www.samajalive.in
Saturday, December 6, 2025
19.1 C
Bhubaneswar

ନଦୀରେ ବୁଢ଼ି ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ମୃତ

ବଡ଼ସାହି : ଚନ୍ଦନପୁର ପଞ୍ଚାୟତ, ମହୁପୁରା ଗ୍ରାମର ଜଣେ ଅବସରପ୍ରାପ୍ତ ବିଦ୍ୟୁତ କର୍ମଚାରୀ ନଦୀରେ ବୁଡ଼ିଯିବାରୁ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଚନ୍ଦ୍ରମୋହନ ମହାନ୍ତ(୬୫)। ସେ ମାଣତ୍ରୀ ସେକ୍ସନରେ ଦୀର୍ଘ ଦିନ ଧରି ଲାଇନମ୍ୟାନ ଭାବେ କାର୍ଯ୍ୟ କରିଥିଲେ। ମଙ୍ଗଳବାର ପୂର୍ବାହ୍ଣରେ ଘର ନିକଟ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ନଦୀରେ ବୁଡ଼ିଯାଇଥିଲେ। ସ୍ୱଳ୍ପ ଦୂରରେ ଗାଧୋଉଥିବା ଜଣେ ମହିଳା ଘଟଣା ସର୍ମ୍ପରେ ପାଟି କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନା ଆଣିଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ବଡ଼ସାହି ପୁଲିସ୍‍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଘଟଣା ପ୍ରଚାରିତ ହେବା ପରେ ସହକର୍ମୀ ଓ ବିଦ୍ୟୁତ ଉପଭୋକ୍ତା ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପ୍ରକାଶ ଥାଉ କି, କିଛିବର୍ଷ ପୂର୍ବରୁ ମୃତକଙ୍କ ବଡ଼ଭାଇ ପରମେଶ୍ୱର ମହାନ୍ତଙ୍କର ମଧ୍ୟ ଅନୁରୂପ ମୃତ୍ୟୁ ଘଟିଥିଲା।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories