www.samajalive.in
Monday, December 15, 2025
26.1 C
Bhubaneswar

ନାମକରଣ ପାଇଁ ଅନ୍‌ଲାଇନ ଅନୁସନ୍ଧାନ

ଆଜିର ଯୁଗ ‘ସ୍ମାର୍ଟ ଯୁଗ’ ହୋଇଯାଇଛି। କିଛି ବର୍ଷ ତଳେ ନବଜାତ ସନ୍ତାନର ନାମକରଣ ନିମନ୍ତେ ପଣ୍ଡିତ କିମ୍ବା ଘରର ଗୁରୁଜନଙ୍କ ପରାମର୍ଶ ନିଆଯାଉଥିଲା। ଏବେ କିନ୍ତୁ ସେଇ ଦୃଶ୍ୟରେ ବିରାଟ ପରିବର୍ତ୍ତନ ହୋଇଛି। ପିଲାର ଭଲ ନାମ ଦେବା ପାଇଁ ମା-ବାପା ନେଉଛନ୍ତି ଇଣ୍ଟରନେଟ୍‌ର ସହାୟତା। ଗୁଗୁଲ୍‌ ସର୍ଚ୍ଚରେ ଖୋଜାଚାଲୁଛି ଦେଶୀ ଓ ବିଦେଶୀ ଉଭୟ ପ୍ରକାରର ନାମ।
– ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ୫୬% ମା’ମାନେ ଅନ୍-ଲାଇନ୍‌ରେ ନାମ ଖୋଜି ପିଲାଙ୍କ ନାମକରଣ କରିବାକୁ ପସନ୍ଦ କରୁଛନ୍ତି।
– ମାତ୍ର ୫% ମା ଗୁରୁଜନଙ୍କ କଥା ଅନୁସାରେ ପିଲାର ନାମ ଦେଉଥିବାର ପ୍ରକାଶ।
–   ଅଭିଭାବକ ବର୍ତ୍ତମାନ ସମୟରେ ନାମର ଅର୍ଥକୁ ନ ବୁଝି ବରଂ କାନକୁ ଭଲ ଶୁଭୁଥିବା ନାମ ଦେବାକୁ ଉଚିତ୍ ମନେକରୁଛନ୍ତି।
– ବାରାଣସୀର ଜନୈକ ବରିଷ୍ଠ ପଣ୍ଡିତଙ୍କ କହିବାନୁସାରେ, ପିଲାର ନାମକରଣ ସମୟରେ ଗୋତ୍ର, ନକ୍ଷତ୍ର, ଜନ୍ମସମୟ, ଜାତକ ଇତ୍ୟାଦିକୁ ଗୁରୁତ୍ବ ଦିଆଯିବା ଉଚିତ। ଆଜିର ସମୟରେ କେତେକ ନୈଷ୍ଠିକ ପରିବାରରେ ଏସବୁ ନିୟମକୁ ସସମ୍ମାନେ ପାଳନ କରାଯାଉଥିବାର ପଣ୍ଡିତ କହିଛନ୍ତି। n

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories