www.samajalive.in
Saturday, December 13, 2025
26.1 C
Bhubaneswar

ଅଭିଯୁକ୍ତଙ୍କୁ କରୋନା:କୋର୍ଟଚାଲାଣ ପରିବର୍ତ୍ତେ ସିସିସିକୁ ଗଲେ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ପୁଲିସ ଗିରଫ କରିଥିବା ଜଣେ ଅଭିଯୁକ୍ତ ଲକ୍ଷଣ ବିହୀନ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କୁ କୋର୍ଟ ଚାଲାଣ ପରିବର୍ତ୍ତେ କୋଭିଡ଼ କେୟାର ସେଣ୍ଟର(ସିସିସି)କୁ ପଠାଇଛନ୍ତି। ସେଠାରେ ଧାର୍ଯ୍ୟ ସମୟ ରହଣି ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଥିବା ବେଳେ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ପୁଲିସ୍‍ କର୍ମଚାରୀ ଓ ଅଭିଯୋଗକାରୀ ତଥା ତାଙ୍କ ପରିବାର ୩ସଦସ୍ୟା ଏବଂ ଗୋଟିଏ ଶିଶୁପୁତ୍ରର କୋଭିଡ଼ ପରୀକ୍ଷା କରାଯିବ ବୋଲି ଘଟଣା ଜଣାପଡ଼ିଛି। କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ପୂର୍ବରୁ କୋଭିଡ଼ ପରୀକ୍ଷା ଜରୁରୀ ବୋଲି କୁହାଯାଇଥିବାରୁ ଏହି ଅଭିଯୁକ୍ତଙ୍କର କୋଭିଡ଼ ପରୀକ୍ଷା କରାଯାଇଥିଲା।

ବୁଧବାର ଅପରାହ୍ଣରେ ଗୋଟିଏ ଯାଯାବର ପରିବାରର ମହୁ ବିକ୍ରି ସାରି ସୋରରୁ ବସ ଯୋଗେ ବେତନଟୀରେ ପହଞ୍ଚି, ମାଣତ୍ରୀ ଆସିବାକୁ ଅପେକ୍ଷା କରିଥିଲେ। ଏହି ସମୟରେ ପୂର୍ବ ପରିଚିତ କୁରାଡ଼ିହା ଗ୍ରାମର ଅଭିଯୁକ୍ତ(୩୨) ଜଣଙ୍କ ତାଙ୍କ ସହିତ ଏକ ଭଡ଼ା ଅଟୋରେ ଆସିଥିଲେ। ରାସ୍ତାରେ ବନ୍ୟାପାଣି ଅଛି କହି ଯୋଜନା ମୁତାବକ ଅଟୋକୁ ଜଙ୍ଗଲିଆ ରାସ୍ତାରେ ଆଣି ଅଧବାଟରେ ସମସ୍ତଙ୍କୁ ଓହ୍ଲାଇ ଭଡ଼ା ଦେଇ ଅଟୋକୁ ବିଦା କରି ଦେଇଥିଲେ। ଏହା ପରେ ପୂର୍ବରୁ ଯାଯାବର ପରିବାରର ସଦସ୍ୟଙ୍କ ଠାରେ ବାକିଥିବା ୧୫୦୦ ଟଙ୍କାକୁ କେନ୍ଦ୍ର କରି ଅଭିଯୁକ୍ତ ଜଣଙ୍କ ପରିବାର ମୁଖ୍ୟକୁ ଆକ୍ରମଣ କରିଥିଲେ। ତାଙ୍କ ନିକଟରୁ କୁଆଡ଼େ ସେ ମୋବାଇଲ ଓ ଟଙ୍କା ଛଡ଼ାଇ ସାଙ୍ଗରେ ଥିବା ୩ଜଣ ମହିଳାଙ୍କୁ ଅସଦାଚରଣ କରିଥିଲେ ବୋଲି ବଡ଼ସାହି ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଆକ୍ରମଣ, ଚୋରି ଓ ଅସଦାଚରଣ ଦଫାନୁଯାୟୀ ମାମଲା ରୁଜୁ କରିଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories