www.samajalive.in
Monday, December 8, 2025
24.1 C
Bhubaneswar

କନ୍ଧମାଳ: ପୁଣି ଜଣଙ୍କର ମୃତ୍ୟୁ ସହ ୮୫ ସଂକ୍ରମିତ ଚିହ୍ନଟ

ଫୁଲବାଣୀ: କନ୍ଧମାଳରେ ଆଜି ପୁଣି ଜଣେ କରୋନା ସଂକ୍ରମିତଙ୍କର ମୃତ୍ୟୁ ସହ ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ୪୬ ଜଣ ପୁରଷ ଓ ୩୯ ଜଣ ମହିଳା ଥିବା ବେଳେ ୮ ଜଣ କରୋନା ଯୋଦ୍ଧା ରହିଛନ୍ତି। ସର୍ବାଧିକ ଫୁଲବାଣୀରୁ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲିଗୁଡାରୁ ୮, ଖଜୁରୁପଡାରୁ ୯, ଟିକାବାଲିରୁ ୪, ଜି ଉଦୟଗିରିରୁ ୩, କେ ନୁଆଗାଁରୁ ୭, ଚକାପାଦରୁ ୭, କୋଟଗଡରୁ ଜଣେ, ଦାରିଙ୍ଗବାଡିରୁ ୭, ରାଇକିଆରୁ ୪, ଫିରିଙ୍ଗିଆରୁ ୨ ଓ ଜିଲ୍ଲା ବାହାରୁ ଜଣେ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟଙ୍କୁ ମିଶାଇ ଜିଲ୍ଲାରୁ ମୋଟ ୨୬୦୫ ଚିହ୍ନଟ ହେଲେଣି। ସେହିପରି ଆଜି ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି। ମୃତକଙ୍କ ବୟସ ୫୦ ବର୍ଷ ଓ ସେ ମଧୁମେହ ରୋଗରେ ମଧ୍ୟ ପିଡିତ ଥିଲେ। ଭୁବନେଶ୍ୱର କୋଭିଡ୍‍ ହସ୍‍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଏହାକୁ ମିଶାଇ ଜିଲ୍ଲାରୁ ୧୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇ ସାରିଲାଣି। ବର୍ତମାନ ସୁଦ୍ଧା ୨୧୮୯ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ପେରି ଯାଇଥିବା ବେଳେ ଏବେ ୪୦୨ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଥିବା ଜଣା ପଡିଛି।

Hot this week

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

Related Articles

Popular Categories