www.samajalive.in
Friday, December 12, 2025
16.1 C
Bhubaneswar

କରୋନା ଯୋଗୁଁ ଅନିଶ୍ଚିତତାରେ ହବିଷ୍ୟାଳି ଶିବିର

ପୁରୀ : କରୋନା ବିପତ୍ତି ଯୋଗୁଁ ଚଳିତବର୍ଷ ରାଜ୍ୟ ସରକାର ପୁରୀରେ ହବିଷ୍ୟାଳି ଶିବିର ଆୟୋଜନ କରିବେ କି ନାହିଁ ସେଥିନେଇ ଅନିଶ୍ଚିତତା ଦେଖାଦେଇଛି।
ସରକାରୀ ଶିବିରରେ ରହି ଶ୍ରୀକ୍ଷେତ୍ରରେ ହବିଷ୍ୟବ୍ରତ ପାଳନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କଠାରୁ ଏପର୍ଯ୍ୟନ୍ତ ଦରଖାସ୍ତ ଆହ୍ବାନ କରାଯାଇ ନାହିଁ। ପ୍ରତ୍ୟେକ ବର୍ଷ ପ୍ରାୟ ୨୫ଶହ ହବିଷ୍ୟାଳିଙ୍କୁ ପୁରୀରେ ସରକାର ମାଗଣା ରହିବା, ଯାତାୟତ ଏବଂ ମହାପ୍ରସାଦ ଯୋଗାଇ ଦେଇ ଆସୁଛନ୍ତି। ସରକାରଙ୍କ ଏହି ଯୋଜନାପ୍ରତି ଲୋକପ୍ରିୟତା ବୃଦ୍ଧି ପାଇଛି। ରାଜ୍ୟର ଶହ ଶହ ଗରିବ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ହବିଷ୍ୟବ୍ରତ ପାଳନ କରିବାର ସୁଯୋଗ ପାଉଛନ୍ତି।

ଗତବର୍ଷ ନରେନ୍ଦ୍ରକୋଣସ୍ଥିତ ନିର୍ମାଣାଧିନ ହବିଷ୍ୟାଳି ଶିବିର ଏବଂ ରେଳଷ୍ଟେସନ ନିକଟସ୍ଥ ପର୍ଯ୍ୟଟନ କ​‌େ​ମ୍ପ୍ଲକ୍ସରେ ହବିଷ୍ୟାଳି ଶିବିର ଖୋଲାଯାଇଥିଲା। ଜିଲା ପ୍ରଶାସନ ହବିଷ୍ୟାଳିଙ୍କ ପାଇଁ ମାଗଣା ରହିବା ବ୍ୟବସ୍ଥା କରିଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ଏକମାସ ଧରି ମହାପ୍ରସାଦ ଯୋଗାଇ ଦିଆଯାଇଥିଲା।
ଚଳିତବର୍ଷ ଦେଖା ଦେଇଥିବା କରୋନା ମହାବିପତ୍ତି ସେଥିରେ ବାଧକ ସାଜିବା ଯଥେଷ୍ଟ ସମ୍ଭାବନା ରହିଛି। ଆଗାମୀ କାର୍ତ୍ତିକମାସରେ ପୁରୀରେ ହବିଷ୍ୟାଳି ଶିବିର ଆୟୋଜନ କରାଯିବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ଆନୁଷ୍ଠାନିକ ଭାବେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଗ୍ରହଣ କରିନାହଁାନ୍ତି। ତେବେ ହବିଷବ୍ରତ ପାଇଁ ଶ୍ରୀକ୍ଷେତ୍ର ଅସୁଥିବା ଅଧିକାଂଶ ଶ୍ରଦ୍ଧାଳୁଙ୍କ ବୟସ ୬୦ରୁ ୭୦ ମଧ୍ୟରେ ହୋଇଥିବାରୁ କରୋନା ସ୍ଥିତିରେ ସୁଧାର ନଆସିଲେ ସେମାନଙ୍କ ପାଇଁ ଶିବିର ଆୟୋଜନ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି।

- Advertisement -

ତେଣୁ ହବିଷ୍ୟାଳି ଶିବିର ଆୟୋଜନ ସମ୍ପର୍କରେ ଜିଲା ପ୍ରଶାସନ କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରସ୍ତୁତିପର୍ବ ଆରମ୍ଭ ହୋଇନାହିଁ। କାର୍ତ୍ତିକମାସ ପାଖେଇ ଆସୁଥିବାରୁ ପ୍ରତ୍ୟେକବର୍ଷ ହବିଷବ୍ରତ ପାଇଁ ପୁରୀ ଆସୁଥିବା କେତେକ ହବିଷ୍ୟାଳି ବିଭିନ୍ନ ଅଧିକାରୀଙ୍କୁ ଟେଲିଫୋନ କରି ଶିବିର ଆୟୋଜନ ସମ୍ପର୍କରେ ପଚାରୁଥିବା ଜଣାପଡିଛି। ଚଳିତବର୍ଷ ନଭେମ୍ବର ୧ତାରିଖଠାରୁ କାର୍ତ୍ତିକବ୍ରତ ଆରମ୍ଭ ହେବ।

ପୁରୀ ଜିଲାରେ ଏବେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଚଳିତମାସ ଶେଷସୁଦ୍ଧା ଯଦି କରୋନା ସ୍ଥିତିରେ ସୁଧାର ଆସିନଥାଏ ତାହାଲେ ରାଜ୍ୟ ସରକାର ଶ୍ରୀକ୍ଷେତ୍ରରେ ହବିଷ୍ୟାଳି ଶିବିର ଆୟୋଜନ କରିବେ କି ନାହିଁ ସେ ସମ୍ପର୍କରେ ଆବଶ୍ୟକୀୟ ନିଷ୍ପତ୍ତି ଗ୍ରହଣ କରିପାରନ୍ତି।
ଏ ସମ୍ପର୍କରେ ସହକାରୀ ପର୍ଯ୍ୟଟନ ନିର୍ଦେଶକ ଶଶାଙ୍କ ଶେଖର ରଥଙ୍କ ସହ ଯୋଗାଯୋଗ କରିବାରୁ ହବିଷ୍ୟାଳି ଶିବିର ପାଇଁ ଦରଖାସ୍ତ ଗ୍ରହଣ ନିମନ୍ତେ ସରକାରଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ନିର୍ଦେଶ ମିଳିନଥିବା ସେ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories