www.samajalive.in
Monday, December 8, 2025
13.1 C
Bhubaneswar

ସରକାରୀ ମୁଖ୍ୟ ସଚେତକ ଓ ଅତିରିକ୍ତ ଜିଲାପାଳଙ୍କ ବନ୍ୟାଞ୍ଚଳ ଗସ୍ତ

ଯାଜପୁର : ବିଂଝାରପୁର ବ୍ଳକ କଲ୍ୟାଣପୁର ଓ ରଣପୁର ପଂଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ସ୍ଥିତିରେ ରହିଛି। ଶନିବାର ପୂର୍ବାହ୍ନରେ ସରକାରୀ ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଏହି ଦୁଇ ପଂଚାୟତର ଜଳବନ୍ଦୀରେ ରହିଥିବା ବିଭିନ୍ନ ଗ୍ରାମକୁ ପରିଦର୍ଶନ କରିଥିଲେ । କଲ୍ୟାଣପୁର ପଂଚାୟତର ଇଚ୍ଚ୍ଥାପୁର ଓ ସମଲପୁର ଗ୍ରାମ ମଧ୍ୟରେ ପାଣି ପଶିଯାଇଥିବାରୁ ଲୋକ ମାନଙ୍କର ଦୁର୍ଦ୍ଦଶାକୁ ଉଭୟ ବିଧାୟିକା ଓ ଅତିରିକ୍ତ ଜିଲାପାଳ ଡଙ୍ଗା ମାଧ୍ୟମରେ ଯାଇ ଅନୁଧ୍ୟାନ କରିଥିଲେ । ପରେ ରଣପୁର ପଂଚାୟତର କଣ୍ଟିପୁର ଗ୍ରାମର ବିଭିନ୍ନ ଅଂଚଳ, ଲୁଣିଡିହ, କୁମ୍ଭାରସାହି, ଘାଇକୂଳ, ରଣପୁର, ବଟେଶ୍ୱର ଇତ୍ୟାଦି ଅଂଚଳକୁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଅତ୍ୟାବଶ୍ୟକୀୟ ପାଇଁ ଚୁଡା ପ୍ରଦାନ କରାଯାଇଥିବା ବେଳେ ଜିଲାପାଳ ୩ ଦିନ ପାଇଁ ରିଲିପଂ ଘୋଷଣା କରିଥିବାରୁ ତାହା ବଣ୍ଟନ କରାଯାଉଚ୍ଥି ବୋଲି ଅତିରିକ୍ତ ଜିଲାପାଳ ସୂଚନା ଦେବା ସହ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନର ବ୍ୟବସ୍ଥା ହୋଇଚ୍ଥି ବୋଲି କହିଥିଲେ ।

ସେହିପରି ଗୋ-ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଚ୍ଥି । କ୍ଷତିଗ୍ରସ୍ତ ଲୋକ ମାନଙ୍କର ତାଲିକା ପ୍ରସ୍ତୁତ କରିବାକୁ ଅତିରିକ୍ତ ଜିଲାପାଳ ଉପସ୍ଥିତ ଅତିରିକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତମାନ ସଂପୂର୍ଣ୍ଣ ଅଂଚଳ ଜଳମଗ୍ନ ହୋଇଯାଇଥିବାରୁ ଗୋରୁଗାଈ ମାନଙ୍କର ଖାଦ୍ୟର ଅଭାବ ରହିଚ୍ଥି । ତେଣୁ ଗୋ-ଖାଦ୍ୟ ପରିମାଣ ବୃଦ୍ଧି ପାଇଁ ମୁଖ୍ୟ ସଚେତକ ପରାମର୍ଶ ଦେବା ସହ ପ୍ରଶାସନ କ୍ଷତିଗ୍ରସ୍ତ ମାନଙ୍କର ସଠିକ ଅନୁଧ୍ୟାନ ପୂର୍ବକ ଯଥାଶିଘ୍ର ସହାୟତା ଯୋଗାଇ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories