www.samajalive.in
Sunday, December 7, 2025
26.1 C
Bhubaneswar

ରିୟାଙ୍କ ରହସ୍ୟ ଖୋଲିଲା ହ୍ବାଟ୍ସଆପ ଚାଟିଂ: ୨୫ ବଲିଉଡ଼ କଳାକାରଙ୍କ ଡ଼୍ରଗ୍ସ ସଂଯୋଗ ସୂଚନା ପାଇଲା ଏନସିବି

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁର ୧୨ ସପ୍ତାହ ପରେ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ । ତେବେ ରିୟାଙ୍କ ପାଇଁ ସବୁଠାରୁ ସମସ୍ୟା ହୋଇଛି ତାଙ୍କର ହ୍ବାଟ୍ସଅପ୍ ଚାଟିଂ । ଏହି ଚାଟିଂକୁ ଏନସିବି ଖୋଲିବା ସହ ଡ଼୍ରଗ୍ସ ମାମଲାରେ ରିୟାଙ୍କ ସମ୍ପୃକ୍ତି ଜାଣି ପାରିଛି । କେବଳ ସେତିକି ନୁହେଁ ବଲିଉଡ଼ର ପ୍ରାୟ ଦୁଇ ଡ଼ଜନରୁ ଅଧିକ କଳାକାର ଡ଼୍ରଗ୍ସ ମାମଲାରେ ଜଡ଼ିତ ଥିବା ଏନସିବି ହାତରେ ତଥ୍ୟ ଲାଗିଛି ।

- Advertisement -

ରିୟାଙ୍କ ବିରୋଧରେ ୬ ବଡ଼ ପ୍ରମାଣ

ରିୟାଙ୍କ ବିରୋଧରେ ଏନସିବି ୬ଟି ଏପରି ପ୍ରମାଣ ପାଇଛି ଯାହା ତାଙ୍କୁ ଗିରଫ କରିବାକୁ ଯଥେଷ୍ଟ ଥିବା କୁହାଯାଉଛି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ରିୟା ନିଜେ ଡ଼୍ରଗ୍ସ ନେଉଥିବା ଏନସିବି ନିକଟରେ ସ୍ବୀକାର କରିଛନ୍ତି । ତିନିଦିନ ଧରି କ୍ରମାଗତ ଜେରା ପରେ ରିୟା ଡ଼୍ରଗ୍ସ ନେଉଥିବା ମାନିଥିଲେ । ମାତ୍ର ଏହାପୂର୍ବରୁ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ରିୟା ଚକ୍ରବର୍ତୀ କେବେ ବି ଡ଼୍ରଗ୍ସ ନେଇ ନ ଥିବା କହିଥିଲେ । ଏପରିକି ଏନସିବି ଚାହିଲେ ରିୟାଙ୍କ ରକ୍ତ ନମୂନା ପରୀକ୍ଷା କରିପାରେ ବୋଲି ତାଙ୍କର ଓକିଲ ସତୀଶ ମାନେସିନ୍ଧେ ଦାବି କରିଥିଲେ । ମାତ୍ର ପରେ ରିୟା ନିଜେ ଡ଼୍ରଗ୍ସ ନେଉଥିବା ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତୀ ହାତରେ ଡ଼୍ରଗ୍ସ ମଗାଉଥିବା, ସିଗାରେଟରେ ଡ଼୍ରଗ୍ସ ନେଉଥିବା ସ୍ବୀକାର କରିଥିଲେ ।

ସେହିପରି ଭାଇ ସୌଭିକଙ୍କ ବୟାନ ମଧ୍ୟ ରିୟାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ସୌଭିକଙ୍କୁ ଏନସିବି ଜେରା କରିବା ବେଳେ ସେ ନିଜ ଭଉଣୀ ରିୟାଙ୍କ କଥା ଅନୁସାରେ ଡ଼୍ରଗ୍ସ ଆଣୁଥିଲେ ବୋଲି କହିଥିଲେ ।  ଅନୁରୂପ ଭାବରେ ଡ଼୍ରଗ୍ସ ନେବାଆଣିବା ମାମଲାରେ ରିୟା ନିଜ ହ୍ବାଟସଆପରେ ବେଶ୍ ସକ୍ରିୟ ଥିଲେ । ଏଥିପାଇଁ ନିଜ କ୍ରେଡ଼ିଟକାର୍ଡ଼ ମଧ୍ୟ ବ୍ୟବହାର କରିଥିଲେ । ଏହି ଇଲେକଟ୍ରୋନିକ୍ ପ୍ରମାଣ ରିୟାଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଥିଲା । ଅନ୍ୟପକ୍ଷରେ ସାମୁଏଲ ମିରାଣ୍ଡା ଓ ଦୀପକ ସାୱନ୍ତଙ୍କୁ ଡ଼୍ରଗ୍ସ ମାମଲାରେ ଏନସିବି ପ୍ରଥମରୁ ଗିରଫ କରିଛି । ରିୟାଙ୍କ କଥା ଅନୁସାରେ ସାମୁଏଲ୍ ଡ଼୍ରଗ୍ସ ନେଇ ସୁଶାନ୍ତଙ୍କ ଘରକୁ ଯାଇଥିବା ମଧ୍ୟ କହିଥିଲା । ସେହିପରି ସାୱନ ମଧ୍ୟ ମ୍ୟାଡ଼ାମ (ରିୟା)ଙ୍କ ନାମ ନେଇଥିଲା । ସେମାନଙ୍କ ବୟାନ ପରେ ରିୟାଙ୍କ ନିକଟରେ ଆଉ କିଛି କହିବାକୁ ବାକି ନ ଥିଲା ।

ପୂର୍ବରୁ ରିୟା କହିଥିଲେ ଯେ ସେ ସୁଶାନ୍ତଙ୍କ ଜୀବନରେ ଆସିବା ପୂର୍ବରୁ ​ ସୁଶାନ୍ତ ଡ଼୍ରଗ୍ସ ନେଉଥିଲେ । ତାଙ୍କର ଡ଼୍ରଗ୍ସ ସହ କୌଣସି ସମ୍ପର୍କ ନ ଥିଲା, ବରଂ ସୁଶାନ୍ତଙ୍କ ସହ ପ୍ରେମ କାରଣରୁ ସେ ତାଙ୍କ ପାଇଁ ଡ଼୍ରଗ୍ସ ମଗାଇବା ଆରମ୍ଭ କରିଥିଲେ । ଏହି ପ୍ରସଙ୍ଗରେ ଗୋଆର ଏକ ହୋଟେଲ ବ୍ୟବସାୟୀ ଗୌରବ ଆର୍ଯ୍ୟଙ୍କ ନାଁ ସମ୍ମୁଖକୁ ଆସିଥିଲା । ସେଥିରୁ ଜଣାପଡ଼ିଥିଲା ୨୦୧୭ ମସିହାରୁ ଗୌରବଙ୍କ ସହ ରିୟାଙ୍କ ପରିଚୟ ଥିଲା ଓ ସେ ତାଙ୍କ ସହ ଡ଼୍ରଗ୍ସ ସମ୍ପର୍କରେ ତାଙ୍କ ସହ ହ୍ବାଟ୍ସଆପ ଚାଟ୍ କରିଥିଲେ । ଏହି ପ୍ରମାଣ ତାଙ୍କ ବିରୋଧରେ ଯାଇଥିଲା ଏବଂ ପ୍ରେମ କରୁଥିବା ମଣିଷକୁ ଡ଼୍ରଗ୍ସ ଦେବାକୁ ନେଇ ରିୟାଙ୍କ ଉପରେ ପ୍ରଶ୍ନ ଉଠିଥିଲା । ଏନସିବି ପାଇଁ ସବୁଠୁ ବଡ଼ ପ୍ରମାଣ ଥିଲା ରିୟାଙ୍କ ଫୋନ । ରିୟାରଙ୍କ ଫୋନର ପୁରୁଣା ହ୍ବାଟ୍ସଆପ ଚାଟ ଖୋଲିବା ନିମନ୍ତେ ପ୍ରବର୍ତନ ନିର୍ଦେଶାଳୟ ଯଦି ପ୍ରଚେଷ୍ଟା କରି ନ ଥାନ୍ତା ତେବେ ରିୟାଙ୍କ ବିରୋଧରେ ଏତେବଡ଼ ପ୍ରମାଣ ଏନସିବି ପାଇ ନ ଥାନ୍ତା । ଏହି ଫୋନ ଓ ହ୍ବାଟ୍ସଆପ ଚାଟ କେବଳ ରିୟା ନୁହନ୍ତି ବଲିଉଡ଼ର ଆହୁରି ବହୁ ବଡ଼ବଡ଼ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାର ପ୍ରମାଣ ଦେଇଛି । ରିୟା କରିଥିବା ହ୍ବାଟ୍ସଆପ ଚାଟରେ ଏହା ସବୁ ସ୍ପଷ୍ଟ ହୋଇ ଯାଇଛି । ଏନସିବିର ଜଣେ ବଡ଼ ଅଧିକାରୀଙ୍କ ସୂଚନା ଅନୁସାରେ ବଲିଉଡ଼ର ଅନ୍ୟୂ୍ ୨୫ ଜଣ ସେଲିବ୍ରିଟି ଡ଼୍ରଗ୍ସ କାରବାର ଓ ଡ଼୍ରଗ୍ସ ନେବା ସଂକ୍ରାନ୍ତରେ ଏଥିରେ ସ୍ପଷ୍ଟ ହୋଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories