www.samajalive.in
Friday, December 12, 2025
26.1 C
Bhubaneswar

ଜୟଶଙ୍କର-ୱାଙ୍ଗ ୱି ଦ୍ବିପାକ୍ଷିକ କଥାବାର୍ତ୍ତା : ସୀମା ବିବାଦର ଆପୋଷ ସମାଧାନ ପାଇଁ ସମ୍ମତି

ମସ୍କୋ : ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଗୁରୁବାର ଦୁଇଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷ୍‌ର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ତାଙ୍କର ଚୀନ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ କଥାବାର୍ତ୍ତା କରିଛନ୍ତି। କଥାବାର୍ତ୍ତା ସମୟରେ ଉଭୟ ସୀମା ବିବାଦର ଆପୋଷ ସମାଧାନ ପାଇଁ ସମ୍ମତି ପ୍ରକାଶ କରିଛନ୍ତି।

ଏଲଏସିର ପାନଗଙ୍ଗ ହ୍ରଦ ନିକଟରେ ଚୀନ ସେନାର ବାରମ୍ବାର ଅନୁପ୍ରବେଶ ଉଦ୍ୟମକୁ ନେଇ ଦୁଇଦେଶର ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ପାନଗଙ୍ଗର ଦକ୍ଷିଣ ଉପକୂଳକୁ ଦଖଲ ଲାଗି ଚୀନର ଉଦ୍ୟମକୁ ଭାରତ ପଣ୍ଡ କରିଛି। ପ୍ରଥମ ଜୁନ୍ ୧୫ ତାରିଖରେ ଗଲୱାନ ଉପତ୍ୟକାରେ ଦୁଇସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିବାବେଳେ ଚୀନର ୩୫ ସୈନିକ ପ୍ରାଣ ହରାଇଥିଲା। ଏହା ପରେ ଅଗଷ୍ଟ ୨୯ ଓ ୩୦ ତାରିଖରେ ଚୀନ ସେନା ପାନଗଙ୍ଗ ହ୍ରଦର ଦକ୍ଷିଣ ଉପକୂଳକୁ ଦଖଲ କରିବାକୁ ଉଦ୍ୟମ କରିଥିଲେ। ଚୀନ ସେନାର ଏହି ଉଦ୍ୟମକୁ ଭାରତ ସେନା ପଣ୍ଡ କରିବା ସହିତ ୧୯୬୨ରୁ ଚୀନ କବ୍‌ଜାରେ ରହିଥିବା କେତେକ ଅଞ୍ଚଳକୁ ଭାରତ ନିଜ ଦଖଲକୁ ଆଣିବାରେ ସଫଳ ହୋଇଥିଲା।

- Advertisement -

ସେପ୍ଟେମ୍ବର ୭ରେ ଚୀନ ସେନା ପାରମ୍ପରିକ ଅସ୍ତ୍ର ସହିତ ଭାରତ ସେନା ଶିବିର ଉପରେ ଆକ୍ରମଣ ଉଦ୍ୟମ କରିବା ଓ ସୀମାରେ ଗୁଳି ଫୁଟିବା ଭଳି ଘଟଣା ସୀମା ଉତ୍ତେଜନାକୁ ବୃଦ୍ଧି କରିଛି। ଏହି ସୀମା ଉତ୍ତେଜନା ମଧ୍ୟରେ ଦୁଇଦେଶର ବୈଦେଶିକ ମନ୍ତ୍ରୀସ୍ତରରେ ସାକ୍ଷାତ ଆଲୋଚନା ହେଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୫ରେ ଦୁଇଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା। ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ପୂର୍ବରୁ ଉଭୟ ରୁଷ୍ ବୈଦେଶିକ ମନ୍ତ୍ରୀଙ୍କ ସହିତ ତ୍ରିପାକ୍ଷିକ ବୈଠକରେ ସାମିଲ ହୋଇଥିଲେ। ମଧ୍ୟାହ୍ନ ଭୋଜନ ଅବସରରେ ତିନି ଦେଶର ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ। ସେହିପରି ରୁଷ୍ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭଙ୍କ ସହିତ ଜୟଶଙ୍କରଙ୍କ ଦ୍ବିପାକ୍ଷିକ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା ସମୟରେ ଦୁଇଦେଶ ଦ୍ବିପାକ୍ଷିକ ବିଷୟ ସହିତ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଥିବା ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories