www.samajalive.in
Friday, December 12, 2025
15.1 C
Bhubaneswar

ସମାଜ ପ୍ରଭାବ : ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କଇଁମୁଣ୍ଡି ପଥରବାରି ଅସମ୍ପୂର୍ଣ୍ଣ ପୋଲ ଅନୁଧ୍ୟାନ

ବାଙ୍କୀ : ଚଳିତ ମହାନଦୀ ବନ୍ୟାରେ ବାଙ୍କୀ-ଡମପଡା ବ୍ଲକ ଅନ୍ତର୍ଗତ କଇଁମୁଣ୍ଡି ଗ୍ରାମବାସୀ ଦୀର୍ଘ ୮ଦିନରୁ ଅଧିକ କାଳ ଧରି ଜଳବନ୍ଦୀ ଅବସ୍ଥାରେ ଦହଗଞ୍ଜ ହେଉଥିଲେ। ବାଙ୍କୀ-କଟକ ମୁଖ୍ୟ ରାସ୍ତା ସହ ଗ୍ରାମକୁ ସଞ୍ଜୋଗ କରିବାକୁ ଥିବା ଅର୍ଦ୍ଧ ନିର୍ମିତ ପଥରବାରି ପୋଲଟି ସମ୍ପୂର୍ଣ୍ଣ ନହୋଇଥିବାରୁ ଦୀର୍ଘ ୨୦ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ବନ୍ୟା ପ୍ରଭାବରେ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଗାଁକୁ ବନ୍ୟାଜଳ ପ୍ରବେଶ କଲାପରେ ଗ୍ରାମବାସୀଙ୍କ ଆକୂଳ ନିବେଦନ ପ୍ରଶାସନ ଶୁଣେ। ବନ୍ୟା ସରିଗଲାପରେ କେହି ଦେଇଥିବା କଥାକୁ ରଖିନାହାଁନ୍ତି। ପ୍ରଭାବରେ ମହାନଦୀ ଉଛୁଳିଲେ ଗ୍ରାମବାସୀଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି।

ଚଳିତ ବର୍ଷ ବନ୍ୟା ସମୟରେ ଦୈନିକ ଖବର କାଗଜ ସମାଜ ଓ ସମାଜ ଲାଇଭ ପୋର୍ଟାଲରେ ଗ୍ରାମବାସୀଙ୍କ ଜଳବନ୍ଦୀ ଜୀବନ ଓ ଅସମ୍ପୂର୍ଣ୍ଣ ହୋଇଥିବା ପୋଲଟିର ପୁନଃରୁଦ୍ଧାର କାର୍ଯ୍ୟ କରିବା ପାଇଁ ୩ଦିନ ଜଳବନ୍ଦୀ କଇଁମୁଣ୍ଡି ଗ୍ରାମବାସୀ,ପଥରବାରି ପୋଲ ନିର୍ମାଣ ସରୁନି କାମ,ଜଳବନ୍ଦୀ ଗ୍ରାମ କଇଁମୁଣ୍ଡି ଶିରୋନାମାରେ ଖବର ବାରମ୍ବାର ପ୍ରକାଶ ପାଇ ସମସ୍ୟା ସମ୍ପର୍କରେ ପ୍ରାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,କଟକ ଜିଲ୍ଲା ଲୋକସଭା ସାଂସଦ ଭତ୍ତୃହରି ମହତାବ ଓ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀଙ୍କ ସହିତ ବହୁ ପଦାଧିକାରୀ କଇଁମୁଣ୍ଡି ଗ୍ରାମ ପରିଦର୍ଶନ ସମୟରେ ଗ୍ରାମବାସୀଙ୍କ ସମସ୍ୟା ଓ ଦାବୀ ସମ୍ପର୍କରେ ଖବର ଉଭୟ ଖବରକାଗଜ ଓ ସମାଜ ପୋର୍ଟାଲରେ ପ୍ରକାଶ ପାଇଥିଲା।

- Advertisement -

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କ୍ଷେତ୍ର ପରିଦର୍ଶନ କରି ପୋଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତି କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସୋମବାର ସକାଳେ କଟକ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଭୋଳ ଓ ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ନନ୍ଦ କଇଁମୁଣ୍ଡି ସ୍ଥିତ ଅର୍ଦ୍ଧ ନିର୍ମିତ ପଥରବାରି ପୋଲକୁ ଅନୁଧ୍ୟାନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରିଥିବା ସମ୍ପର୍କରେ ସମାଜସେବୀ ନରେନ୍ଦ୍ର ସାହୁ ଓ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି। ଏ ସମ୍ପର୍କରେ ଅଧିକାରୀଙ୍କ ସହ କଥା ହେବାରୁ ଖୁବ୍‍ ଶୀଘ୍ର ଏକ ନୂତନ ପ୍ରପୋଜାଲ ପ୍ରସ୍ତୁତ କରି ଉଚ୍ଚ କତ୍ତୃପକ୍ଷଙ୍କୁ ଦିଆଯିବ ବୋଲି ସୂଚନା ମିଳିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories