www.samajalive.in
Wednesday, December 10, 2025
16.1 C
Bhubaneswar

ବଲିଉଡ଼ ରାପର୍‍ ରଫ୍‍ତାର କରୋନା ପଜିଟିଭ୍‍; କହିଲେ ଯାନ୍ତ୍ରିକ ତ୍ରୁଟି ଥାଇପାରେ

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ ରାପର୍‍ ରଫ୍‍ତାର୍‍ଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଛି। ଏନେଇ ସାମାଜିକ ଗଣମାଧ୍ୟମ ଜରିଆରେ ସେ ନିଜେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ହୋମ୍‍ କ୍ୱାରେଣ୍ଟାଇନରେ ଅଛନ୍ତି। ତେବେ ରଫ୍‍ତାରଙ୍କ କହିବାନୁସାରେ, ସେ ସମ୍ପୂର୍ଣ୍ଣ ସୁ୍‍ସ୍ଥ ଅନୁଭବ କରୁଛନ୍ତି ହୁଏତ କୌଣସି ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ।

ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ଲେଖିଛନ୍ତି, “ମୁଁ ଆପଣଙ୍କୁ କିଛି କହିବାକୁ ଚାହୁଁଛି। ମୁଁ ରାଓଡିଜ୍ ଶୁଟିଂ ପାଇଁ ଯିବାର ଥିଲା। ଏହା ପୂର୍ବରୁ ମୋଟ କୋଭିଡ୍ ଟେଷ୍ଟ କରାଗଲା। ମୋର ପ୍ରଥମ ଦୁଇଟି ଟେଷ୍ଟ ନେଗେଟିଭ୍ ଆସିଥିଲା କିନ୍ତୁ ତୃତୀୟଟି ପଜିଟିଭ୍ ଆସିଲା। ବିଏମ୍‌ସିର ପରାମର୍ଶ କ୍ରମେ ବର୍ତ୍ତମାନ ମୁଁ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ଅଛି।”

- Advertisement -

ସେ ଆହୁରି ଲେଖିଛନ୍ତି, “ମୁଁ ପରବର୍ତ୍ତୀ ଟେଷ୍ଟ ପାଇଁ ଅପେକ୍ଷା କରିଛି। କାରଣ ମୋତେ ଲାଗୁଛି ଏହା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଥାଇପାରେ। କାରଣ ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋର କୌଣସି ପ୍ରକାର ଲକ୍ଷଣ ମଧ୍ୟ ନାହିଁ। କିନ୍ତୁ ନିଜକୁ ଆଇସୋଲେସନ୍‌ରେ ରଖିବା ମୋର କର୍ତ୍ତବ୍ୟ। ମୁଁ ସୁସ୍ଥ ଅଛି। ଆଗକୁ ମୋ ସ୍ଵାସ୍ଥ୍ୟ ବିଷୟରେ ମୁଁ ସୂଚନା ଦେବି।”

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories