www.samajalive.in
Sunday, December 7, 2025
14.1 C
Bhubaneswar

ନଭେମ୍ବର ୨୯ ପୂର୍ବରୁ ହେବ ବାଲେଶ୍ବର ସଦର ଓ ତିର୍ତ୍ତୋଲ୍‌ ଉପନିର୍ବାଚନ

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନ ସହ ହେବ ବିଭିନ୍ନ ରାଜ୍ୟର ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏକାଠି ନିର୍ବାଚନ କରିବାକୁ ଭାରତୀୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ନେଇଛନ୍ତି। ଏଥିନେଇ ବିଭିନ୍ନ ରାଜ୍ୟର ମୁଖ୍ୟସଚିବ, ନିର୍ବାଚନ ଅଧିକାରୀଙ୍କ ବୈଠକ ପରେ ନିଷ୍ପତ୍ତି ନିଅଯିବ ବୋଲି ସୂଚନା ଦେଇଛନ୍ତି। ଏହି ପରୀପ୍ରେକ୍ଷୀରେ ଓଡ଼ିଶାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ। ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।
ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ବିଷ୍ଣୁଚରଣ ଦାସଙ୍କ ପରଲୋକ ଯୋଗୁ ଏହି ଦୁଇଟି ବିଧାନସଭା ମଣ୍ଡଳୀରେ ବିଧାନସଭା ଆସନ ପଦ ଖାଲିପଡ଼ିଥିଲା। ନଭେମ୍ବର ୨୯ ପୂର୍ବରୁ ବିହାର ନିର୍ବାଚନ ସହ ଅନ୍ୟ ରାଜ୍ୟର ଉପନିର୍ବାଚନ ଶେଷ କରାଯିବା ଜରୁରୀ ବୋଲି ଭାରତୀୟ ନିର୍ବାଚନ କମିଶନ ନିର୍ଦେଶ ଦେବା ସହିତ ଉପଯୁକ୍ତ ସମୟରେ ନିର୍ବାଚନ ତାରିଖ ଜଣାଇ ଦିଆଯିବ ପ୍ରକାଶ କରିଛନ୍ତି।
ଭାରତୀୟ ନିର୍ବାଚନ କମିଶନ ଏହି ନିର୍ଦେଶନାମା ଜାରି କରିବା ପରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ମନୋନୟନ ଓ ବିଜୟୀ ପାଇଁ ରଣକୌଶଳ ଉପରେ ଆଲୋଚନା ଆରମ୍ଭ ହୋଇଛି। ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନରେ ବିଜୟୀ ହେବେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ସ୍ବତନ୍ତ୍ର ରଣନୀତି ଆପଣେଇବ ବୋଲି ସୂଚନା ଦିଆଯାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories