www.samajalive.in
Thursday, December 11, 2025
27.1 C
Bhubaneswar

ଏନଡ଼ିଏ ପକ୍ଷରୁ ଜେଡ଼ିୟୁ ସାଂସଦ କଲେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଲାଗି ନାମାଙ୍କନ

ଭୁବନେଶ୍ବର: ବିଭିନ୍ନ ସମୟରେ ରାଜ୍ୟସଭାରେ ସମ୍ମାନଜନକ ଉପାଧ୍ୟକ୍ଷ ପଦ ପାଇଁ ଓଡ଼ିଶାର ବିିଭିନ୍ନ ବରିଷ୍ଠ ସାଂସଦଙ୍କ ନାଁ ଚର୍ଚାକୁ ଆସିଥାଏ । ଗତଥର ପ୍ରସନ୍ନ ଆଚାର୍ଯ୍ୟଙ୍କ ନାଁ ଏଥିପାଇଁ ଚର୍ଚାରେ ଥିଲେ ହେଁ ଏନଡ଼ିଏର ଅଂଶୀଦାର ଦଳ ଜେଡ଼ିୟୁ ମାରି ନେଇଥିଲା ବାଜି । ଜେଡ଼ିୟୁ ସାଂସଦ ହରିବଂଶ ନାରାୟଣ ସିଂହ ରାଜ୍ୟସଭାରେ ଉପାଧ୍ୟକ୍ଷ ନିର୍ବାଚିତ ହୋଇଥିଲେ । ଆସନ୍ତା ୧୪ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି ଏବଂ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରଥମ ଦିନ ରାଜ୍ୟସଭା କାର୍ଯ୍ୟସୂଚୀରେ ସ୍ଥାନ ପାଇଛି । ଏହି କ୍ରମରେ ଜେଡ଼ିୟୁ ସାଂସଦ ତଥା ବର୍ତମାନର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ପୁଣିଥରେ ଉପାଧ୍ୟକ୍ଷ ନିମନ୍ତେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ରାଜ୍ୟସଭାରେ ଏବେ ଏନଡ଼ିଏ ନିକଟରେ ସଂଖ୍ୟା ଗରିଷ୍ଠତା ରହିଛି । ଏହି କାରଣରୁ ହରିବଂଶଙ୍କ ବିଜୟ ସମ୍ଭାବନା ଅଧିକ । ଏହି ନିର୍ବାଚନ ପୂର୍ବରୁ ବିଜେପି ନିଜର ସମସ୍ତ ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ହ୍ବିପ ଜାରି କରି ୧୪ ତାରିଖରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଛି ।

- Advertisement -

ହରିବଂଶଙ୍କ କାର୍ଯ୍ୟକାଳ ଏପ୍ରିଲରେ ଶେଷ ହୋଇଥିଲା ଓ ସେ ପୁନର୍ବାର ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ବିହାରରୁ ନିର୍ବାଚିତ ହୋଇଛନ୍ତି । ରାଜ୍ୟସଭା ସଚିବାଳୟରୁ ଜାରି ବିଜ୍ଞପ୍ତି ଅନୁସାରେ ନାମାଙ୍କନ ପତ୍ର ଦାଖଲ ନିମନ୍ତେ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି । ଏନଡ଼ିଏ ପ୍ରାର୍ଥୀ ଭାବରେ ହରିବଂଶ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଓ ବିଜେପି ଏ ସଂକ୍ରାନ୍ତରେ ଅନ୍ୟ ରାଜନୈତିକ ଦଳ ସହ ଆଲୋଚନା କରି ତାଙ୍କୁ ସମର୍ଥନ ଦେବାକୁ ଅନୁରୋଧ କରିବ ବୋଲି ସୂଚନା ମିିିଳିଛି । ଅବଶ୍ୟ ଗତ ୨ ବର୍ଷରେ ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷ ଭାବରେ ଅତ୍ୟନ୍ତ ସଫଳତାର ସହ ନିଜର ଦାୟିତ୍ବ ତୁଲାଇଥିବା ଦେଖିବାକୁ ମିଳିଛି ଓ ପ୍ରାୟ ସବୁ ରାଜନୈତିକ ଦଳ ଏଥିପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories