ଝାଡ଼ଖଣ୍ଡ: ସାଧାରଣତଃ ଭିକାରୀମାନଙ୍କ ଆୟ ଓ ସେମାନଙ୍କ ଜୀବନଶୈଳୀ ସମ୍ବନ୍ଧରେ କେବେ କେହି କିଛି ଜାଣିପାରନ୍ତି ନାହିଁ। ଏମିତି ହିଁ ଜଣେ ଭିକାରୀ ଝାଡ଼ଖଣ୍ଡରେ ନଜର ଆସିଛି,ଯାହାକୁ ଆମେ ଧନୀ ଭିକାରୀ ବୋଲି କହିପାରିବା। ଏହି ବ୍ୟକ୍ତି ଜଣକ ଝାଡ଼ଖଣ୍ଡର ଚକ୍ରଧରପୁର ରେଳ ଷ୍ଟେସନରେ ଭିକ ମାଗିଥାଏ, ହେଲେ ଅସଲରେ ତା’ର କଂସାବାସନର ବ୍ୟବସାୟ ରହିଛି। ବାସ୍ତବରେ ସେ ଜଣେ ବ୍ୟବସାୟୀ। ସବୁଠାରୁ ଆଶ୍ଚର୍ୟ୍ୟକର କଥା ହେଉଛି, ଏହି ବ୍ୟକ୍ତି ଜଣକ ତିନି ଜଣଙ୍କୁ ବିବାହ କରିଛନ୍ତି। ଏହି ଭିକାରୀକୁ ଲୋକେ ଛୋଟୁ ବାରିକ ନାମରେ ଜାଣନ୍ତି। ସେ ଦିନସାରା ଭିକ ମାଗିଥାଏ କିନ୍ତୁ ଅପର ପକ୍ଷରେ ତା’ର ତିନି ପତ୍ନୀ ମିଶି ବାସନର ଦୋକାନ ଚଳାଇଥା’ନ୍ତି।
ମିଳିଥିବା ତଥ୍ୟ ଅନୁସାରେ ଷ୍ଟେସନରେ ଭିକ ମାଗି ସେ ଦିନକୁ ପ୍ରାୟ ହଜାରେ ରୁ ବାରଶହ ଟଙ୍କା ରୋଜଗାର କରିଥାଏ। ଏହି ହିସାବରେ ସେ ମାସକୁ ୨୫ ରୁ ୩୦ ହଜାର ଟଙ୍କା ଆୟ କରିଥାଏ। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଭିକାରୀ ବର୍ଷେ ମଧ୍ୟରେ ସାଢେ ତିନିଲକ୍ଷ ରୁ ଅଧିକ ଆୟ କରିଥାଏ। କେବଳ ଏତିକି ନୁହେଁ ଆହୁରି ପ୍ରାୟ ୨୦ ଜଣ ଲୋକ ତା’ ସହ ମିଶି ଏହି କାମ କରୁଛନ୍ତି ଯେଉଁମାନଙ୍କଠାରୁ ସେ କମିଶନି ମଧ୍ୟ ନେଇଥାଏ। ଦେଖିବାକୁ ଗଲେ ଏହି ଭିକାରୀ ଜଣକ ଏକ ବ୍ୟାପାରୀ ମନୋବୃତ୍ତିର ବ୍ୟକ୍ତି ଯିଏକି ଭିକ୍ଷାବୃତ୍ତି ଭଳି କାର୍ୟ୍ୟରେ ମଧ୍ୟ ଚତୁରତାର ସହିତ ମନ ବଳାଇ ସେଠାରୁ ଏତେ ପରିମାଣର ଆୟ କରିପାରୁଛି।
ଦୁନିଆ ଆଗରେ ଭିକାରୀ, ହେଲେ ବାସ୍ତବରେ ବ୍ୟବସାୟୀ
Popular Categories



