www.samajalive.in
Saturday, December 13, 2025
21.1 C
Bhubaneswar

କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ମନ୍ଦିର ସମ୍ମୁଖରେ ସେବାୟତଙ୍କ ତିନିଘଣ୍ଟିଆ ଧାରଣା

ବଡ଼ସାହି : ମହାମାରୀ କରୋନା କଟକଣା ମଧ୍ୟରେ ମନ୍ଦିର ଖୋଲିବାକୁ ନେଇ ଓଡିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆହୂତ ଆନ୍ଦୋଳନ ଡ଼ାକରା କ୍ରମେ ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦନାଥ ମନ୍ଦିରର ସେବାୟତମାନେ ସୋମବାର ଧାରଣା ଦେଇଛନ୍ତି। ମନ୍ଦିର ଖୋଲା ନହେବା ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୯ଟାରୁ ମଧ୍ୟାହ୍ଣ ପର୍ଯ୍ୟନ୍ତ ୩ଘଣ୍ଟା ଧରି ମନ୍ଦିର ସମ୍ମୁଖରେ ସମସ୍ତ ସେବାୟତ ଅନିଦ୍ଦିଷ୍ଟ ଦିନ ପର୍ଯ୍ୟନ୍ତ ଧାରଣା ଦେବେ ବୋଲି ଜଣାଯାଇଛି। ଦୀର୍ଘ ଦିନ ଧରି ଭକ୍ତମାନଙ୍କୁ ମନ୍ଦିରକୁ ପ୍ରବେଶ ନିଷେଧ କରିଥିବାରୁ ସେବାୟତମାନେ ପାଉଥିବା ଦାନ ଦକ୍ଷିଣାରୁ ବଞ୍ଚିତ ରହିଛନ୍ତି। ଏହି ଅର୍ଥରେ ସେମାନେ ପରିବାର ଭରଣପୋଷଣ କରୁଥିବା ବେଳେ ୫ମାସ ଧରି ତାଙ୍କ ପ୍ରତି ସରକାର ନିର୍ଦ୍ଦୟ ରହିଛନ୍ତି।

ସରକାର ମଦ ଦୋକାନ ଓ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଅନୁମତି ପ୍ରଦାନ କରିବା ଓ ଶହେ ଲୋକଙ୍କ ମଧ୍ୟରେ ସମାବେଶକୁ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର ଅଦ୍ୟାବଧି ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ନିର୍ଦ୍ଦେଶ ଦେଉନଥିବାରୁ ସେବାୟତମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଛି। ଏ ସଂକ୍ରାନ୍ତରେ ଓଡିଶା ସେବାୟତ ସଂଘ ପକ୍ଷରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ନିବେଦନ କରିବା ସହିତ ରାଜ୍ୟ ସରକାରଙ୍କ ନିକଟରେ ୮ଦଫା ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ଅଦ୍ୟାବଧି ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସଂଘର ଆହ୍ୱାନ କ୍ରମେ ପୂଜକ ଓ ସେବାୟତ ଇଶ୍ୱର ଚନ୍ଦ୍ର ପତି, ଜୟନ୍ତ କୁମାର ପଣ୍ଡା, ଦେବାନନ୍ଦ ପଣ୍ଡା, ଯୋଗେଶ୍ୱର ଖଟୁଆ, ନିରଞ୍ଜନ ପଣ୍ଡା, ବୈଦନାଥ କର, ହରିହର ପାତ୍ର, ରବି ଦେହୁରୀ, ଭୋଳାନାଥ ପତି, ଶରତ ବେହେରା, ମକରା ବେହେରା, ସୁବୋଧ ପତି ଓ ଶିବ ବାରିକ ପ୍ରମୁଖ ଧାରଣା ଦେଇଥିଲେ। ଅନୁରୂପ ପ୍ରତାପପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସେବାୟତଗଣ ଧାରଣା ଦେଇଥିବା ଜଣାପଡ଼ିଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories