www.samajalive.in
Friday, December 5, 2025
20.1 C
Bhubaneswar

କମୁଛି ପାଣି, ବଢୁଛି ଦୁର୍ଦ୍ଦଶା

ଆରଡି: ଆରଡି ସମେତ ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ଭୟଙ୍କର ବନ୍ୟା ପରିସ୍ଥିତିରେ ଧିରେଧିରେ ସୁଧାର ଆସୁଛି। ସୋମବାର ବନ୍ୟାଜଳ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଏବେବି ବହୁ ଗାଁ ଜଳବନ୍ଦୀ ହୋଇ ରହିଛି। ଯେଉଁ ସ୍ଥାନରେ ବନ୍ୟାପାଣି କମିଛି ସେଠାରେ ବିପନ୍ନଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି। କେଉଁଠି ଝାଟିମାଟି ଘରେ ବନ୍ୟାପାଣି ପସିଥିବାରୁ ଧରାଶାୟୀ ହୋଇଛି ତ ଆଉ କେଉଁଠି କଚାଘର ଭୂଇଁରେ ଲୋଟୁଛି। ବିପନ୍ନଙ୍କର ଦୁର୍ଦଶା ଏପରି ହୋଇଛି ଦୀର୍ଘ ୫ଦିନ ହେଲା ରାସ୍ତା ଉପରେ ରୋଷେଇ କରିବା ସହ ଆଶ୍ରୟ ନେଇଛନ୍ତି। ହେଲେ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ବର୍ଷା ଆରମ୍ଭ ହୋଇ ଯାଇଥିବାରୁ ବିପନ୍ନଙ୍କ ଦୁର୍ଦଶା ୨ଗୁଣିତ ହୋଇଛି। ବିଶେଷକରି ସୋମବାର ସକାଳେ ମୁଆଁ ଗାଁ ନିକଟରେ ୨ଟି କୁମ୍ଭୀର ନଦୀର ବାଟବଣା ହୋଇ ବନ୍ୟାଜଳରେ ଜନବସତି ଆଡକୁ ଚାଲି ଆସିଥିବା କିଛି ଗାଁ ଲୋକ ଦେଖିବା ସହ ନଦୀ ଆଡକୁ ଘୋଓଡାଇଥିଲେ ମଧ୍ୟ ଗୋଟିଏ କୁମ୍ଭୀର ନଦୀକୁ ଚାଲିଯାଇଥିଲା। ହେଲେ ଅନ୍ୟ କୁମ୍ଭୀର ଗାଁ ନିକଟରେ ଲୁଚି ରହିଥିବାରୁ ଲୋକମାନେ ଏବେବି ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେହିପରି କେତେକ ସ୍ଥାନରେ ଯାତାୟତ ସୁଧାର ଆସିଥିଲେ ମଧ୍ୟ ବହୁ ସ୍ଥାନରେ ଏବେବି ନଳକୂପ ବୁଡି ରହିଥିବାରୁ ଲୋକମାନେ ଦେଶୀଡଙ୍ଗା ଦ୍ୱାରା ପିଇବା ପାଣି ନେଉଥିବା ବନ୍ୟାଅଞ୍ଚଳରେ ଦେଖିବାକୁ ମିଳିଛି। ତାହାସହ ଏକରଏକର ଚାଷଜମିରେ ବନ୍ୟାଜଳ ଏବେବି ଅଣ୍ଟାଏ ଉଚ୍ଚରୁ ଲହଡି ଭାଙ୍ଗୁଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories