www.samajalive.in
Wednesday, December 10, 2025
26.1 C
Bhubaneswar

ପରେଶ ରାୱଲ ହେଲେ ଏନଏସଡି ଅଧ୍ୟକ୍ଷ

ନୂଆଦିଲ୍ଲୀ : ବଲିଉଡର ପ୍ରଖ୍ୟାତ ଅଭିନେତା ତଥା ପୂର୍ବତନ ବିଜେପି ସାଂସଦ ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି  ଦିଆଯାଇଛି। ସଂସ୍କୃତି ମନ୍ତ୍ରୀ ପ୍ରହଲଦା ସିଂହ ପଟେଲ ଗୁରୁବାର ଏହି ସୂଚନା ଦେଇଛନ୍ତି। ଶ୍ରୀ ପଟେଲ ଟୁଇଟ୍ କରି କହିଛନ୍ତି, ‘ପ୍ରଖ୍ୟାତ କଳାକାର ପରେଶ ରାୱଲଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଏନଏସଡିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।  ଦେଶର କଳାକାର ଏବଂ ଛାତ୍ରମାନେ ତାଙ୍କ ପ୍ରତିଭା ଦ୍ୱାରା ଉପକୃତ ହେବେ। ହାର୍ଦ୍ଦିକ ଅଭିନନ୍ଦନ। ‘

୬୫ ବର୍ଷ ବୟସ୍କ ଅଭିନେତା ଶ୍ରୀ ରାୱଲଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏନଏସଡିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି,ଏନଏସଡିର ଅଧ୍ୟକ୍ଷ ପଦବୀ ୨୦୧୭ରୁ ଖାଲି ପଡି ଥିଲା । ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିବା ପରେଶ ରାୱଲଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି ଏବଂ ସେ ମଧ୍ୟ ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି।

- Advertisement -

ଅଧ୍ୟକ୍ଷ ହେବା ପରେ ପରେଶ ରାୱଲ କହିଛନ୍ତି, ଏହା ଏକ ଚ୍ୟାଲେଞ୍ଜ କିନ୍ତୁ ବେଶ ମଜାଦାର ହେବ। ମୁଁ ମୋର ଯଥାସମ୍ଭବ ଚେଷ୍ଟା କରିବି କାରଣ ଏହା ଏଭଳି ଏକ କ୍ଷେତ୍ର ଯାହାକୁ ମୁଁ ଭଲ ଭାବରେ ଜାଣେ। ଅନ୍ୟପକ୍ଷରେ ସଂସ୍କୃତି ମନ୍ତ୍ରଣାଳୟର ମିଡିଆ ପରାମର୍ଶଦାତା ନିତିନ ତ୍ରିପାଠୀ କହିଛନ୍ତି ଯେ ପୂର୍ବତନ ସାଂସଦ ଶ୍ରୀ ରାୱଲଙ୍କୁ ଚାରି ବର୍ଷ ପାଇଁ ନିଯୁକ୍ତ କରାଯାଇଛି।

Hot this week

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories