www.samajalive.in
Sunday, December 7, 2025
16.1 C
Bhubaneswar

ବିପଦ ସଂକେତ ଉପରେ ଦୟା, ଭାର୍ଗବୀ

ପିପିଲି : ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ବନ୍ୟାଜଳ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଉଭୟ ନଦୀର ନଦୀବନ୍ଧରେ ବହୁ ଘଳିଆ ସୃଷ୍ଟି ହୋଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡିକର ମରାମତି କରାଯିବା ସହ ନଦୀବନ୍ଧ ଉପରେ ପ୍ରଶାସନ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଛି। ପୂର୍ଣ୍ଣମୀ ଯୋଗୁଁ ସମୁଦ୍ର ଜୁଆରିଆ ରହୁଥିବାରୁ ନଦୀରୁ ବନ୍ୟାଜଳ ସମୁଦ୍ରକୁ ନିଷ୍କାସନ ହେବାରେ ବିଳମ୍ବ ଘଟୁଛି। ଫଳରେ ଆସନ୍ତା ୨ଦିନ ପର୍ୟ୍ୟନ୍ତ ବିପଦ ରହିଥିବା ସୂଚନା ମିଳିଛି।
୪ଦିନ ଧରି ଉଭୟ ନଦୀରେ ବନ୍ୟାଜଳ ବିପଦ ସଂକେତ ଉପରେ ପ୍ରବାହିତ ହେବା ଫଳରେ ନଦୀବନ୍ଧ ଦୁର୍ବଳ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଜଳସଂପଦ ବିଭାଗ ଓ ପ୍ରଶାସନ ପକ୍ଷରୁ ଉଭୟ ନଦୀର ବନ୍ଧ ଉପରେ ୨୪ ଘଣ୍ଟିଆ ପେଟ୍ରୋଲିଂ କରାଯାଇ ସତର୍କ ଦୃଷ୍ଟି ରଖାଯାଇଥିବା ବେଳେ ସୃଷ୍ଟି ହେଉଥିବା ଘଳିଆ ଗୁଡିକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। ନଦୀ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ମନରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ଡର ଏଯାଏଁ ଯାଇନଥିବା ସୂଚନା ମିଳିଛି। ଦୟାନଦୀର କଣ୍ଟି ଓ ମାଧିପୁର କାଜରୁ ନିର୍ଗତ ବନ୍ୟାଜଳ ଶହ ଶହ ହେକ୍ଟର ଚାଷଜମିକୁ ଜଳମଗ୍ନ କରିଥିବା ବେଳେ ଉକ୍ତ ଜମିର ଧାନ ଓ ପନିପରିବା ଚାଷ ଉଜୁଡି ଯାଇଥିବା ସୂଚନା ମିଳିଛି। ଅଦ୍ୟାବଧି ବହୁଗ୍ରାମ ଜଳବନ୍ଦୀ ହୋଇରହିଛି। ବହୁ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ବହୁଘର ମଧ୍ୟରେ ବନ୍ୟାଜଳ ପଶିଯାଇଛି। ପିପିଲି-ଜଟଣୀ ରାସ୍ତାର ବାରିମୂଳ ନିକଟରେ ରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସେହି ରାସ୍ତାରେ ଗାଡିମୋଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। କଣ୍ଟି ପଞ୍ଚାୟତର ବଡକଣ୍ଟି ଦଳିତ ସାହିର ୧୮ଟି ପରିବାର ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିବା ସହ ବାହ୍ୟଜଗତରୁ ଉକ୍ତ ଗ୍ରାମ ବିଛିନ୍ନ ହୋଇଯାଇଥିବା ସୂଚନା ମିଳିଛି। ଦୟାନଦୀର କଣ୍ଟି ଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ୧୧.୧୭ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସଂନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୨.୧୦ ମିଟର ଉଚ୍ଚତାରେ ପ୍ରବାହିତ ହେଉଛି। ଭାର୍ଗବୀ ନଦୀର ହରିପୁର ଠାରେ ବିପଦ ସଙ୍କେତ ୧୨.୦୯୫ ମିଟର ରହିଥିବାବେଳେ ସଂନ୍ଧ୍ୟା ୭ଟା ସୁଦ୍ଧା ୧୩.୦୬୫ମିଟର ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ସୂଚନା ମିଳିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories