www.samajalive.in
Sunday, December 14, 2025
26.1 C
Bhubaneswar

୫ଟି ସ୍ଥାନରେ ଅବକାରୀ ବିଭାଗର ଚଢଉ, ୫୦ଲିଟର ମହୁଲି ମଦ ଜବତ,୫ ଗିରଫ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୃଥକ ପୃଥକ ୫ଟି ସ୍ଥାନରେ ଶୁକ୍ରବାର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇ ୫୦ ଲିଟର ଦେଶୀ ହାତରନ୍ଧା ମହୁଲି ମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ବୌଦ୍ଧ ଏବଂ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ପ୍ରଥମେ ସରସରା କୁଡାସାହିରେ ଚଢଉ କରାଯାଇ ଗଣେଶ୍ୱର ମିର୍ଦ୍ଦା(୭୦)ଙ୍କ ଠାରୁ ୫ଲିଟର ପରେ ନୂଆପଡା ଗ୍ରାମରେ ଚଢଉ କରି ସଂଜୟ ମଲ୍ଲିକ(୩୭)ଙ୍କଠାରୁ ୧୦ଲିଟର,ଝାଡ୍ରାଜିଂରେ ଚଢଉକରି ଶୁଶାନ୍ତ ବେହେରା(୩୫)ଙ୍କ ଠାରୁ ୫ଲିଟର ଶେଷରେ ସମ୍ପୋଚ୍ କୁଡାସାହିରେ ଚଢଉ କରି ସୁନୁବୁଢୀ ମିର୍ଦ୍ଦା(୭୦)ଙ୍କ ଠାରୁ ୧୦ଲିଟର ଏବଂ ସରୋଜୀନୀ ମିର୍ଦ୍ଦା(୫୦)ଙ୍କ ଠାରୁ ୨୦ଲିଟର ଦେଶି ହାତରନ୍ଧା ମହୁଲିମଦ ଜବତ କରିବା ସହ ୫ଜଣଙ୍କୁ ଗିରଫ କରାଯାଇଥିଲା। ଏ ନେଇ ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ୫ଟି ପୃଥକ ପୃଥକ ମାମଲା ରୁଜୁକରାଯାଇ ୨ଜଣ ମହିଳା ସମେତ ସମସ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନିସପେକ୍ଟର ସୀମାକରଣ ବେକ ସୂଚନା ଦେଇଛନ୍ତି।
ଆଜି ଏହି ଚଢଉ ବେଳେ ବୌଦ୍ଧ ଅବକାରୀ ଇନିସପେକ୍ଟର ବିଜୟ କୁମାର ଧାରୁଆ,ହରଭଙ୍ଗା ଅବକାରୀ ଇନିସପେକ୍ଟର ସୀମାକୀରଣ ବେକ,ଏ.ଏସ.ଆଇ ରୁପେଶ ମୁଖୀ,ସଦାନନ୍ଦ କହଁର,ପଂଚମୀ ବେହେରା,କୈଳାଶ ଚନ୍ଦ୍ର ସାହୁ,ଲୋକନାଥ ଭୋଇ ପ୍ରମୁଖ ସାମିଲ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories