BSKY banner  750×100

ମରଣଯନ୍ତା ପାଲଟିଛି ପୁରୀ-ରାୟପୁର ରାସ୍ତା

barapalli news

nua o banner

ବରପାଲି:ସୋହେଲାରୁ ପୁରୀ ଜଗନ୍ନାଥ ଧାମକୁ ଲମ୍ବି ଯାଇଥିବା ରାଜ୍ୟ ସଡ଼କ ବର୍ତ୍ତମାନ ସ୍ଥିତିରେ ମରାମତି ଅଭାବରୁ ମରଣଯନ୍ତା ସାଜିଛି। ବରପାଲି ମାହାତ୍ମାଗାନ୍ଧି ଛକରୁ ସୋହେଲା ପଟକୁ ଯାଉଥିବା ମୁଖ୍ୟସଡ଼କ ଅତ୍ୟନ୍ତ ଶୋଚନିୟ ଅବସ୍ଥାରେ ବହୁ ଦିନରୁ ପଡ଼ିରହିଛି। ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଅଣଦେଖା ଯୋଗୁ ପ୍ରତିଦିନ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ଧନଜିବନ ପ୍ରତି ଆତଙ୍କ ସୃଷ୍ଟି କରୁଛି।
ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଲୋକେ ବିଭିନ୍ନ କାର୍ଯ୍ୟରେ ବାଇକ, ସାଇକେଲ ଯାତାୟାତ କରିଥାନ୍ତି। ସେହିପରି ରାସ୍ତାଟି ସୋହେଲାରୁ ପୁରୀ ଧାମକୁ ଯାଉଥିବାରୁ ବିଭିନ୍ନ ସମୟରେ ଯାନବାହାନ ସହ ବ୍ୟବସାୟିକ ଦୃଷ୍ଟି କୋଣରୁ ସୋନପୁର ବୌଦ୍ଧ ଓ ଗଞ୍ଜାମ ଅଞ୍ଚଳର ମାଲବୁହା ଭାରିଯାନ ମାନ ପ୍ରତିଦିନ ଯିବାଆସିବା କରିଥାଏ। ରାସ୍ତାର ଅନେକ ସ୍ଥାନ ପିଚୁ ଉଠିବା ସହ ଖଣ୍ଡିଆ ଖାବରା ହୋଇ ଗେଟି ପଥର ମାନ ବାହାରି ଗାତ ମାନ ସୃଷ୍ଟି ହେବାରେ ଲାଗିଛି। ଯାତାୟତ ହେଉଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ସହିତ ବାଇକ ଆରୋହି ମାନେ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣାର ଶିକାର ହେବା ନିତିଦିନିଆ କଥା ସାଜିଛି। ଗତ ଏକବର୍ଷ ପୁର୍ବରୁ ନିର୍ମାଣ ହୋଇଥିବା ରାସ୍ତା ବର୍ଷେ ନପୁରୁଣୁ ଖାଲ ସୃଷ୍ଟି ହେବା ସହ ଯାନବାହାନ ଯାଉଥିବା ବେଳେ ରାସ୍ତାର ମାଟି ଓ ପଥର ଗୁଣ୍ଡ ଉଡ଼ି ସ୍ଥାନିୟ ଲୋକଙ୍କୁ ବହୁ ଅସୁବିଧାରେ ପକାଉଛି। ରାସ୍ତାର ସଠିକ ମରାମତି ସହ ପୁନଃଦ୍ଧାର ନିମନ୍ତେ ସ୍ଥାନିୟ ସ୍ୱାଭିମାନ ମଞ୍ଚ ଜିଲ୍ଲା ପ୍ରସାସନିକ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଦାବି ଜଣାଇଛି।

Comments are closed.