www.samajalive.in
Saturday, December 13, 2025
14.1 C
Bhubaneswar

ନବରଙ୍ଗପୁରରେ ପୁଣି ୮୦ ଦାଦନ ଶ୍ରମିକ ଉଦ୍ଧାର, ଦୁଇଟି ଘରୋଇ ବସ ଅଟକ

ନବରଙ୍ଗପୁର:କାମ ଅଭାବରୁ ପେଟ ପାଟଣା ପାଇଁ ତାମିଲନାଡୁ ଯାଉଥିବାବେଳେ ନବରଙ୍ଗପୁର ଜିଲାର ୮୦ ଜଣ ଦାନନ ଶ୍ରମିକଙ୍କୁ ଜିଲା ଶ୍ରମ ବିଭାଗ ଉଦ୍ଧାର କରିଛିି। ସେମାନଙ୍କର ମଧ୍ୟରେ ୫୦ଜଣ ଯୁବତୀ ରହିଥିବା ଜଣାପଡିଛି। ତାମିଲନାଡୁର ତିରୁପୁରର ଏକ ସିଲେଇ କମ୍ପାନୀରେ କାମ କରିବାକୁ ଦୁଇଟି ବସରେ ଯାଉଥିିବା ବେଳେ ନବରଙ୍ଗପୁର ଓ କେରାପୁଟ ଜିଲା ସୀମାନ୍ତରେ ଏହି ଦାଦନ ମାନଙ୍କ ଉଦ୍ଧାର କରାଯାଇଛିା ତେବେ ବିନା ରେଜିଷ୍ଟ୍ରସନରେ ଏମାନେ ଯାଉଥିବା ଜିଲା ଶ୍ରମ ବିଭାଗ ଯାଞ୍ଚ ପରେ ଜାଣିବାକୁ ପାଇଛି।

 

- Advertisement -

ଏହି ଶ୍ରମିକମାନଙ୍କୁ ନେବାପାଇଁ ତାମିଲନାଡୁର ଦୁଇଟି ବସ ଆସିଥିବାବେଳେ ଏହି ବସ୍‌ ଦୁଇଟିକୁ ଶ୍ରମ ବିଭାଗ ଅଟକ ରଖିଛି। କରୋନା ସଂକ୍ରମଣ ଆଶଙ୍କାରେ ଘରକୁ ଫେରିଥବା ଏହି ଶ୍ରମିକ ମାନେ ଏଠାରେ କାମ ନପାଇବାରୁ ପେଟପାଟଣା ଓ ପରିବାର ପ୍ରତିପୋଷଣ ପାଇଁ ବାଧ୍ୟ ହୋଇ ପୂର୍ବ କମ୍ପାନୀକୁ ଫେରିଯାଉଥିବା କହିଛନ୍ତିା ସେଠାରେ ଭଲ ରୋଜଗାର ହେଉଥିବାବେଳେ ସ୍ୱଇଚ୍ଛାରେ ଯାଉଥିବା କହିଛନ୍ତି। ତେବେ ସରକାରୀ ନିୟମ ପ୍ରକାରେ ଶ୍ରମ ବିଭାଗ ପକ୍ଷରୁ ଏହି ସମସ୍ତ ଦାଦାନ ଶ୍ରମିକଙ୍କର ପଞ୍ଜୀକରଣ କରାଯିବା ସହ କମ୍ପାନୀ ଲାଇସେନ୍ସ ଯାଞ୍ଚ କରାଯାଇ ପଞ୍ଜୀକରଣ କରାଯିବା ପରେ ଉଦ୍ଧାର କରାଯାଇଥିବା ଶ୍ରମିକଙ୍କୁ ଛଡାଯିବବୋଲି ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୋଇପୋଇ ପ୍ରକାଶ କରିଛନ୍ତି।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories