ବଲାଙ୍ଗିର: ବଲାଙ୍ଗିର ଜିଲା ସାମ୍ବାଦିକ ସଂଘର ୫୯ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ରକ୍ଷାକରି ନିରାଡମ୍ବର ଭାବେ ପାଳନ କରାଯାଇଥିଲା। ସଂଘର ସୀମିତ ସଭ୍ୟମାନଙ୍କ ସମାଗମରେ ସାମ୍ବାଦିକ ସଂଘର ପତାକାକୁ ବରିଷ୍ଠ ଉପଦେଷ୍ଟା ସତ୍ୟନାରାୟଣ ବେହେରା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ସଂଘର ବରିଷ୍ଠ ସଭ୍ୟ ଗୋପବନ୍ଧୁ ଶତପଥୀ, ନବୀନ କୁମାର ପଶାୟତ, ସୋମନାଥ ଆଚାର୍ଯ୍ୟ, ସୁଧୀର କୁମାର ପଣ୍ଡା, ସଭାପତି ହରିନାରାୟଣ ପୂଜାରୀ, ସାଧାରଣ ସମ୍ପାଦକ ବଳରାମ ମିଶ୍ର, ଉପ ସଭାପତି ଆନନ୍ଦ ଚନ୍ଦ୍ର ସାହୁ, ସମ୍ପାଦକ ରଞ୍ଜିତ ବେହେରା, ସାଙ୍ଗଠନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, ଶରତ ମହାକୁର, ସୁଧୀର ମିଶ୍ର, ସନ୍ଦୀପ କୁଅଁର, ସଚିଦାନନ୍ଦ ବଗର୍ତ୍ତି, ବିଭୁକଲ୍ୟାଣ ଗଡତ୍ୟା, ଦେବାଶିଷ ମିଶ୍ର, ଅନ୍ତର୍ଯାମୀ ସାହୁ, ମୁନା ଗୌଡ, ଶମ୍ଭୁ ସାହୁ, କର୍ଣ୍ଣ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ଆଡ଼ମ୍ବର ସହକାରେ ପାଳିତ ହେବ ବୋଲି ସଭାପତି ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି।
Popular Categories



