www.samajalive.in
Tuesday, December 9, 2025
15.1 C
Bhubaneswar

କରୋନାରେ ରାଜ୍ୟରେ ନିବେଶ ୯୦ ପ୍ରତିଶତ ବଢ଼ିଛି

ଭୁବନେଶ୍ବର:କରୋନା ମହାମାରୀର ପ୍ରଭାବ ଦେଶ ତଥା ରାଜ୍ୟର ଅର୍ଥନୀତି ଉପରେ ବେଶ ଅନୁଭୂତ ହେବାରେ ଲାଗିଛି। ଜିଏସ୍‌ଟି ସଂଗ୍ରହଠାରୁ ଆରମ୍ଭ କରି ରେଳ ପଣ୍ୟ ପରିବହନ, ବନ୍ଦ​‌ରଗୁଡିକରେ​‌ ପରିବହନ ଏବଂ ଶିଳ୍ପ ସଂସ୍ଥାଗୁଡିକ ଦ୍ବାରା ବିଦ୍ୟୁତ ଉପଯୋଗ ଆଦି ସବୁ ​‌େ​‌କ୍ଷତ୍ରରେ କରୋନା ମାଡ ହୋଇଛି। କୋଭିଡ୍‌ ମହାମାରୀରେ ରାଜ୍ୟ ଶିଳ୍ପ ଅର୍ଥନୀତିର ପ୍ରଦର୍ଶନ ଢ଼େର ପ୍ରଭାବିତ ​‌େ​‌ହାଇଛି। ଏମିତିକି କରୋନା ପ୍ରଭାବରେ ରାଜ୍ୟ ସରକାରଙ୍କ ଗୋ-ସ୍ବିଫ୍ଟ ପୋର୍ଟାଲକୁ ଶିଳ୍ପୋଦ୍ୟୋଗୀଙ୍କ ନିକଟରୁ ନିବେଶ ପ୍ରସ୍ତାବ ଆସିବା ମଧ୍ୟ କମିଯାଇଛି। ଶିଳ୍ପ କ୍ଷେତ୍ରରେ ପ୍ରସ୍ତାବିତ ନିବେଶ ୨୦୧୯ ତୁଳନାରେ ୨୦୨୦ର ଏପ୍ରିଲ-ମେ’ ମାସରେ ହ୍ରାସ ଘଟିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଭିନ୍ନ ​କ୍ଷେତ୍ରରେ କରୋନା ମାଡ ସତ୍ତ୍ବେ ଏହି ସମୟରେ ରାଜ୍ୟରେ ବିଭିନ୍ନ କମ୍ପାନୀଙ୍କ ଦ୍ବାରା ନିବେଶ ପରିମାଣ ୨୦୧୯ ତୁଳନାରେ ପାଖାପାଖି ୯୦ ପ୍ରତିଶତ ବୃଦ୍ଧି ଘଟିଥିବା ଜଣାଯାଇଛି। କେବଳ ଶିଳ୍ପ କ୍ଷେତ୍ର​‌େ​‌ର ନିବେଶ କାହିଁକି ପ୍ରସ୍ତାବିତ ନିଯୁକ୍ତି​‌େ​‌ର ମଧ୍ୟ ପୂର୍ବବର୍ଷ ତୁଳନାରେ ଆଖିଦୃଶିଆ ବୃଦ୍ଧି ପରିଲକ୍ଷିତ ହୋଇଛି।

ରାଜ୍ୟରେ ଏକ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନି​‌େ​‌ବଶକଙ୍କ ଲାଗି ଗୋ-ସ୍ବିଫ୍ଟ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଏହି ପୋର୍ଟାଲ ଜରିଆରେ ଶିଳ୍ପୋଦ୍ୟୋଗୀଙ୍କ ନିକଟରୁ ରାଜ୍ୟ ସରକାର ନିବେଶ ପ୍ରସ୍ତାବ ଗ୍ରହଣ କରୁଛନ୍ତି। ବର୍ଷ ୨୦୧୯ର ଏପ୍ରିଲ-ଅଗଷ୍ଟରେ ଗୋ-ସ୍ବିଫ୍ଟ ପୋର୍ଟାଲକୁ ​ମୋଟ ୨୨୩ ନିବେଶ ପ୍ରସ୍ତାବ ଆସିଥିଲା ା ସେଥିରୁ ୧୨୭ଟି ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ କରିଥିଲେ। ତେବେ ଚଳିତବର୍ଷ ଏହି ସମାନ ସମୟରେ ଗୋ-ସ୍ବିଫ୍ଟ ପୋର୍ଟାଲକୁ ପ୍ରସ୍ତାବ ଆଗମନ ମାଇନସ୍‌ ୫ ପ୍ରତିଶତ ରହିଛି। କାରଣ ଚଳିତବର୍ଷ ଏହି ପୋର୍ଟାଲକୁ ​‌େମ​‌ାଟ ୨୧୧ ପ୍ରସ୍ତାବର ଆବେଦନ ଆସିଛି।  ଏଥିରୁ ୯୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।  ୨୦୧୯ଏପ୍ରିଲ-ଅଗଷ୍ଟ​ରେ ରାଜ୍ୟକୁ ​‌େ​ମ‌ାଟ ୧୯୭୮ ​କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା। ତେବେ ଚଳିତବର୍ଷ ଏପ୍ରିଲ-ଅଗଷ୍ଟରେ ମୋଟ ୧୭,୫୧୪ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିିଛି। ସେହିଭଳି ୨୦୧୯ ଏପ୍ରିଲ-ଅଗଷ୍ଟ​‌େ​‌ର ରାଜ୍ୟରେ ବିଭିନ୍ନ କମ୍ପାନୀଗୁଡିକ ଦ୍ବାରା ୮,୬୭୬ ଜଣଙ୍କୁ ନିଯୁକ୍ତି ଦେବା ନିମନ୍ତେ ପ୍ରସ୍ତାବ ଆସିଥିଲା। ଚଳିତବର୍ଷ ଏହି ସମୟରେ ଏହା ୧୨,୮୪୬କୁ ବୃଦ୍ଧି ଘଟିଛି। ଏହାର ଅର୍ଥ ୨୦୧୯ର ଏପ୍ରିଲ-ଅଗଷ୍ଟ​‌ ତୁଳନାରେ ଚଳିତବର୍ଷର ଏହି ସମୟରେ ରାଜ୍ୟରେ କମ୍ପାନୀଗୁଡିକ ଦ୍ବାରା ନିଯୁକ୍ତି ପ୍ରସ୍ତାବରେ ପ୍ରାୟ ୬୮ ପ୍ରତିଶତ ବୃଦ୍ଧି ଘଟିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories