www.samajalive.in
Wednesday, December 10, 2025
16.1 C
Bhubaneswar

କରୋନା ଯୋଦ୍ଧାଙ୍କୁ ଦୁର୍ବ୍ୟବହାର, ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ

ଦେବଗଡ଼:ବର୍ତ୍ତମାନ କରୋନା ଯୋଦ୍ଧାମାନଙ୍କୁ ବିଶ୍ୱବ୍ୟାପୀ ସମ୍ମାନ ପ୍ରଦର୍ଶନ କରାଯାଉଛି। ମାତ୍ର ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ ରାଇତାବାହାଳ ପଞ୍ଚାୟତର ଅଙ୍ଗନୱାଡିକର୍ମୀ, ସହାୟିକା ଓ ଆଶାକର୍ମୀମାନଙ୍କୁ ଜିଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ, ତାଙ୍କ ସ୍ୱାମୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ସର୍ବସମ୍ମୁଖରେ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରିବାସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଆଜି ରାଇତାବାହାଳ ପଞ୍ଚାୟତର ଅଙ୍ଗନୱାଡିକର୍ମୀ, ସହାୟିକା ଓ ଆଶାକର୍ମୀ ବାରକୋଟ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।
ଅଭିଯୋଗରେ ଦର୍ଶାଯାଇଛି ଯେ ଗତ ୫ ତାରିଖ (ଶନିବାର)ରେ ରାଇତାବାହାଳ ପଞ୍ଚାୟତ କାର୍ଯ୍ୟାଳୟରେ କରୋନା ଟେଷ୍ଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୁପରଭାଇଜରଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଙ୍ଗନୱାଡିକର୍ମୀ,ସହାୟିକା ଓ ଆଶାକର୍ମୀମାନେ ସେଠାରେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ। ତେବେ ସେମାନେ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋକ ଉପବାସରେ ସେଠାରେ ରହି ସୁଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ ମଧ୍ୟ ସେମାନଙ୍କ ପାଇଁ ଖାଦ୍ୟପାନୀୟର କୌଣସି ବ୍ୟବସ୍ତା କରାଯାଇନଥିଲା। ଫଳରେ ସେମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ସମ୍ପର୍କରେ ସରପଞ୍ଚ ଧରିତ୍ରୀ ବେହେରାଙ୍କୁ ପଚାରିବାରୁ ସେ ଓ ତାଙ୍କ ସ୍ୱାମୀ ନବୀନ ବେହେରା ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ପଞ୍ଚାୟତ ନିର୍ବାହୀ ଅଧିକାରୀ ବିଷ୍ଣୁ ପାତ୍ର ମଧ୍ୟ ସେମାନଙ୍କ ସ୍ୱରରେ ସ୍ୱର ମିଳାଇ ସର୍ବ ସମ୍ମୁଖରେ ସେମାନଙ୍କୁ ଗାଳିଗୁଲଜ କରିଥିଲେ। ଫଳରେ ସେମାନେ ଅପମାନିତ ହୋଇ ନିଜ ନିଜ ଘରକୁ ଫେରିଯାଇଥିଲେ।


ଗତକାଲି ରବିବାର ଛୁଟିଦିନ ଥିବାରୁ ଆଜି ସେମାନେ ବାରକୋଟ ବ୍ଲକ କାର୍ଯ୍ୟାଳୟକୁ ଆସି ଏସମ୍ପର୍କରେ ବିଡିଓ ଟୁନୁ ମେହେରଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ବାରକୋଟ ବିଡିଓ ଶ୍ରୀ ମେହେରଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏହି ଅଭିଯୋଗ ହୋଇଥିବା ସ୍ୱୀକାର କରିଛନ୍ତି। ଏଥିସହ ଯଦି ସେମାନଙ୍କର ଅଭିଯୋଗ ସତ ହୋଇଥାଏ ତେବେ ଏହା ଅତ୍ୟନ୍ତ ଦୁଃଖ ଦାୟକ ଓ ଦୁର୍ଭାଗ୍ୟ ଜନକ ବୋଲି ପ୍ରକାଶ କରିବାସହ ଏ ଘଟଣାର ତଦନ୍ତ କରାଯାଇ ଆବ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅଭିଯୋଗ ସମ୍ପର୍କରେ ମତାମତ ପାଇଁ ସରପଂଚ ଶ୍ରୀମତି ବେହେରା ଓ ପଂଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଫୋନ୍‌ ଉଠାଇନଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories