www.samajalive.in
Friday, December 12, 2025
17.1 C
Bhubaneswar

ମାଁ ସମଲେଶ୍ୱରୀ ପୀଠରେ ଆରମ୍ଭ ହେଲା ଦଶହରା ପୂଜା

ସମ୍ବଲପୁର :  ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ଗୁରୁବାରରୁ ଶାରଦୀୟ ଦଶହରା ପୂଜା ଆରମ୍ଭ ହୋଇଯାଇଛି। ପ୍ରତି ବର୍ଷ ଆଶ୍ୱିନ ମାସ ଅଷ୍ଟମୀ ତିଥିରୁ ଶାରଦୀୟ ଦଶହରା ପୂଜାର ଆରମ୍ଭ ହୋଇଥାଏ। ଏଣୁ ଏହି ଦିବସରୁ ଷୋଡଶ ଦିବସୀୟ ପୂଜାରମ୍ଭ, ଷୋଡଶ ଦୀପ ପ୍ରଜ୍ୱଳନ ଏବଂ ପୁଅଁ ଜୁତିଆ ଓଷା ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ମଳ ମାସ ଆସନ୍ତା ୧୮ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ପଡୁଥିବାରୁ ୧୭ ତାରିଖ ଗୁରୁବାରରେ ମହାଳୟା, ଅମାବାସ୍ୟ ପଡୁଥିବାରୁ ସେହି ଦିନ ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଓ ଗଙ୍ଗା ଦର୍ଶନ ଅନୁଷ୍ଠିତ ହେବ। ତେଣୁ ଚଳିତ ବର୍ଷ ଅକ୍ଟୋବର ୧୭ (ଶନିବାର) ରେ ପ୍ରତିପଦା ପଡୁଥିବାରୁ ସେହି ଦିନ ନବରାତ୍ର ପୂଜାରମ୍ଭ, ମାଁ ସମଲେଶ୍ୱରୀଙ୍କ ପୀଠରେ ନବରାତ୍ର ଅଖଣ୍ଡଦୀପ ପ୍ରଜ୍ୱଳନ ହେବ।

ସେହିଭଳି ୧୮ରେ ଦ୍ୱିତୀୟା, ୧୯ରେ ତୃତୀୟା, ୨୦ରେ ଚତୁର୍ଥୀରେ ପୀଠରେ ପଞ୍ଚମୀ ହୋମ, ୨୧ରେ ଷଷ୍ଠୀ ପୂଜାର ଅନୁଷ୍ଠିତ ହେବ। ୨୨ରେ ସପ୍ତମୀ ପୂଜା ସହିତ ମାଁଙ୍କ ତ୍ରିଦିନାତ୍ମକ ଦୀପ ପ୍ରଜ୍ୱଳନ, ୨୩ରେ ମହାଷ୍ଟମୀ ତିଥିରେ ଖଣ୍ଡାଧୁଆ, ଭାଇ ଜୁଅଁତିଆ ପର୍ବ ଏବଂ ଆଖଡାର ନଗର ପରିକ୍ରମା, ୨୪ରେ ମହାନବମୀ ପୂଜା ଓ ଆଖଡା ନଗର ପରିକ୍ରମା, ୨୫ ଦଶମୀ ତିଥିରେ ଦଶହରା, ମାଁ ସମଲେଶ୍ୱରୀଙ୍କ ଅଖଣ୍ଡ ଦୀପ ବିର୍ସଜନ ଏବଂ ରଣଜିତା ଉତ୍ସବ ଅନୁଷ୍ଠିତ ହେବ। ଅକ୍ଟୋବର ୩୧ରେ କୁମାର ପୂର୍ଣ୍ଣମୀରେ ମାଁ ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ ଏବଂ ନୂତନ ଧ୍ୱଜାରୋହଣ କାର୍ଯ୍ୟକ୍ରମ ହେବ। ଚଳିତ ବର୍ଷ କରୋନା ମହାମାରୀକୁ ଧ୍ୟାନରେ ରଖି ଭକ୍ତଙ୍କୁ ମନ୍ଦିର ପ୍ରବେଶ ମନା ଥିବା ବେଳେ କେବଳ ବିଧିରକ୍ଷା ନିମନ୍ତେ ପାରମ୍ପରିକ ରିତିନିତି ଅନୁଯାୟୀ ସମସ୍ତ କୋଭିଡ – ୧୯ ନିୟମ ପାଳନ କରାଯାଇ ଦଶହରାର ସମସ୍ତ ପୂଜାର୍ଚ୍ଚନା ଅନୁଷ୍ଠିତ ହେବ ବୋଲି ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories