www.samajalive.in
Monday, December 8, 2025
14.1 C
Bhubaneswar

କୋଭିଡ୍ କଟକଣାରେ ଲୁଟେରାଙ୍କ ଆତଙ୍କ : ରାତି ଅଧରେ ଘରବାଲା ସହ ମୁହାମୁହିଁ, ଜଣେ ଆହତ

ଫୁଲବାଣୀ : କୋଭିଡ଼୍ କଟକଣାର ସୁଯୋଗ ନେଇ ଲୁଟେରାମାନେ ଆତଙ୍କ ସୃଷ୍ଟି କରିଛନ୍ତି। ଯେଉଁଭଳି ଭାବରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି, ସେହିପରି ଭାବରେ ଫୁଲବାଣୀ ସହରରେ ଲୁଟେରାଙ୍କର ଆତଙ୍କ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫୁଲବାଣୀରେ ପୁଲିସର ଅଖିରେ ଧୂଳିଦେଇ କିଛି ଲୁଟେରା ଓ ଅସାମାଜିକ ଯୁବକ ମାନେ ସଂଘ ବଦ୍ଧ ଓ ଯୋଜନା ବଦ୍ଧ ଭାବରେ ଫୁଲବାଣୀରେ ସହରରେ ଲଟପାଟ୍ କରିବାରେ ଲାଗିଛନ୍ତି। ସେମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ରାତିରେ ବାହାରୁଛନ୍ତି । କରୋନା ଯୋଗୁଁ ଲୋକେ ବିଭିନ୍ନ ଯାଗାରେ କ୍ୱାରେଣ୍ୱାଇନରେ ଫସିଯାଇଥିବାରୁ ସେମାନଙ୍କର ଘରେ ତାଲା ପଡିଥିବା ସୁଯୋଗରେ ଏହି ଚୋର ଦଳ ପୁର୍ବରୁ ସେହି ଘରକୁ ଟାର୍ଗେଟ କରି ରାତିରେ ଲୁଟ୍ କରିବାର ଯୋଜନା କରୁଛନ୍ତି। ସେହିପରି ଆଜି ଫୁଲବାଣୀ ସହରର କଣ୍ଟ୍ରାକ୍ଟରପଡା ଅଂଚଳରେ ଥିବା ନିରଞ୍ଜନ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ରାତି ପ୍ରାୟ ତିନିଟା ବେଳେ ୪ ଜଣ ଲୁଟେରା ଦଳ ସେଠାରେ ଚୋରୀ କରିବାକୁ ଉଦ୍ୟମ କରୁଥିବାବେଳେ ନିରଞ୍ଜନ କୁକୁରଙ୍କ ଶବ୍ଦ ଶୁଣି ନିଦରୁ ଉଠି ବାହାରକୁ ଆସିଥିଲେ। ସେଠାରେ ୪ ଜଣ ଚୋରଙ୍କୁ ଜଣଙ୍କ ଘରେ ତାଲା ଭାଙ୍ଗିାବକୁ ଉଦ୍ୟମ କରୁଥିବା ଦେଖି ସେମାନଙ୍କୁ ଅଟକାଇବାରୁ ଚୋର ମାନେ ନିରଞ୍ଜନଙ୍କ ଉପରେ ଛୁରୀ, ଲୁହାଛଡ ଓ ଠେଙ୍ଗା ଭଳି ମାରଣାସ୍ତ୍ରରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ନିରଞ୍ଜନ ସେମାନଙ୍କର ବିରୋଧ କରିବା ସହିତ ପାଟି କରିବାରୁ ସାହି ପଡୋଶୀମାନେ ଉଠି ଆସିବାରୁ ଚୋରମାନେ ସେଠାରୁ ପଳାଇ ଯାଇଥିଲେ। ପରେ ନିଞ୍ଜନ ପୁଲିସକୁ ଖବର ଦେବାକୁ ୧୦୦ ନମ୍ବରରେ ଫୋନ କରିଥିଲେ ମଧ୍ୟ କେହି ଫୁଲବାଣୀ ଟାଉନ ଥାନାରେ କେହି ଫୋନ ଉଠାଇନଥିଲେ। ଫଳରେ ନିରଞ୍ଜନ ବାଧ୍ୟ ହୋଇ ରାତି ଅଧରେ ମଧ୍ୟ ଘରୁ ଥାନାକୁ ଆସିଥିଲେ ହେଲେ ଥାନାର ମୁଖ୍ୟ ଫାଟକରେ ତାଲା ପଡିଥିବା ଦେଖି ପୁଣି ଘରକୁ ଫେରିବାବେଳେ ବାଟରେ ପୁଲିସ ପାଟ୍ରୋଲିଂ ଗାଡିକୁ ଦେଖି ଘଟଣା ବିଷୟରେ କହିବା ପରେ ପୁଲିସ ଗାଡି ଚୋର ମାନଙ୍କୁ ଖୋଜିବାରେ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ପାଇନଥିଲା। ଫଳରେ ଆଜି ନିରଞ୍ଜନ ପାଣ୍ଡେ ଥାନାରେ ଏହି ସଂକ୍ରାନ୍ତରେ ଏକ ଅଭିଯୋଗ କରିଥିଲେ ଏଥିରେ ସେ ଚୋର ମାନଙ୍କ ସହିତ ଧସ୍ତାଧସ୍ତିବେଳେ ଜଣଙ୍କୁ ଚିହ୍ନି ପାରିଛନ୍ତି ଏବଂ ତାର ନାମ ରାଜା ରଣା (୨୨) ବୋଲି ମଧ୍ୟ ପୋଲିସକୁ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ପୋଲିସ ଏକ ମାମଲା ୧୧୯/୨୦ ରୁଜ୍ଜୁ କରିବା ସହିତ ନିରଞ୍ଜନ ପାଣ୍ଡେଙ୍କୁ ଡାକ୍ତରୀ ପରୀକ୍ଷା ପାଇ ପଠାଇବା ସହିତ ଚୋର ମାନଙ୍କୁ ଖୋଜାଖୋଜି କରୁଥିବା ଜଣାପଡିଛି। ତେବେ ଏହି ଅଳ୍ପ ଦିନ ଭିତରେ ଫୁଲବାଣୀ ସହରର ବିଭିନ୍ନ ସାହି ଓ ଦୋକାନବଜାର ଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କର ଘର ଭାଙ୍ଗି ଚୋରମାନେ ଚୋରି କରିଥିବା ନେଇ ଥାନାରେ ତୁହାକୁ ତୁହା ଏତଲା ଦିଆଯାଇଛି। ହେଲେ ପୁଲିସ ବର୍ତମାନ ସୁଦ୍ଧା କାହାକୁ ଧରିବାରେ ସଫଳ ହୋଇନଥିବାରୁ ସହରବାସୀ ଏକ ପ୍ରକାର ଚିନ୍ତାରେ ପଡ଼ିଯାଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories