www.samajalive.in
Friday, December 5, 2025
20.1 C
Bhubaneswar

ନାଭାଲ୍‍ ଟାଟା ହକି ଏକାଡେମି ପକ୍ଷରୁ ସେପ୍ଟେମ୍ବର ୫ରେ ଆୟୋଜନ ହେବ “ଭାରତୀୟ ଫୁଲବଲର ଅଭ୍ୟୁଦୟ” ଉପରେ ୱେବିନାର

ଭୁବନେଶ୍ୱର: ନିଜର ପ୍ରଥମ ବାର୍ଷିକୀ ପାଳନ କରିବା ଅବସରରେ ନାଭାଲ ଟାଟା ହକି ଏକାଡେମି (ଏନ୍‍ଟିଏଚ୍‍ଏ), ଓଡ଼ିଶା ପକ୍ଷରୁ ‘ଭାରତୀୟ ଫୁଟବଲ୍‍ର ଅଭ୍ୟୁଦୟ: କ୍ଲବ୍‍, ତୃଣମୂଳ ସ୍ତରର ବିକାଶ, ଆହ୍ୱାନ ଓ ଆଗାମୀ ସୁଯୋଗ’ ଉପରେ ଏକ ୱେବିନାର୍‍ ଆୟୋଜନ କରାଯିବ।
ଏନ୍‍ଟିଏଚ୍‍ଏ (ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଓ ଟାଟା ଟ୍ରଷ୍ଟସ୍‍, ଟାଟା ଷ୍ଟିଲ୍‍ ମଧ୍ୟରେ ଉତ୍କର୍ଷ ସହଯୋଗିତା) ହେଉଛି ଓଡ଼ିଶାର ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍‍ରେ ଥିବା ଏକ ହକି ହାଇ ପରଫରମାନ୍ସ ସେଂଟର୍‍। ଟାଟା ଗ୍ରୁପ୍‍ର କ୍ରୀଡ଼ା ସଂସ୍କୃତିଜୁ ଜାରି ରଖି ଓ କ୍ରୀଡ଼ା ପାଇଁ ବିଭିନ୍ନ ଅଭିଯାନ ଜରିଆରେ ଓଡ଼ିଶା ସରକାର ପ୍ରଦାନ କରୁଥିବା ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ୱେବିନାର୍‍କୁ ୨୦୨୦ ସେପ୍ଟେମ୍ବର ୫ରେ ଅପରାହ୍ନ ୪ଟାରୁ ୫ଟା ୩୦ ମିନିଟ୍‍ ପର୍ଯ୍ୟନ୍ତ ଆୟୋଜନ କରାଯିବ।

ଏହି ଆଲୋଚନାର ବିଶିଷ୍ଟ ପ୍ୟାନେଲିଷ୍ଟ୍‍ମାନଙ୍କ ମଧ୍ୟରେ ରହିଛନ୍ତି ଶ୍ରୀଯୁକ୍ତ ବିଶାଲ କେ ଦେବ, (ଆଇଏଏସ), ସଚିବ, କ୍ରୀଡ଼ା ଓ ଯୁବ ସେବା ଓ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାର; ଶ୍ରୀଯୁକ୍ତ ସୁନନ୍ଦୋ ଧର, ସିଇଓ (ଲିଗ୍‍ସ୍‍ ବିଭାଗ) ସର୍ବଭାରତୀୟ ଫୁଟ୍‍ବଲ୍‍ ମହାସଂଘ; ଶ୍ରୀଯୁକ୍ତ ରୋହିତ ଶର୍ମା, ସଭାପତି, ଓଡ଼ିଶା ଏଫ୍‍ସି; ଶ୍ରୀଯୁକ୍ତ ମନ୍ଦାର ତାମହାନେ, ସିଇଓ, ବେଙ୍ଗାଲୁରୁ ଏଫ୍‍ସି ଓ ଶ୍ରୀଯୁକ୍ତ ମୁକୁଲ ଚୌଧାରୀ, ସିଇଓ, ଜାମସେଦପୁର ଏଫ୍‍ସି। ଏହି ୱେବିନାରରେ ସଂଯୋଜନା କରିବେ ଶ୍ରୀଯୁକ୍ତ ରାଜୀବ ସେଠ୍‍, ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳାଳି (ବେଙ୍ଗଲ ଓ ଓଡ଼ିଶା) ଓ ଏନଟିଏଚ୍‍ଏର ପ୍ରକଳ୍ପ ନିର୍ଦେଶକ ଏବଂ ଶ୍ରୀମତୀ ଦୀକ୍ଷା ତିୱାରୀ।

- Advertisement -

ବର୍ତମାନ ପର୍ଯ୍ୟନ୍ତର ଓଡ଼ିଶାର କ୍ରୀଡ଼ା ଯାତ୍ରା ଓ ଏକ ପେସାଦାର କ୍ଲବ୍‍ ଗଠନ କରିବାର ପ୍ରଚ୍ଛଦର ଦୃଶ୍ୟ, ପ୍ୟାରେଂଟ ବଡି ଏଆଇଏଫ୍‍ଏଫ୍‍ ଓ ଇଣ୍ଡିଆନ୍‍ ସୁପର୍‍ ଲିଗ୍‍ କ୍ଲବର ବିଭିନ୍ନ ତୃଣମୂଳ ସ୍ତରର ବିକାଶ ଅଭିଯାନ ଓ ଭାରତରେ ୧୦୦ରୁ ଅଧିକ ବର୍ଷ ଧରି ଫୁଟବଲ୍‍ ଖେଳାଯାଉଥିବାରୁ ତାହାକୁ ବିଚାରକୁ ନେଇ ଏକ ଦେଶ ଭାବେ ଫୁଟ୍‍ବଲ୍‍କୁ କିଭଳି ଏସିଆ ଓ ଆନ୍ତର୍ଜାତିକ ସ୍ତରରେ ସାମିଲ କରାଯିବ ସେସବୁ ବିଷୟ ଉପରେ ଏହି ୱେବିନାର୍‍ରେ ଗୁରୁତ୍ୱାରୋପ କରାଯିବ।

ଅଭିଭାବକ ସଂସ୍ଥା ଏଆଇଏଫ୍‍ଏଫ୍‍ ବିଭିନ୍ନ ପ୍ରମୁଖ କାର୍ଯ୍ୟକ୍ରମ ଯଥା ଆସନ୍ତା ବର୍ଷ ହେବାକୁ ଥିବା ଫିଫା ୧୭ ବର୍ଷରୁ କମ୍‍ ମହିଳା ସୋସର ପାଇଁ ରହିଥିବା ଯୋଜନା ଉପରେ ଏଥିରେ ଆଲୋଚନା ହେବ। ଭାରତର ଶ୍ରେଷ୍ଠ ଲିଗ୍‍ ହେବା ଲାଗି କ’ଣ କରାଯିବା ଦରକାର ଓ ନିଜ ପିଗ କ୍ଷେତ୍ରରେ ଫୁଟବଲ୍‍ର ପ୍ରସାର ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ତାହା ଉପରେ ଆଇଏସ୍‍ଏଲ୍‍ ଫୁଟ୍‍ବଲ୍‍ କ୍ଲବ ଯଥା ବିଏଫ୍‍ସି, ଜେଏଫ୍‍ସି ଓ ଓଏଫ୍‍ସି ଆଦି ଆଲୋଚନା କରିବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories