ରେକର୍ଡସ୍ତରରେ ସେନସେକ୍ସ ଏବଂ ନିଫ୍ଟି

0

ନୂଆଦିଲ୍ଲୀ : ଭାରତୀୟ ଅଂଶଧନ ବଜାର (ସେୟାର ମାର୍କେଟ) ଗୁରୁବାର କାରବାରରେ ରେକର୍ଡ ସୃଷ୍ଟି କରିଛି। ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଚ (ବିଏସ୍‍ଇ) ସେନସେକ୍ସ ୨୮୨.୪୮ ପଏଣ୍ଟ ବୃଦ୍ଧି ପାଇ ସର୍ବୋଚ୍ଚସ୍ତର ୩୬,୨୮୩.୨୫ ପଏଣ୍ଟରେ ରହିଛି। ସେହିପରି ନିଫ୍ଟି ୭୪,୯୦ ପଏଣ୍ଟ ବୃଦ୍ଧି ପାଇ ୫ ମାସ ପରେ ୧୧,୦୨୩.୨୦ ପଏଣ୍ଟରେ ରହିଛି। ଅନ୍ତର୍ଜାତୀୟ ଏବଂ ସ୍ଥାନୀୟ ବଜାରରେ କାରବାରରେ ବୃଦ୍ଧି, ଭାରତ ବିଶ୍ୱର ଷଷ୍ଠ ଅର୍ଥନୀତିରେ ପରିଣତ ହେବା ଆଦିର ପ୍ରଭାବ ଅଂଶଧନ ବଜାରରେ ପଡିଛି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରି ସବୁଠୁ ଅଧିକ ଲାଭ କରିଛି। ସେହିପରି ଏଚ୍‍ଡିଏଫସି, ଲାରସନ୍‍ ଏବଂ ଟୋଉବ୍ରୋ, ବିପିସିଏଲ, ଡ. ରେଡ୍ଡୀ ଏବଂ ୱିପ୍ରୋ ଭଲ ବେପାର କରିଛନ୍ତି। ଚୀନ ଆମେରିକା ବାଣିଜ୍ୟ ଯୁଦ୍ଧ, ଅନ୍ତର୍ଜାତୀୟ ବଜାରେ ଅଶୋଧିତ ତୈଳ ଦର ହ୍ରାସ ଯୋଗୁଁ ଭାରତୀୟ ଅଂଶଧନ ବଜାର ଭଲ ବେପାର କରିଛି। ବ୍ୟାଙ୍କ, ଅଟୋମୋବାଇଲ, ଗଣମାଧ୍ୟମ, ମେଟଲ, ଫାର୍ମା, ରିୟୟଇଷ୍ଟେଟ, ଶକ୍ତି, ତୈଳ ଏବଂ ପ୍ରାକୃତିକ ବାଷ୍ପ ଅଂଶଧନ କାରବାର କିଛିଟା ସୁଧାର ଆସିଛି।

Leave A Reply