www.samajalive.in
Thursday, December 11, 2025
15.1 C
Bhubaneswar

କର୍ଣ୍ଣାଟକର ଅଲଗା ପତାକାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନୂଆ ନିର୍ବାଚନୀ ଗୋଟିଚାଳନା ବିଜେପିକୁ ଅଡୁଆରେ ପକାଇଛି । କର୍ଣ୍ଣାଟକ ରାଜ୍ୟ ପାଇଁ ପ୍ରସ୍ତୁତ ଏକ ଅଲଗା ରାଜ୍ୟ ପତାକାକୁ ସିଦ୍ଧରମୈୟାଙ୍କ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏବେ ଏହି ପତାକାକୁ କେନ୍ଦ୍ର ନିକଟକୁ ପଠାଯିବ। ସେଠାରେ ସାମ୍ବିଧାନିକ ସ୍ୱୀକୃତି ପାଇଲେ ଏହି ପତାକାକୁ କର୍ଣ୍ଣାଟକ ରାଜ୍ୟ ପାଇଁ ବ୍ୟବହାର କରାଯିବ ।

କନ୍ନଡ ସଂଗଠନ ସହ ନିଜ କାର୍ଯ୍ୟାଳୟରେ ବୈଠକ ସମୟରେ ସିଦ୍ଧରମୈୟା ଏହି ପତାକାକୁ ସାର୍ବଜନୀନ କରିଛନ୍ତି । ଏହି ପତାକା ୩ ରଙ୍ଗ ବିଶିଷ୍ଟ । ପତାକାର ଉପର ଭାଗ ହଳଦିଆ, ମଝି ଭାଗ ଧଳା ଓ ତଳ ଭାଗରେ ଲାଲ ରଙ୍ଗ ରହିଛି । ମଝିରେ ଦୁଇଟି ବାଜ୍‌ଙ୍କ ଛବି ରହିଛି । କର୍ଣ୍ଣାଟକର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲାଲ ଓ ହଳଦିଆ ରଙ୍ଗର ପତାକା ବ୍ୟବହାର ହୋଇଥାଏ। କନ୍ନଡ ସମ୍ପ୍ରଦାୟଙ୍କ ପ୍ରତୀକ ଭାବେ ଏହି ପତାକା ବ୍ୟବହାର ହୁଏ। ଏହି ଢାଞ୍ଚାରେ ଏହି ନୂତନ ପତାକା ପ୍ରସ୍ତୁତ କରାଯାଇଛି ।

- Advertisement -

ସିଦ୍ଧରମୈୟା କହିଛନ୍ତି ଯେ ଆମେ ଏହି ପତାକାକୁ ଜାତୀୟ ପତାକା ତଳେ ଉଡ଼ାଇବୁ। ଏହାଦ୍ୱାରା କୌଣସି ପ୍ରକାର ସାମ୍ବିଧାନିକ ଆଇନର ଯେପରି ଉଲ୍ଲଙ୍ଘନ ନହୁଏ ସେଥିପ୍ରତି ଦୃଷ୍ଟି ଦେବୁ । ଏହି ପତାକାକୁ ସେ କନ୍ନଡ ଲୋକଙ୍କ ଅଭିମାନ ବୋଲି ଅଭିହିତ କରିଛନ୍ତି । ପ୍ରାୟ ସବୁ କନ୍ନଡ ସଂଗଠନ ଏହି ମାମଲାରେ ସିଦ୍ଧରମୈୟାଙ୍କୁ ସମର୍ଥନ ଜଣାଇଛନ୍ତି ।

ପ୍ରକାଶ ଯେ ଜାମ୍ମୁ-କାଶ୍ମୀର ଭଳି ନିଜର ଅଲଗା ରାଜ୍ୟ ପତାକା ବ୍ୟବହାର କରିବା ଲାଗି କର୍ଣ୍ଣାଟକ ଦାବି ଉଠାଇ ଆସୁଛି । ଏପରିକି ଅଲଗା ପତାକା ବ୍ୟବହାର ସମ୍ପର୍କରେ ଆଇନଗତ ପ୍ରକ୍ରିୟା ଉପରେ ବିଚାର କରିବା ଲାଗି ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ଯଦି ଏହି ଦାବି ପୂରଣ ହୁଏ ତେବେ ଜାମ୍ମୁ-କାଶ୍ମୀର ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ କର୍ଣ୍ଣାଟକ ନିଜସ୍ୱ ପତାକା ବ୍ୟବହାର କରିବ।

ଅପରପକ୍ଷରେ ରାଜ୍ୟରେ ସରକାରୀ ଭାବେ ସ୍ୱତନ୍ତ୍ର ପତାକା ବ୍ୟବହାର କରିବା ଲାଗି ସମ୍ବିଧାନରେ କୌଣସି ନିୟମ ନାହିଁ। ଏଭଳି କ୍ଷେତ୍ରରେ କର୍ଣ୍ଣାଟକ ପାଇଁ ଅଲଗା ପତାକା ପ୍ରସ୍ତୁତ କରାଯିବା ଘଟଣା ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଛି ବୋଲି ଅନେକ ମତବ୍ୟକ୍ତ କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories