www.samajalive.in
Sunday, December 7, 2025
16.1 C
Bhubaneswar

ଧୋନି ସିଏସ୍‌କେର ପରବର୍ତ୍ତୀ ଅଧିନାୟକ ପ୍ରସ୍ତୁତ କରୁଛନ୍ତି : ବ୍ରାଭୋ

ମୁମ୍ବଇ : ଭାରତୀୟ ଦଳର ଅଧିନାୟକ ଥିବା ବେଳେ ବିରାଟ କୋହଲିଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ଭାବେ ଗଢ଼ିବା ସହ ପ୍ରସ୍ତୁତ କରାଇଥିଲେ ମହେନ୍ଦ୍ର ସିଂହ ଧୋନି। ଯେତେବେଳେ ଧୋନି ଅନୁଭବ କଲେ ଯେ କୋହଲି ଏହି ଦାୟିତ୍ୱ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଛନ୍ତି; ନିଜେ କୋହଲିଙ୍କ ପାଇଁ ଗାଦି ଛାଡ଼ିଦେଲେ। ଏବେ ତାଙ୍କ ଆଇପିଏଲ୍‍ ଦଳ ଚେନ୍ନଇ ସୁପର କିଙ୍ଗ୍‍ସ ପାଇଁ ସମାନ ଯୋଜନା କରୁଛନ୍ତି ଧୋନି। ତାଙ୍କ ଉତ୍ତରାଧିକାରୀ ଭାବେ ଆଗକୁ ସିଏସ୍‌କେର ନେତୃତ୍ୱ କିଏ ନେବେ; ଏବେଠାରୁ ଧୋନି ତାହା ଚିନ୍ତା କରୁଛନ୍ତି ବୋଲି କହୁଛନ୍ତି ସିଏସ୍‌କେର ଅଲ୍‍ରାଉଣ୍ଡର ୱେଷ୍ଟଇଣ୍ଡିଜ୍‍ର ଡ୍ୱେନ୍‍ ବ୍ରାଭୋ। ୧୨ଟି ଆଇପିଏଲ୍‍ ସଂସ୍କରଣ ମଧ୍ୟରୁ ନିଲମ୍ବିତ ହୋଇଥିବାରୁ ସିଏସ୍‌କେ ୨ଟି ସିଜିନ୍‍ ଆଇପିଏଲ୍‍ ଖେଳିନଥିଲା। ବାକି ୧୦ଟିଯାକ ସଂସ୍କରଣରେ ଧୋନି ହିଁ ସିଏସ୍‌କେର ନେତୃତ୍ୱ ନେଇଛନ୍ତି। ଏହି ୧୦ଟିରୁ ୩ଟି ସଂସ୍କରଣରେ ସିଏସ୍‌କେ ଚମ୍ପିଆନ୍‍ ହୋଇଛି।

ଏକ ଗଣମାଧ୍ୟମକୁ ବ୍ରାଭୋ କହିଛନ୍ତି, ଆମେ ଜାଣିଛୁ ଯେ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଆମେ ସମସ୍ତେ ଦିନେ ନା ଦିନେ କ୍ରିକେଟ୍‍ରୁ ଅପସରି ଯିବୁ। ଆମ ସ୍ଥାନ ଅନ୍ୟ ଖେଳାଳି ନେବେ। ଏହା ଧୋନିଙ୍କ ମନରେ ନିଶ୍ଚୟ ରହିଛି। ଖେଳାଳି ଭାବେ ଏବଂ ଅଧିନାୟକ ଭାବେ ତାଙ୍କ ଉତ୍ତରାଧିକାରୀଙ୍କୁ ବାଛିବା କଥା ଧୋନି ନିଶ୍ଚୟ ଚିନ୍ତା କରିଥିବେ। ସୁରେଶ ରୈନା କିମ୍ବା ତାଙ୍କଠାରୁ ଯୁବ କ୍ରିକେଟରଙ୍କୁ ତାଙ୍କ ସ୍ଥାନରେ ଆଗକୁ ସିଏସ୍‌କେ ଦଳର ନେତୃତ୍ୱ ପ୍ରଦାନ କରିବା କଥା ଧୋନି ନିଶ୍ଚୟ ଚିନ୍ତା କରିଥିବେ। ଏହାସହ ବ୍ରାଭୋ କହିଛନ୍ତି ଯେ ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ନେଇ ସାରିଥିଲେ ମଧ୍ୟ ଧୋନିଙ୍କ ନେତୃତ୍ୱ ନେବା ଶୖଳୀରେ କୌଣସି ପରିବର୍ତ୍ତନ ହେବନାହିଁ। ବର୍ତ୍ତମାନ ଧୋନିଙ୍କୁ ଆଉ ୧୦୦ କୋଟି ଭାରତୀୟଙ୍କ କଥା ଚିନ୍ତା କରିବାକୁ ପଡ଼ିବନାହିଁ। ଏବେ ସେ କେବଳ ସିଏସ୍‌କେ ପାଇଁ ଖେଳିବେ ଏବଂ ସିଏସ୍‌କେ ବିଷୟରେ ଚିନ୍ତାକରିବେ। ଏହାସତ୍ତ୍ବେ ଧୋନିଙ୍କ ନେତୃତ୍ୱ ନେବା ଶେଳୀ ଅପରିବର୍ତ୍ତିତ ରହିବ। ତାଙ୍କ ନେତୃତ୍ୱ ଓ ବ୍ୟକ୍ତିତ୍ୱରେ ଆପଣ କୌଣସି ପରିବର୍ତ୍ତନ ଦେଖିବେନାହିଁ। ଏହାସହ ବ୍ରାଭୋ କହିଛନ୍ତି ଯେ ସୁରେଶ ରୈନା ଓ ହରଭଜନ ସିଂହଙ୍କ ଅନୁପସ୍ଥିତି ସତ୍ତ୍ବେ ଚଳିତ ସିଜିନ୍‍ରେ ସିଏସ୍‌କେର ଏକ ମଜ୍‍ଭୁତ ଦଳ ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories