www.samajalive.in
Thursday, December 11, 2025
16.1 C
Bhubaneswar

କୁଶମେଲରୁ ଅଜଗର, ଉତ୍କଳ ନଗରରୁ ବଜ୍ରକାପ୍ତା ଉଦ୍ଧାର

ବଲାଙ୍ଗିର: ବଲାଙ୍ଗିର ସହରରେ ରବିବାର ସକାଳୁ ଏକ ବଜ୍ରକାପ୍ତା ଉଦ୍ଧାର ହେବା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ହୋଇଛି। ଏହାକୁ ବନ ବିଭାଗ ନିଜ ଦାୟିତ୍ୱକୁ ନେଇଥିବା ବେଳେ ଉଦ୍ଧାରକାରୀ ଦଳଙ୍କୁ ପ୍ରଶଂସାର ଶୂଅ ଛୁଟୁଛି।
ସୂଚନା ଅନୁସାରେ ବଲାଙ୍ଗିର ଉତ୍କଳ ନଗର ଠାରେ ଭୋର ସକାଳୁ ଏକ ଅଜଣା ଜନ୍ତୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ସକାଳୁ ଘର ଝାଡୁ କରୁଥିବା ମହିଳା ଉଚ୍ଚ ସ୍ୱରରେ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ସେଠାକୁ ଧାଇଁ ଆସିଥିଲେ। ଏ ନେଇ ସାପ ଉଦ୍ଧାରକାରୀ ଦଳକୁ ଲୋକେ ଫୋନ ଯୋଗେ ଡାକିଥିଲେ। ଖବର ପାଇ ରଶ୍ମି ରଂଜନ କୁମାର, ପୂର୍ଣ୍ଣଚନ୍ଦ୍ର ବିଶି, ଜିତୁ ସାଗର, ପ୍ରଦେଶ କୁମାର, ପିତଶୁ ଭୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଉଦ୍ଧାର ସମୟରେ ଏହା ଏକ ବଜ୍ରକାପ୍ତା ବୋଲି ଉଦ୍ଧାରକାରୀ ଟିମ ଚିହ୍ନଟ କରିଥିଲେ। ଫରେଷ୍ଟ ଟିମର ମିଳିତ ଉଦ୍ୟମରେ ତାକୁ ରେଞ୍ଜ ଅଫିସରେ ରଖାଯାଇଛି। ଏହାର ଓଜନ ପ୍ରାୟ ୮ ରୁ ୧୦ କେଜି ହେବ ବୋଲି ଆନୁମାନିକ ଭାବେ କୁହାଯାଇଛି। ବନ ବିଭାଗର ଡିଏଫଓ ପହଞ୍ଚି ତାଦରଖ କଲା ପରେ ଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରେଞ୍ଜର ବିଜୟ କୁମାର ଖୁଣ୍ଟିଆ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଜି ସଦର ବ୍ଲକ କୁଶମେଲ ଗାଁରେ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଏହାର ଲମ୍ବ ୧୦ ଫୁଟ ଓ ଚଉଡ଼ା ୩ ଇଞ୍ଚ ଥିବା ବେଳେ ଓଜନ ୮ କେଜି ୨ ଶହ ଗ୍ରାମ ରହିଛି। ଦିନ ପ୍ରାୟ ଗୋଟାଏ ବେଳେ ବଲାଙ୍ଗିର ସହରର ସାପ ଧରାଳିଙ୍କୁ ଗ୍ରାମବାସୀ ଖବର ଦେଇଥିଲେ। ଅଜଗର ସାପ ଉଦ୍ଧାର କରିବା ପରେ ଫରେଷ୍ଟ ବିଭାଗକୁ ସୂଚନା ଦିଆଯାଇଥିଲା। ସ୍ଥାନୀୟ ରେଞ୍ଜ ଅଫିସରେ ରେଜିଷ୍ଟ୍ରେସନ ପରେ ଚାନ୍ଦିଲି ପାହାଡରେ ଅଜଗରକୁ ଛଡା ଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories