www.samajalive.in
Saturday, December 13, 2025
26.1 C
Bhubaneswar

ଦୁନିଆର ରହସ୍ୟମୟ ଦ୍ୱୀପ, ଯେଉଁଠାରେ ମହିଳାଙ୍କୁ ମନା

ଦୁନିଆରେ ଅନେକ ରହସ୍ୟମୟ ସ୍ଥାନ ରହିଛି, ଯାହା ନିଜସ୍ବ ବିଶେଷ କାରଣ ପାଇଁ ବହୁତ ପ୍ରସିଦ୍ଧ। ଏହି ସ୍ଥାନଗୁଡିକ ବିଷୟରେ ଶୁଣିବା ପରେ, ନିଶ୍ଚିତ ଭାବରେ ଥରେ ବୁଲିବାକୁ ଇଚ୍ଛା ହୁଏ। ଜାପାନର ଓକିନୋସିମା ଦ୍ୱୀପ ସେଭଳି ସ୍ଥାନ ମଧ୍ୟରୁ ଗୋଟିଏ। କିନ୍ତୁ ଏହି ଦ୍ୱୀପ ସହିତ ଜଡିତ ଅଜବ ନିୟମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ।  ଦ୍ବପର ନାମ ହେଉଛି ଓକିନୋସିମା। ଏପରି ଏକ ସ୍ଥାନ ଯେଉଁଠାରେ ମହିଳାଙ୍କ ଯିବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି। ଏଥି ସହିତ ପୁରୁଷମାନଙ୍କୁ ଏହି ଦ୍ୱୀପ ପରିଦର୍ଶନ କରିବା ପାଇଁ କଡା ନିୟମ ପାଳନ କରିବାକୁ ପଡିଥାଏ।

ଓକିନୋସିମା ଦ୍ୱୀପକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ଘୋଷିତ କରାଯାଇଛି। ୭୦୦ ବର୍ଗ ମିଟରରୁ ଅଧିକ ବ୍ୟାପିଥିବା ଏହି ଦ୍ୱୀପ ଚତୁର୍ଥରୁ ନବମ ଶତାବ୍ଦୀ ପର୍ଯ୍ୟନ୍ତ କୋରିଆ ଉପଦ୍ୱୀପ ଏବଂ ଚୀନ୍ ମଧ୍ୟରେ ବାଣିଜ୍ୟର କେନ୍ଦ୍ର ବୋଲି କୁହାଯାଉଛି।

- Advertisement -

ଧାର୍ମିକ ଭାବରେ ଏହି ଦ୍ୱୀପଟି ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଏଠାରେ ପ୍ରାଚୀନ କାଳରୁ ଧାର୍ମିକ ପ୍ରତିବନ୍ଧକ ରହିଆସିଛି। ଏହି ଦ୍ୱୀପରେ ମହିଳାଙ୍କ ଆଗମନ ଉପରେ ଏକ ନିଷେଧାଦେଶ ରହିଛି।

କୁହାଯାଏ ଯେ, ଏହି ଦ୍ୱୀପକୁ ଯିବା ପୂର୍ବରୁ ପୁରୁଷମାନେ ଉଲଗ୍ନ ଭାବରେ ଗାଧୋଇବା ଆବଶ୍ୟକ। ଏହି ଦ୍ୱୀପ ବିଷୟରେ ନିୟମ ଏତେ କଠୋର ଯେ ଗୋଟିଏ ବର୍ଷରେ କେବଳ ୨୦୦ ପୁରୁଷ ଏହି ଦ୍ୱୀପ ପରିଦର୍ଶନ କରିପାରିବେ। ଯେଉଁମାନେ ଏହି ଦ୍ୱୀପ ପରିଦର୍ଶନ କରନ୍ତି ସେମାନଙ୍କୁ ସେଠାରୁ କିଛି ନ ଆଣିବାକୁ କଠୋର ନିର୍ଦ୍ଦେଶ ଦିଆଯାଇଛି। ଏପରିକି ସେମାନଙ୍କୁ ଏହି ଯାତ୍ରା ବିଷୟରେ କାହାକୁ ନ କହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ। ଆସାହି ଶିମ୍ବୁନ୍ ଖବରକାଗଜର ରିପୋର୍ଟ ଅନୁଯାୟୀ, ସେଠାରୁ ଫେରୁଥିବା ଲୋକମାନେ ସେମାନଙ୍କ ସହିତ ଘାସ ମଧ୍ୟ ଆଣି ପାରିବେ ନାହିଁ।

ଏହି ଦ୍ୱୀପରେ ମୁନାକାତା ତାଇଶା ଓକିତ୍ସୁ ମନ୍ଦିର ରହିଛି। ଯେଉଁଠାରେ ସମୁଦ୍ରର ଦେବୀଙ୍କୁ ପୂଜା କରାଯାଏ। ଶୁଣିବାକୁ ମିଳେ ଯେ, ୧୭ ତମ ଶତାବ୍ଦୀରେ ଜାହାଜଗୁଡ଼ିକର ସୁରକ୍ଷା ପାଇଁ ଏଠାରେ ପୂଜା କରାଯାଇଥିଲା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories