www.samajalive.in
Saturday, December 6, 2025
26.1 C
Bhubaneswar

ହୀରାକୁଦରେ କମୁଛି ଜଳସ୍ତର , ଯାଜପୁର ବରୀ ବ୍ଲକକୁ ଦିଆଯାଇଛି ସ୍ୱତନ୍ତ୍ର ଧ୍ୟାନ ; ଏସଆରସି

ଭୁବନେଶ୍ୱର : ଆଜି ଭୋରରୁ ହୀରାକୁଦରେ ଜଳ ପ୍ରବେଶ କମିବା ଆରମ୍ଭ କରିଛି। ହୀରାକୁଦରେ ଜଳ ପ୍ରବେଶ ଆଗକୁ ଆହୁରି କମିବା ଆଶା କରାଯାଉଛି। ମୁଣ୍ଡୁଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ, କାଲି ମଧ୍ୟାନ୍ନ ପର୍ଯ୍ୟନ୍ତ ମୁଣ୍ଡୁଳିରେ ସର୍ବାଧିକ ଜଳ ପ୍ରବାହିତ ହେବ।
ଏହାସହ ବୈତରଣୀ ଓ ବ୍ରାହ୍ମଣୀ ନଦୀ ଜଳସ୍ତର ହ୍ରାସ ପାଉଛି, ପାଗ ଶୁଖିଲା ଏବଂ ବର୍ଷା ହେଉନଥିବାରୁ ନଦୀରେ ଜଳସ୍ତର କମୁଛି। ଏନେଇ ଟ୍ୱିଟ ଯୋଗେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଥିବା ଜଣାପଡ଼ିଛି।
ବନ୍ୟା ପ୍ରବାହିତ ସମସ୍ତ ବ୍ଲକରେ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି। ଯାଜପୁର ବରୀ ବ୍ଲକକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ବରୀରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ କାର୍ଯ୍ୟ ପାଇଁ ୧୭ ଜଣ ଅଧିକାରୀ ରହିଛନ୍ତି।
ବର୍ତ୍ତମାନ ହୀରାକୁଦ ଡ଼୍ୟାମରୁ ୪୬ଟି ଗେଟ ଦେଇ ଜଳ ନିଷ୍କାସନ ଚାଲୁଥିବା ବେଳେ ଜଳ ଧାରଣର କ୍ଷମତା ୬୩୦ ଫୁଟ ରହିଛି। ଏବେ ଜଳ ପତ୍ତନ ୬୨୭.୯୫ । ଡ଼୍ୟାମକୁ ସେକେଣ୍ଡ ପ୍ରତି ୮ଲକ୍ଷ ୨୮ ହଜାର ୫୬୯ କ୍ୟୁସେକ ଜଳ ପ୍ରବେଶ କରୁଛି। ଏହାସହ ଡ଼୍ୟାମରୁ ୭ ଲକ୍ଷ ୬୫ ହଜାର ୪୦ କ୍ୟୁସେକ ଜଳ ନିଷ୍କାସନ ହେଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories