www.samajalive.in
Saturday, December 13, 2025
26.1 C
Bhubaneswar

ଅର୍ଜୁନ କପୁରଙ୍କୁ କରୋନା: ସୋସିଆଲ ମିଡିଆରେ ନିଜେ ଦେଲେ ସୂଚନା

ନୂଆଦିଲ୍ଲୀ : ଅର୍ଜୁନ କପୁରଙ୍କ କୋଭିଡ-୧୯ ପରୀକ୍ଷା ରିପୋର୍ଟ ପଜିଟିଭ ବୋଲି ଜଣାପଡିଛି। ସେ ବର୍ତ୍ତମାନ ହୋମ୍ କ୍ବାରେନଣ୍ଟାଇନରେ ରହିଛନ୍ତି। ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ସୂଚନା ନିଜେ ଦେଇଛନ୍ତି। ପୋଷ୍ଟ ପରେ ଅର୍ଜୁନଙ୍କ ପ୍ରଶଂସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଛନ୍ତି।

ଅର୍ଜୁନ କପୁର ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ମୋର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି ବୋଲି ଆପଣଙ୍କୁ ଜଣାଇବା ମୋର କର୍ତ୍ତବ୍ୟ। ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି ଏବଂ ମୋର ସାମାନ୍ୟ ଲକ୍ଷଣ ରହିଛି। ଡାକ୍ତର ଏବଂ ଅଧିକାରୀଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ କ୍ବାରେନଣ୍ଟାଇନରେ ରହିଛି।

- Advertisement -

ଅର୍ଜୁନ ଆହୁରି ଲେଖିଛନ୍ତି ଯେ ‘ମୋତେ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଆଗୁଆ ଧନ୍ୟବାଦ। ମୁଁ ସମୟ ସମୟରେ ମୋ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପ୍ରଦାନ ଜାରି ରଖିବି। ଏହା ଏକ କଷ୍ଟକର ସମୟ। ମୁଁ ନିଶ୍ଚିତ ଯେ, ମାନବ ସମାଜ ଏହି ଭାଇରସରୁ ଜିତିବ। ‘

ଅର୍ଜୁନ କପୁରଙ୍କ ଇନଷ୍ଟାଗ୍ରାମ ପୋଷ୍ଟ କରିବା ପରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଟାଇଗର ଶ୍ରଫ୍ ଙ୍କ ମା ଆୟେଶା ଶ୍ରଫ୍ ଲେଖିଛନ୍ତି – ଶୀଘ୍ର ସୁସ୍ଥ ହୁଅ । ଅଭିନେତା ସାକିବ ସାଲେମ ଏକ ହାତ ଫୋଲ୍ଡିଂ ଇମୋଜି ପୋଷ୍ଟ କରିଛନ୍ତି।

କିଛି ଦିନ ପୂର୍ବରୁ ବୋନି କପୁରଙ୍କ କର୍ମଚାରୀମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ବୋନି କପୁର, ଜାନଭୀ କପୁର ଏବଂ ଖୁସି କପୁରଙ୍କ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ବ୍ୟତୀତ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟାଙ୍କ କରୋନା ପରୀକ୍ଷା ପଜିଟିଭ୍ ଥିଲା। ଏହି ଚାରିଜଣଙ୍କୁ ମଧ୍ୟ କିଛି ସମୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories