www.samajalive.in
Sunday, December 14, 2025
23.1 C
Bhubaneswar

ଦୁନିଆର ସବୁଠାରୁ ଦାମୀ ମେଣ୍ଢା : ମୂଲ୍ୟ ୩.୫୯ କୋଟି ଟଙ୍କା

ଆପଣ ଲକ୍ଷାଧିକ ଟଙ୍କାରେ ମେଣ୍ଢା କିଣା ଓ ବିକା ହୋଇଥାଏ ବୋଲି ଶୁଣିଥିବେ। ମାତ୍ର ଜାଣନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମେଣ୍ଢା ବିଷୟରେ। ସେହି ମେଣ୍ଢାକୁ କେତେ କୋଟି ଟଙ୍କାରେ ବିକ୍ରି କରାଯାଇଛି। କେଉଁ କାରଣରୁ ମେଣ୍ଢାକୁ ଏତେ ଟଙ୍କାରେ ବିକ୍ରି କରାଯାଇଛି। ଜାଣନ୍ତୁ ଏହି ଅଜବ ଓ ମୂଲ୍ୟବାନ ମେଣ୍ଢା ବିଷୟରେ….
ଏହି ମେଣ୍ଢାର ନାମ ଡ଼ବଲ ଡ଼ାଏମଣ୍ଡ। ସ୍କଟଲ୍ୟାଣ୍ଡର ଲାନାର୍କରେ ପୂର୍ବ ସପ୍ତାହରେ ଏକ ନିଲାମିର ଆୟୋଜନ କରାଯାଇଥିଲା। ଯେଉଁଥିରେ ଏହି ମୂଲ୍ୟବାନ ମେଣ୍ଢାକୁ ମଧ୍ୟ ଅଣାଯାଇଥିଲା। ଏହାକୁ ନିଲାମରେ ୧୩ ହଜାର ଡ଼ର୍ଲାର ଅର୍ଥାତ ୯.୫୩ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିଲା। ଯାହା ଶେଷ ହୋଇଥିଲା ୪.୯୦ ଲକ୍ଷ ଆମେରିକୀୟ ଡ଼ର୍ଲାର ଅର୍ଥାତ ୩.୫୯ କୋଟି ଟଙ୍କା।
ଏହି ମେଣ୍ଢାକୁ ୩ ଭିନ୍ନ ଭିନ୍ନ ଜଣ ଲୋକ କିଣିଛନ୍ତି। ସେମାନଙ୍କ ନିକଟରେ ଏହି ମେଣ୍ଢା ରହିବ। ଏହା ସହ ଏହି ପ୍ରକାର ମେଣ୍ଢାର ଦାମ ଅଧିକ ହି ଥାଏ ବୋଲି ସେମାନେ କହିଛନ୍ତି।
ଡ଼ବଲ ଡ଼ାଏମଣ୍ଡ ଏକ ପ୍ରକାର ଟେକ୍ସେଲ ପ୍ରଜାତିର ମେଣ୍ଢା। ହଲାଣ୍ଡରେ ଏହି ପ୍ରକାର ମେଣ୍ଢାର ପାଳନ କରାଯାଇଥାଏ। ଏହି ମେଣ୍ଢା ମାଂସର ମଧ୍ୟ ଖୁବ ଚାହିଦା ରହିଛି। ୨୦୦୯ ମସିହାରେ ପ୍ରାୟ ୨.୨୪ କୋଟି ଟଙ୍କାରେ ଏହି ଟେକ୍ସେଲ ପ୍ରଜାତିର ମେଣ୍ଢାକୁ କିଣା ଯାଇଥିଲା।
ଏହି ମେଣ୍ଢାଙ୍କ ଠାରୁ ମିଳୁଥିବା ଲୋମ ଚାହିଦା ଫ୍ୟାସନ ଶିଳ୍ପରେ ମଧ୍ୟ ଖୁବ ବେଶି। ଏହି ମେଣ୍ଢାଙ୍କ ମାଂସର ଚାହିଦା ୟୁରୋପ, ଅଷ୍ଟ୍ରେଲିଆ, ଆମେରିକା ଓ ନ୍ୟୁଜିଲ୍ୟାଣ୍ଡରେ ଖୁବ ଅଧିକ। ପ୍ରଥମେ ଏହାର ଲୋମରେ ପୋଷାକ ପ୍ରସ୍ତୁତ କରାଯାଏ।
ଏହି ପ୍ରକାର ମେଣ୍ଢାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏମାନଙ୍କ ଓଜନିଆ କେଶ। ଏହି ମେଣ୍ଢା ୩.୫ କିଲୋଗ୍ରାମରୁ ୫.୫ କିଲୋଗ୍ରାମ ଲୋମ ଦେଇଥାଏ। ଏଥିରୁ ହିଁ ପୋଷାକ ପ୍ରସ୍ତୁତ ହୋଇଥାଏ।
ଏହି ମେଣ୍ଢା ଭଳି ଆଉ ଅନ୍ୟ ଦୁଇ ପ୍ରଜାତିର ମଧ୍ୟ ମେଣ୍ଢା ଅଛନ୍ତି। ଯାହାର ନାମ ବ୍ଲୁ ଟେକ୍ସେଲ ଓ ବେଲ୍ଟେକ୍ସ। ମାତ୍ର ଡ଼ବଲ ଡ଼ାଏମଣ୍ଡ ଭଳି ଏମାନଙ୍କ ଲୋମର ଅତ୍ୟଧିକ ବ୍ୟବହାର ହୋଇନଥାଏ ବୋଲି ସୂଚନା ମିଳିଛି।

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories