www.samajalive.in
Thursday, December 11, 2025
18.1 C
Bhubaneswar

ଆନନ୍ଦପୁର ପୋଲ ସଞ୍ଜୋଗୀ ରାସ୍ତା ଫାଟି ଆଁ କରିଛି

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡ ଅଧିନ ଓସ୍ତିଆ ପଞ୍ଚାୟତରେ ରହିଛି ଆନନ୍ଦପୁର ପୋଲ। ବିନ୍ଧାଣିମା ଠାରୁ ସୁବର୍ଣ୍ଣପୁର-ଆନନ୍ଦପୁର-ଫୁଲବାଡିକୁ ସଞ୍ଜୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଆନନ୍ଦପୁର ଠାରେ ରହିଛି ଏକ ନିଚା ଅଣଓସାରିଆ ପୁରୁଣା ପୋଲ। ଯାହାକି ଅଂଶୁପା ହ୍ରଦରୁ କାବୁଲା ନାଳ ଦେ ଏହି ପୋଲ ତଳେ ଜଳ ନିଷ୍କାସନ ହୋଇଥାଏ। ମହାନଦୀରେ ବନ୍ୟା ଆସିଲେ ୧୦ରୁ ୧୨ଫୁଟ ପାଣି। ଜୀବନ ଯାତ୍ରା ଓ ଗମନା ଗମନ ହୁଏ ବାଧାପ୍ରାପ୍ତ। ଅଞ୍ଚଳବାସୀ ଦୀର୍ଘଦିନ ହେବ ସୁବର୍ଣ୍ଣପୁର ପୋଲଠାରୁ ଏହି ରାସ୍ତାକୁ ଉଚ୍ଚା ଏବଂ ଆନନ୍ଦପୁର ଠାରେ ଥିବା ପୋଲକୁ ପୁନଃରୁଦ୍ଧାର କରିବା ସହିତ ଉଚ୍ଚା ଓ ପ୍ରଶସ୍ତିକରଣ କରିବା ପାଇଁ ବିଭାଗକୁ ଅନୁରୋଧ କରାଯାଉଥିଲେ ମଧ୍ୟ ଅଣଦେଖା ଅଞ୍ଚଳବାସୀଙ୍କ ଅସନ୍ତୋଷର କାରଣ ହୋଇଛି। ରାସ୍ତାଟି ବାରଙ୍ଗ ଡିଭିଜନ ଅଣ୍ଡରରେ ଆସୁଥିବାରୁ ଜନସାଧାରଣ ସିଧାସଳଖ ଭାବରେ ଅଧିକାରୀଙ୍କ ନିକଟରେ ସାକ୍ଷାତ କରିବା ସମ୍ଭବ ହୋଇପାରୁନଥିବା କହିଛନ୍ତି। ସୂଚନା ଯୋଗ୍ୟ ଯେ ମହାନଦୀର ମଧ୍ୟମ ଧରଣର ଚଳିତ ବନ୍ୟାରେ ଓସ୍ତିଆ,ସୁବର୍ଣ୍ଣପୁର ଅଞ୍ଚଳ ବ୍ୟାପକ ଚାଷ ଜମୀ କ୍ଷତି ହୋଇଥିଲା ବେଳେ କାବୁଲାଯୋର ଉପରେ ଥିବା ଆନନ୍ଦପୁର ପୋଲଟିର ସଞ୍ଜୋଗୀ ରାସ୍ତା ବନ୍ୟା ଜଳରେ ପ୍ରଭାବିତ ହୋଇଛି। ସଞ୍ଜୋଗୀ ରାସ୍ତାଟିର କଂକ୍ରିଟ ଢଳେଇ ଫାଟି ଆଁ କରିଛି। ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ଦୃଷ୍ଟି ଦିଆଯାଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କତ୍ତୃପକ୍ଷ ପୋଲ ସଞ୍ଜୋଗୀ ରାସ୍ତାଟି ପରିଦର୍ଶନ କରି ମରାମତି କାର୍ଯ୍ୟ କିମ୍ବା ପୁନଃରୁଦ୍ଧାର କାର୍ଯ୍ୟପ୍ରତି ଦୃଷ୍ଟି ନଦେଲେ ପୋଲଟି ପ୍ରତି ବିପଦ ଆସିପାରେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories