www.samajalive.in
Wednesday, December 10, 2025
16.1 C
Bhubaneswar

୩୨୦୦ କୋଟି ଟଙ୍କାର ୭ ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଧାତବ, ଭିତ୍ତିଭୂମି, ପର୍ଯ୍ୟଟନ, ସିମେଣ୍ଟ କ୍ଷେତ୍ରରେ ହେବ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ଏମ୍‌ଜିଏମ୍‌ ମିନେରାଲ୍ସର ୮୦୦ ​କୋଟି ଟଙ୍କାର ସମ୍ପ୍ରସାରଣ ପ୍ରସ୍ତାବ ଅନୁମୋଦିତ

ଭୁବନେଶ୍ବର: ରାଜ୍ୟରେ ଧାତବ ସହ ଏହାର ଆନୁଷଙ୍ଗିକ କ୍ଷେତ୍ର, ଭିତ୍ତିଭୂମି, ପର୍ଯ୍ୟଟନ, ସିମେଣ୍ଟ କ୍ଷେତ୍ରରେ ନିବେଶ ଉପରେ ରାଜ୍ୟ ସରକାର ବେଶ ଗୁରୁତ୍ବ ଦେଉଛନ୍ତି । ଏହି କ୍ଷେତ୍ରରେ ବ୍ୟାପକ ନିଯୁକ୍ତିକୁ ସରକାର ପ୍ରାଧାନ୍ୟ ଦେଇ  ୩୨୦୦କୋଟି ଟଙ୍କା ନିବେଶ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଅନୁକ୍ରମରେ ଆଜି ଏହି ୩୨୦୦ କୋଟି ଟଙ୍କାର ୭ ନିବେଶ ପ୍ରସ୍ତାବକୁ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ (ଏସ୍‌ଏଲ୍‌ଏସ୍‌ଡବ୍ଲ୍ୟୁ ଏ)ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି । ଏଥିରେ ମେସର୍ସ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌ର ୮୦୦ ​କୋଟି ଟଙ୍କାର ସମ୍ପ୍ରସାରଣ ପ୍ରସ୍ତାବ ଅନ୍ତର୍ଭୁକ୍ତ ।

- Advertisement -

ବୁଧବାର ମୁଖ୍ୟ ଶାସନ ସଚିବ ଅସିତ‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କମିଟିର ବୈଠକରେ ୩୨୦୫.୬୭ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି । ଏଥିରେ ଧାତବ ସହ ଏହାର ଆନୁଷଙ୍ଗିକ କ୍ଷେତ୍ରଠାରୁ ଆରମ୍ଭ କରି, ଭିତ୍ତିଭୂମି, ପର୍ଯ୍ୟଟନ, ସିମେଣ୍ଟ କ୍ଷେତ୍ରରେ ଏହି ନିବେଶ କରାଯାଇଛି । ଏହାଫଳରେ ରାଜ୍ୟରେ ୨୪୯୪ ଜଣଙ୍କୁ ନିଯୁକ୍ତି ମିଳିବ । ଡିଜିଟାଲ ପ୍ଲାଟଫର୍ମରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ମଧ୍ୟ ଉପସ୍ଥିତ ଥିଲେ । ଆଜି ଅନୁମୋଦନ ଲାଭ କରିଥିବା ଏହି ୭ ପ୍ରକଳ୍ପ ହେଉଛି, ମେସର୍ସ ଏମ୍‌ଜିଏମ୍‌ ମିନେରାଲ୍ସର ୮୦୦​ କୋଟି, ମେସର୍ସ ଜିଏମ୍‌ ଆଇରନ ଆଣ୍ଡ୍‌ ଷ୍ଟିଲ କମ୍ପାନୀ ଲିମିଟେଡ୍‌ର ୬୦୭​ କୋଟି, ମେସର୍ସ ଏନଭିରୋକେୟାର ଇନ୍ଫ୍ରାସଲ୍ୟୁସନ୍‌ ପ୍ରାଇଭେଟ୍‌ ଲିମିିଟେଡ୍‌ର ୬୦ ​କୋଟି, ମେସର୍ସ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ୬୯୬ କୋଟି, ମେସର୍ସ ଲାଇଫ୍‌ଲାଇନ୍‌ ମଲ୍ଟି ଭେଞ୍ଚର୍ସ ପ୍ରାଇଭେଟ୍‌ ଲିମିିଟେଡ୍‌ର ୧୫୦ ​କୋଟି, ମେସର୍ସ ଜେଏସ୍‌ଡବ୍ଲ୍ୟୁ ସିମେଣ୍ଟ ଲିମିଟେଡ୍‌ ଏବଂ ମେସର୍ସ ଯାଜପୁର ସିମେଣ୍ଟସ ପ୍ରାଇଟେଡ୍‌ ଲିମିଟେଡର ୪୦୦ ​କୋଟି ଟଙ୍କାର ପ୍ରସ୍ତାବ ।
ମେସର୍ସ ଏମ୍‌ଜିଏମ୍‌ ମିନେରାଲ୍ସ ଲିମିଟେଡ୍‌ ପକ୍ଷରୁ ୦.୧୨୫ ଏମ୍‌ଟିପିଏର ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟ, ୦.୬ ଏମ୍‌ଟିପିଏ ପେଲେଟ୍‌ ପ୍ଲାଣ୍ଟ, ୦.୨୫ ଏମ୍‌ଟିପିଏର ଏମ୍‌ଏସ୍‌ ବିଲେଟ୍ସ, ୦.୨୫ ଏମ୍‌ଟିପିଏ ଟିଏମ୍‌ଟି ଏବଂ ୱେର ରଡ୍ସ ଏବଂ ୪୦ଏମ୍‌ଡବ୍ଲ୍ୟୁ କ୍ୟାପ୍ଟିଭ୍‌ ପାୱାର ପ୍ଲାଣ୍ଟର ସମ୍ପ୍ରସାରଣ କ୍ଷେତ୍ରରେ ୮୦୦ .୮୯ ​କୋଟି ଟଙ୍କାର ସମ୍ପ୍ରସାରଣ ପ୍ରସ୍ତାବ ରହିଛି । କମ୍ପାନୀ ଢେଙ୍କାନାଳ ଜିଲାର ନିମିଧାଠାରେ ଥିବା ତାର ଏହି ପ୍ରକଳ୍ପର ସମ୍ପ୍ରସାରଣ କରୁଛି । ଏଥିରେ ୧୨୧୫ ଜଣଙ୍କୁ ନିଯୁକ୍ତି ମିଳିବ । ପ୍ରକଳ୍ପ ସମ୍ପ୍ରସାରଣ ପରିବେଶ ମଞ୍ଜୁରି ପ୍ରକ୍ରିୟା ଜାରି ରହିଥିବାବେଳେ ୫ରୁ ୬ବର୍ଷରେ ଏହି ପ୍ରକଳ୍ପ ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories