www.samajalive.in
Monday, December 8, 2025
24.1 C
Bhubaneswar

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ଓ ଲୁଟ୍‍ ଅଭିଯୋଗ

ପିପିଲି : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ ଲୁଟ୍‍ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ବ୍ୟବସାୟୀ ଜଣକ ଗୁରୁତର ଭାବେ ଆହତ ହୋଇ ଏକ ଘରୋଇ ହସ୍‍ପିଟାଲ୍‍ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

ପ୍ରାପ୍ତ ସୂଚନା ଅନୁଯାଇ, ପିପିଲି ପୌରାଞ୍ଚଳର କଲେଜଛକ ଅଞ୍ଚଳରେ ରହୁଥିବା ନିରଞ୍ଜନ ମେକାପ (୪୦) ସାତଶଙ୍ଖ ହାଟ ମଧ୍ୟରେ ଗ୍ରସରୀ ହୋଲ୍‍ସେଲିଂ ଦୋକାନ କରିଛନ୍ତି । ସବୁଦିନ ଭଳି ସେ ଶନିବାର ରାତି ୯ଟାରେ ଦୋକାନ ବନ୍ଦ କରି ଏକ ସ୍କୁଟିରେ ପିପିଲି ସ୍ଥିତ ଘରକୁ ଫେରୁଥିବା ବେଳେ ମଙ୍ଗଳପୁର ବଜାର ଠାରୁ ଦାଣ୍ଡମୁକୁନ୍ଦପୁର ମଧ୍ୟରେ ଲୁଟ୍‍ର ଶିକାର ହୋଇଥିଲେ । ୩ଜଣ ଲୁଟେରା ମୁହଁରେ ମାସ୍କ ପିନ୍ଧି ଏକ ବାଇକ୍‍ରେ ତାଙ୍କୁ ପଛରୁ ପିଛା କରିବା ସହ ତାଙ୍କ ମୁଁହ ଉପରକୁ ଲଙ୍କା ଗୁଣ୍ଡ ଫିଙ୍ଗିଥିଲେ । ଜଣେ ଲୁଟେରା ଏକ ଖଣ୍ଡାରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଏଥିରେ ତାଙ୍କ ଛାତି ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିବା ସହ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ସେ ସ୍କୁଟି ସହ ତଳେ ପଡି ଯାଇଥିଲେ । ସ୍କୁଟି ଆଗରେ ଥୁଆ ହୋଇଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‍କୁ ନେଇ ଲୁଟେରାମାନେ ସେଠାରୁ ଫେରାର ହୋଇଯାଇଥିଲେ । ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍‍ପିଟାଲ ଓ ପରେ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ପରେ ତାଙ୍କୁ କଟକର ଏକ ଘରୋଇ ହସ୍‍ପିଟାଲ୍‍କୁ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏନେଇ ପିପିଲି ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି । ତେବେ ଏସଂପର୍କରେ ସୂଚନା ପାଇ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇବା ସହ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିବା ସଂପର୍କରେ ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି ସୂଚନା ଦେଇଛନ୍ତି ।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories