www.samajalive.in
Thursday, December 11, 2025
13.1 C
Bhubaneswar

ଯୁବ ବ୍ୟବସାୟୀଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ

ବଡ଼ସାହି : ସ୍ଥାନୀୟ ବଜାରର ଏସବିଆଇ ବ୍ୟାଙ୍କ ଶାଖା ତଳେ ସାଇ ଗେଲେରୀର ମାଲିକ ତଥା ଯୁବ ବ୍ୟବସାୟୀ ସାଇ ଓରଫ ଦିବ୍ୟଜ୍ୟୋତି ଜେନା(୩୫)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ୧୦ବର୍ଷ ଧରି ନିଜ ଦୋକାନରେ ବ୍ୟାଙ୍କର କିୟୋସ୍କୋ ସେବା ସହିତ ଫୋଟ, ଅନଲାଇନ, କମ୍ପ୍ୟୁଟର ଓ ମୋବାଇଲ ସେବା ଯୋଗାଉଥିବା ଏହି ଯୁବକଙ୍କ ଅକାଳ ମୃତ୍ୟୁରେ ବଡ଼ସାହି ବଜାର ସମେତ ସ୍ଥାନୀୟ ଅଞ୍ଚଳ ସ୍ତବ୍ଧ ହୋଇଯାଇଥିଲା। ଅପରାହ୍ଣରେ ଦୋକାନରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହାତ ହୋଇଥିଲେ। ପାଖ ଦୋକାନୀ ଭାଇ ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆହାତ ହୋଇଥିଲେ। ପରେ ଅନ୍ୟ ଦୋକାନୀଙ୍କ ସହିତ ତାଙ୍କୁ ବଡ଼ସାହି ଡ଼ାକ୍ତରଖାନାକୁ ଆଣିଥିଲେ ହେଁ କିଛି ସମୟ ଚିକିତ୍ସା ଭିତରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ।

ସ୍ଥାନୀୟ ପୁଲିସ୍‍ ଡ଼ାକ୍ତରଖାନାରେ ପହଞ୍ଚି ତଦନ୍ତ ପୂର୍ବକ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ବଡ଼ସାହି ବଜାରରୁ ୧୦କିମି ଦୂର ଖୁଣ୍ଟା ଥାନା ଦେଶବନ୍ଧ ଗ୍ରାମର ପିତା ସୈନ୍ୟ ବିଭାଗର ଅବସରପ୍ରାପ୍ତ ଫାର୍ମାସିଷ୍ଟ ଗୌରହରି ଜେନାଙ୍କ ଏକ ମାତ୍ର ପୁତ୍ର ସାଇ ଅଳ୍ପ ବୟସରୁ ସାଇ ଭକ୍ତ ଥିବା ବେଳେ ପରେ ଗୌଡ଼ୀୟ ଧର୍ମ ପ୍ରତି ଆକୃଷ୍ଠ ହୋଇ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ପାଲଟିଥିଲେ। ପ୍ରତି ଦିନ ସେ ସାଇକେଲ ଯୋଗେ ସଠିକ ସମୟରେ ଦୋକାନ ଖୋଲି ନିଜର ଉନ୍ନତ ଆଚରଣ ପାଇଁ ସେ ଗ୍ରାହକଙ୍କ ସହିତ ସମସ୍ତଙ୍କର ପ୍ରୀୟ ଥିଲେ। ମୃତ ସାଇଙ୍କ କକାଙ୍କର ଏକମାତ୍ର ପୁତ୍ର ଉଦଳାରେ ରହି ପାଠ ପଢ଼ୁଥିବା ବେଳେ ଅକାଳ ମୃତ୍ୟୁ ଘଟିଥିଲା। ପୁଣି ଆଜିର ଏହି ଅଘଟଣ ପରେ ଡ଼ାକ୍ତରଖାନାରେ ତାଙ୍କ ପରିବାର ସଦସ୍ୟ/ସଦସ୍ୟାଙ୍କ କାନ୍ଦ ବୋବାଳି ସମସ୍ତଙ୍କୁ ଅଥୟ କରି ପକାଇଥିଲା। ବଡ଼ସାହି ବଣିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯିବା ସହିତ ତାଙ୍କ ଉଦେଶ୍ୟରେ ମଙ୍ଗଳବାର ପୂର୍ବାହ୍ଣ ସମୟ ବଜାରର ସମସ୍ତ ଦୋକାନବଜାର ବନ୍ଦ ରଖାଯିବା ନିଷ୍ପତ୍ତି ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories