www.samajalive.in
Wednesday, December 10, 2025
16.1 C
Bhubaneswar

ସୁସ୍ଥ ହୋଇ ଏମସ୍‌ରୁ ଘରକୁ ଫେରିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ : ସୁସ୍ଥ ହୋଇ ଘରକୁ ଫେରିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ସୋମବାର ସକାଳୁ ତାଙ୍କୁ  ଦିଲ୍ଲୀ ଏମସ୍‌ରୁ  ଡିସଚାର୍ଜ କରାଯାଇଛି। କରୋନାରୁ ଆରୋଗ୍ୟ ଲାଭ କରିବା ପରେ  ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତ  ୧୮ ତାରିଖ ବିଳମ୍ବିତ ରାତିରେ ନିଶ୍ଵାସ ନେବାରେ ସମସ୍ୟା ହେବାରୁ ଅମିତ ଶାହଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍‌ସର ନିର୍ଦେଶକ ଡକ୍ଟର ଗୁଲେରିଆଙ୍କ ନେତୃତ୍ବାଧୀନ ଟିମ ତାଙ୍କର ଚିକିତ୍ସା କରୁଥିଲା। ପୂର୍ବରୁ ଗତ ୨ ତାରିଖରେ ଅମିତ ଶାହା କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ମେଦାନ୍ତା ହସପିଟାଲରେ ଭର୍ତ୍ତି କରାଯାଇଥିଲା। କିଛିଦିନ ସେଠାରେ ଚିକିତ୍ସିତ ହେବା ପରେ ଗତ ୧୪ ତାରିଖରେ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା  ଏହାପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଥିଲା। ପରେ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଶାହାଙ୍କୁ ସାମାନ୍ୟ ଜ୍ବର ଆସିବାରୁ ଏବଂ ଶ୍ଵାସ କ୍ରିୟାରେ କଷ୍ଟ ହେବାରୁ ତାଙ୍କୁ  ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories