www.samajalive.in
Thursday, December 11, 2025
18.1 C
Bhubaneswar

ସ୍ମାର୍ଟଫୋନ୍ ସତର୍କତା

ଅଧିକ ସମୟ ସ୍ମାର୍ଟଫୋନ୍ ବ୍ୟବହାର କରିବା ଆମ ମାନସିକ ଓ ଶାରୀରିକ ଶକ୍ତି ଉଭୟ ପ୍ରଭାବିତ ହୋଇଥାଏ। ହେଲେ ଏଇ ଯନ୍ତ୍ରଟି ଅଧିକାଂଶ ଦୈନନ୍ଦିନ ଜୀବନର ପ୍ରମୁଖ ସ୍ଥାନ ଗ୍ରହଣ କରିଛି କହିଲେ ଭୁଲ ହେବନାହିଁ। ଶଯ୍ୟା ତ୍ୟାଗ ପରଠାରୁ ପୁଣି ରାତିରେ ଶେଯକୁ ଯିବା ପର୍ଯ୍ୟନ୍ତ ୪୧% ଲୋକଙ୍କ ହାତରେ ସ୍ମାର୍ଟଫୋନ୍ ରହିଥାଏ। ବିଶେଷଜ୍ଞ ନିୟମିତ ଭାବେ ଏ ବାବଦରେ ଲୋକଙ୍କୁ ଗବେଷଣା ଜରିଆରେ ଏହାର କୁପରିଣାମ ଅବଗତ କରାଇବା ସତ୍ତ୍ବେ ସଚେତନ ଖୁବ୍ କମ୍ ଲୋକ ହେଉଛନ୍ତି।

ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସ୍ମାର୍ଟଫୋନ୍‌‌ରେ ଚଳଚ୍ଚିତ୍ର ଓ ୱେବ୍‌ ସିରିଜ୍ ଦେଖିବା ଯୁବପିଢ଼ିଙ୍କର ପ୍ରଥମ ସଉକ୍ ପାଲଟିଛି। ତେବେ ଏଇ ଖରାପ ଅଭ୍ୟାସ କାରଣରୁ ସେମାନଙ୍କ ଠାରେ ‘ପିଙ୍କ୍ ଆଇ ସିଣ୍ଡରୋମ୍’ ସମସ୍ୟା ଦେଖାଯାଉଛି। ଆଖିରେ ଆଲର୍ଜି ହେବା, ଲାଲ ହୋଇଯିବା ଓ ସମୟକ୍ରମେ ଏହା କାରଣରୁ ଦୃଷ୍ଟି ଶକ୍ତି ପ୍ରଭାବିତ ହେଉଥିବାର ପ୍ରକାଶ।

- Advertisement -

ସ୍ମାର୍ଟଫୋନ୍‌‌ରେ ରୀତିମତ ଟାଇପିଂ କରୁଥିବା ବ୍ୟକ୍ତିଙ୍କଠାରେ ଟେକ୍ସଟିଙ୍ଗ ଥମ୍ବ ସିଣ୍ଡରୋମ୍ ଦେଖାଯାଏ। କେହିକେହି ଅଫିସ୍ କାମ ପାଇଁ ମଧ୍ୟ ଅଧିକ ସମୟ ଫୋନ୍‌‌ରେ ଟାଇପ୍ କରୁଥିବାର ପ୍ରକାଶ। ତେବେ ଏହା କାରଣରୁ ଆମ ଆଙ୍ଗୁଠିର ମାଂସପେଶୀ, କୋଷିକା ଦୁର୍ବଳ ହୋଇଥାଏ। ସମୟକ୍ରମେ ଲେଖିବାବେଳେ ହାତ ଥରେ ଓ କୌଣସି ଜିନିଷକୁ ଧରିପାରିନଥାଉ।

ଏସବୁ ସହ ଅଧିକ ସମୟ ସ୍ମାର୍ଟଫୋନ୍ ଦେଖିଲେ ବେକ ଦରଜ, ମାନସିକ ସ୍ତରରେ ମଧ୍ୟ ପ୍ରଭାବିତ ହେଉ। ଯଥାସମ୍ଭବ କମ୍‌ ସମୟ ମୋବାଇଲ୍‌ ଦେଖିବାକୁ ଚେଷ୍ଟା କରନ୍ତୁ।

ହାତରେ ଧରି କୌଣସି ଭିଡିଓ ଦେଖିବା ପରିବର୍ତ୍ତେ ମୋବାଇଲ୍‌କୁ ଗୋଟିଏ ସ୍ଥାନରେ ରଖି ଦେଖିବା ବୁଦ୍ଧିମାନର କାମ।

ବିଳମ୍ବିତ ରାତ୍ରି ଯାଏଁ ମୋବାଇଲ୍ ଦେଖିଲେ ଆପଣଙ୍କ ନିଦ୍ରାହୀନତା ସମସ୍ୟା ଉପୁଜିବ।

ମୁଖ୍ୟ କଥା ଯେ, ମୋବାଇଲ୍‌ ଯୋଗାଯୋଗ କରିବାକୁ ବ୍ୟବହାର କରନ୍ତୁ, ମନୋରଞ୍ଜନ କିମ୍ବା ଜରୁରୀ ଆବଶ୍ୟକତା ନିମନ୍ତେ ନୁହେଁ ବୋଲି ବିଶେଷଜ୍ଞଙ୍କ ମତ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories