www.samajalive.in
Friday, December 12, 2025
14.1 C
Bhubaneswar

ବନ୍ୟାଜଳରେ ଭାସିଯାଇ ଦୁଇ ନିଖୋଜ, ହିରାକୁଦ ବନ୍ୟାଜଳ ଆସିବାକୁ ନେଇ ଅଞ୍ଚଳବାସୀ ଭୟଭୀତ

ବାଲିଚନ୍ଦ୍ରପୁର: ବିରୂପା, କେଲୁଅ ଓ ଗେଙ୍ଗୁଟି ନଦୀରେ ବନ୍ୟା ଆସିବା ଦ୍ୱାରା ବଡଚଣା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ରବିବାର ବନ୍ୟାଜଳରେ ଭାସିଯାଇ ଦୁଇଜଣ ନିଖୋଜ ହୋଇଥିବା ଜଣାଯାଇଛି। ହିରାକୁଦରୁ ଛଡାଯାଇଥିବା ବନ୍ୟାଜଳ ପୁନର୍ବାର ଜଳ ସ୍ତର ବୃଦ୍ଧି ପାଇପାରେ ବୋଲି ଆଶାଙ୍କା କରାଯାଉଛି। ଉକ୍ତ ବନ୍ୟାଜଳକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି।

ବନ୍ୟାଜଳରେ ଭାସିଯାଇ ନିଖୋଜଥିବା ଦୁଇ ଜଣଙ୍କୁ ଖୋଜିବା ନିମନ୍ତେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜା ଖୋଜି ଜାରି ରହିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରାଯାଇପାରିନାହିଁ। ରବିବାର ସକାଳ ୫ଟା ସମୟରେ ସାଉଡିଆ ପଞ୍ଚାୟତ ମୁଷାଟିକିରି ଗ୍ରାମର ଅମିତ ଦାସ(୧୯) ଓ ତାର ସାନ ଭାଇ ଅସିତ ଉଭୟ ଗାଁରୁ କୃଷ୍ଣ ଦାସପୁର-ରତ୍ନଗିରି ରାସ୍ତାକୁ ଆସୁଥିବା ସମୟରେ ବନ୍ୟାସ୍ରୋତ ସେମାନଙ୍କୁ ଭସାଇ ନେଇଥିଲା। ଏହି ସମୟରେ ସାନ ଭାଇ ଅସିତ ଏକ କଦଳି ଗଛକୁ ଧରି ରହିଯାଇଥିବା ବେଳେ ଅମିତକୁ ପ୍ରଖର ସୋତ୍ର ଭସାଇ ନେଇଥିଲା। ଫଳରେ ଅସିତ୍ ନିଖୋଜ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି କରାଯାଇଥିଲେ ମଧ୍ୟ ଅମିତର କୌଣସି ପତ୍ତାମିଳି ନଥିଲା । ସେହିପରି ସାଉଡିଆ ଗ୍ରାମର କନ୍ଦ ମଳିକ (୬୫) ଶୌଚ ହେବାକୁ ଯାଇ କେଲୁଅ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ନିଖୋଜ କନ୍ଦକୁ ଅପରାହ୍ନ ପର୍ଯ୍ୟନ୍ତ ଖୋଜା ଖୋଜି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଏହି ପ୍ରଳୟଙ୍କରୀ ବନ୍ୟାରେ ବଡଚଣା ବ୍ଲକ୍ ର ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ଏଥି ନେଇ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସହିତ ଆଲୋଚନା କରିଛନ୍ତି। ତୁରନ୍ତ ବନ୍ୟାଘେରେ ଥିବା ବିପନ୍ନ ମାନଙ୍କୁ ସହୟତା ଯୋଗାଇଦେବାକୁ ବିଧାୟକ ଶ୍ରୀ ଶତପଥି ଦାବି କରିଛନ୍ତି। ଚଳିତ ବର୍ଷ ବନ୍ୟାରେ ବଡଚଣା ବ୍ଲକ୍ ର ୨୬ ପଞ୍ଚାୟତର ୧୧୧ ଗାଁ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଏହା ସହ ବନ୍ୟା ଜଳରେ ୩୬ ହଜାର ହେକ୍ଟର ଚାଷଜମି ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ବନ୍ୟାରେ ବହୁଲୋକ ସେମାନଙ୍କ ଗୋରୁ ଗାଇକୁ ନେଇ ରାଜ୍ୟ ରାଜପଥ ସହ ବିଭିନ୍ନ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଥିବା ଦେଖାଯାଇଛି । ବେଣୀପୁର ଠାରେ ହୋଇଥିବା ଘାଇ ଯୋଗୁଁ ବାଲିପଡିଆ ପଞ୍ଚାୟତର ଦେକୁରୀ ଗ୍ରାମରେ କ୍ଷତିଗ୍ରସ୍ତ ହୋଇଛି। ସେହି ଗ୍ରାମରେ ଥିବା କଚ୍ଚାଘର ସବୁ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories