www.samajalive.in
Saturday, December 6, 2025
19.1 C
Bhubaneswar

ଜେଇଇ(ମେନ୍‍) ପରୀକ୍ଷାର୍ଥୀଙ୍କ ପାଇଁ ‘ଓଡ଼ିଶା-ମୋ ପରିବାରର ‘ହେଲ୍ପ ଡେସ୍କ’

ଭୁବନେଶ୍ୱର: କରୋନା ମହାମାରୀ ଏବଂ ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ସମସ୍ତ ପ୍ରକାର କୋଭିଡ୍‍ ନିୟମ ଅନୁପାଳନ କରି ବିଇ/ବିଟେକ୍‍, ବିଆର୍କିଟେକ୍‍, ବିପ୍ଲାନିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆଜିଠାରୁ ସାରା ଦେଶରେ ଜେଇଇ(ମେନ୍‍) ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ସେପ୍ଟେମ୍ବର ୬ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତଥର ଅପେକ୍ଷ ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇ ଦିଆଯାଇି। ଚଳିତ ବର୍ଷ ଓଡ଼ିଶାରୁ ୩୮ହଜାର ୨୩୬ଜଣ ଛାତ୍ରଛାତ୍ରୀ ଜେଇଇ(ମେନ୍‍) ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି। ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ରର ଆୟୋଜନ କରାଯାଇଥିବାବେଳେ ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ବାକି ୨୦ଟି କେନ୍ଦ୍ର ହୋଇଛି। ତେବେ ରାଜ୍ରରେ ବନ୍ୟା ଏବଂ କରୋନାର ଭୟାବହତା ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନେ ଯେପରି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ଓଡ଼ିଶା-ମୋ ପରିବାର ପରୀକ୍ଷାର୍ଥୀଙ୍କୁ ସହାୟତା ଯୋଗାଇ ଦେଉଛି।
ଏହି ସମସ୍ତ ପରୀକ୍ଷା କେନ୍ଦ୍ରରେ ‘ଓଡ଼ିଶା-ମୋ ପରିବାର’ ଦରଫରୁ ସ୍ୱତନ୍ତ୍ର ‘ହେଲ୍ପ ଡେସ୍କ’ର ବ୍ୟବସ୍ଥା କରାଯାଇ ଛାତ୍ରଛାତ୍ରୀମାନଙ୍କ ଲାଗି ପାଣି ବୋତଲ, ସାନିଟାଇଜର ଏବଂ ଜଳଖିଆର ବ୍ୟବସ୍ଥା କରାଯିବା ସହ କୌଣସି ଛାତ୍ରଛାତ୍ରୀ ଯଦି ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତାହେଲେ ସେମାନଙ୍କୁ ଯାତାୟତ ସୁବିଧା ଯୋଗାଇ ଦେଇ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇଛି। ଆଜି ଭୁବନେଶ୍ୱରର ପରୀକ୍ଷା କେନ୍ଦ୍ରରେ ‘ଓଡ଼ିଶା-ମୋ ପରିବାର’ର ଆବାହକ ଅରୁପ ପଟ୍ଟନାୟକ, ସଦସ୍ୟ ରୁଦ୍ରନାରାଣ ସାମନ୍ତରାୟ, ସୁବାଷ ପାତ୍ର, ଦୁର୍ଗା ସାମନ୍ତରାୟ ଏବଂ ସଦସ୍ୟା ମୀରା ପୀଡ଼ିା ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ସହ ‘ଓଡ଼ିଶା-ମୋ ପରିବାର’ର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ। ଆଜି ଭୁବନେଶ୍ୱରସ୍ଥିତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାଖାପାଖି ୧୭୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।


କଟକରେ ପ୍ରାୟ ୪୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାର ବିଧାୟକ ସୌଭିକ୍‍ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ବ୍ରହ୍ମପୁରରେ ପ୍ରାୟ ୨୫୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲା ବିଜେଡ଼ି ସଭାପତି ରମେଶଚନ୍ଦ୍ରଚ୍ୟାଉ ପଟ୍ଟନାକ ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
ଢେଙ୍କାନାଳରେ ପ୍ରାୟ ୧୨୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ବିଧାୟକ ସୁଧୀର କୁମାର ସାମଲ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ରାଉରକେଲାରେ ପ୍ରାୟ ୩୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ‘ଓଡ଼ିଶା-ମୋ ପରିବାର’ ସଦସ୍ୟା ସୁନୀତା ବିଶ୍ୱାଳ, ସମ୍ବଲପୁର ବିଜେଡ଼ି ମହିଳା ନିରୀକ୍ଷକ ମିନତୀ ଦେବତା, ପୂର୍ବତନ ପୌରାଞ୍ଚଳ ଅଧ୍ୟକ୍ଷା ରଶ୍ମିବାଳା ମିଶ୍ର ପ୍ରମୁଖ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। କୁନ ବିହାରୀ ଦାସଙ୍କ ତତ୍ତ୍ୱାବଧାନରେ ଏଠାରେ ସହାୟତା କେନ୍ଦ୍ର ପରିଚାଳନାହୋଇଥିଲା। ସମ୍ବଲପୁରରେ ପ୍ରାୟ ୪୦୦ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସମ୍ବଲପୁର ଜିଲା ବିଜେଡ଼ି ସଭାପତି ସିଦ୍ଧାର୍ଥ ଦାସ ଉପସ୍ଥିତ ରହି ପରୀକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ବାଲେଶ୍ୱର ୨୫୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ପ୍ରବଳ ବର୍ଷା ସତ୍ତେ୍ୱ ଆର୍‍.କେ.ଜେନାଙ୍କ ତତ୍ତ୍ୱାବଧାନରେ ଏବଂ ‘ଓଡ଼ିଶ-ମୋ ପରିବାର’ର ସ୍ୱେଚ୍ଛାସେବୀଙ୍କ ଉପସ୍ଥିତିରେ ସୈରୁଲ୍‍ ହକ୍‍ ସହାୟତା କେନ୍ଦ୍ରର ପରିଚାଳନା କରିଥିଲେ। ‘ଓଡ଼ିଶା-ମୋ ପରିବାର’ର ଏହି ସହାୟତା ଲାଗି ପରୀକ୍ଷାର୍ଥୀ ଏବଂ ତାଙ୍କର ଅବିଭାବକମାନେ ‘ଓଡ଼ିଶା-ମୋ ପରିବାର’କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories