପ୍ରସସ୍ଥି କରଣ କରିବା ପାଇଁ ଗୋଡଭଙ୍ଗା ଗ୍ରାମବାସୀମାନେ ଦାବି କରିଛନ୍ତି।

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories