www.samajalive.in
Thursday, December 11, 2025
16.1 C
Bhubaneswar

ପାହାଡ଼ୀ ଝିଅର ସାହସିକତା

ହିମାଚଳ ପ୍ରଦେଶର ଏକ ଛୋଟ ଗାଁର ଝିଅ ହେଉଛନ୍ତି ସୀମା ଠାକୁର। ହେଲେ ତାଙ୍କ ସାହସିକତା ପାଇଁ ଆଜି ସେ ପୂରା ଦେଶରେ ଚର୍ଚ୍ଚିତ। ସ୍ଥାନୀୟ ଲୋକ ସୀମାଙ୍କ ପାଇଁ ଗର୍ବିତ ବୋଲି କହି ବୁଲୁଛନ୍ତି। କରୋନା ମହାମାରୀ ସମୟରେ ସେଠାକାର ପୁରୁଷ ବସ୍ ଡ୍ରାଇଭର୍‌ମାନେ ଘରୁ ଗୋଡ଼ କାଢ଼ିବାକୁ ସାହସ ଜୁଟାଇ ପାରିନଥିଲେ। ଏଭଳି ସମୟରେ ସୀମା ନିଜ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ପ୍ରଶଂସାର ପାତ୍ର ହୋଇଛନ୍ତି। ହିମାଚଳ ପ୍ରଦେଶ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ୍‌‌ର ତଥ୍ୟ ଅନୁସାରେ ମୋଟ୍ ୮,୮୧୩ ଜଣ କର୍ମଚାରୀଙ୍କ ମଧ୍ୟରୁ ସୀମା ହେଉଛନ୍ତି ଏକମାତ୍ର ମହିଳା ବସ୍ ଡ୍ରାଇଭର୍, ଯିଏ ମହାମାରୀ ସମୟରେ କାମ କରିବାକୁ ପଛଘୁଞ୍ଚା ଦେଇନଥିଲେ।

ଡାକ୍ତର, ସେବିକା, ପୁଲିସ୍ କର୍ମଚାରୀଙ୍କୁ ଯଥା ସମୟରେ ଗନ୍ତବ୍ୟ ସ୍ତଳରେ ପହଞ୍ଚାଇବାର ଦାୟିତ୍ବ ସୀମା ନେଇଥିଲେ। ୨୦୧୬ ମେ ୫ରେ ସେ ମହିଳା ବସ୍ ଡ୍ରାଇଭର୍ ଭାବେ ନିଯୁକ୍ତି ପାଇଥିଲେ। ନିଜ କାମରେ ତାଙ୍କୁ ଆତ୍ମସନ୍ତୋଷ ମିଳୁଥିବାବେଳେ ମହାମାରୀର ଲକଡାଉନ୍‌ ସମୟରେ ସେ ତୁଲାଇଥିବା ଦାୟିତ୍ବ ପାଇଁ ଗର୍ବିତ ଥିବାର ସୀମା କହିଛନ୍ତି। ଘରେ ତାଙ୍କର ବୃଦ୍ଧ ବାପା, ମା ଓ ଭାଇ। କରୋନାର ଭୟାବହତା ଦେଖି ସେମାନେ ମଧ୍ୟ ଚାହୁଁନଥିଲେ, ଝିଅ ତାଙ୍କର ଏଭଳି ସମୟରେ କାମ କରୁ। ହେଲେ ସୀମା ସମସ୍ତଙ୍କୁ ବୁଝାଇ କାମ​‌ରେ ଯୋଗ ଦେଇଥିଲେ। ପାହାଡ଼ୀ ଝିଅର ଏଇ ସାହସିକତାକୁ ବିଭିନ୍ନ ମହଲରେ ସାବାସି ଦିଆଯାଇଛି।

Hot this week

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories