www.samajalive.in
Saturday, December 13, 2025
14.1 C
Bhubaneswar

ଭଣ୍ଡାର ବୁଲିଯିବା କାଳ ହେଲା-ସ୍ପେଲ ଔେୟରେ ବୁଡି ଯୁବକ ମୃତ

ଭଞ୍ଜନଗର: ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏଠାରୁ ପ୍ରାୟ ୨୫ କି.ମି ଦୂର ଡହ ଜଳ ଭଣ୍ଡାରରେ ବୁଡି ଏକ ୨୨ ବର୍ଷର ଯୁବକ ପ୍ରାଣ ହରାଇଛି। ମୃତ ଯୁବକଟିର ନାମ ସୌରଭ କୁମାର ବେହେରା ଓ ବ୍ରହ୍ମପୁର ତୁଳସୀନଗର ବାସିନ୍ଦା ରାଜେନ୍ଦ୍ର ବେହେରାଙ୍କ ପୁଅ ବୋଲି ଜଣାପଡିଛି। ଗତ ଦୁଇ ଦିନ ତଳେ ଭଞ୍ଜନଗର ଏନ୍ଏସିରେ କାର୍ଯ୍ୟ କରୁଥିବା ପିଉସା ବାବୁଲା ଗୌଡଙ୍କ ଘରକୁ ବୁଲିବାକୁ ଆସିଥିଲା। ସୌରଭ ସହ ଛତ୍ରପୁରରେ ରହୁଥିବା ବାବୁଲାଙ୍କ ଅନ୍ୟ ଏକ ଜ୍ବାଇଁ କୋକେଶ ମହାକୁଡ ମଧ୍ୟ ବାବୁଲାଙ୍କ ଘରକୁ ବୁଲିବାକୁ ଆସିଥିଲେ।

 

- Advertisement -

ଶନିବାର ସକାଳେ ସୌରଭ ଓ ମଉସା କୋକେଶ, ବାବୁଲାଙ୍କ ପୁଅ କିଶାନ ଓ କିଶାନର ଜଣେ ସାଙ୍ଗ ଶିବରାମ ପାତ୍ର ମିଶି ବାବୁଲା ରହୁଥିବା ଭଞ୍ଜନଗର ଠାକୁରାଣୀ ମନ୍ଦିର ସାହିରୁ ଦୁଇଟି ବାଇକରେ ବୁଲିବାକୁ ଡହ ଅଞ୍ଚଳକୁ ଯାଇଥିଲେ। ପ୍ରକୃତିଭରା ଏହି ଅଗମ୍ୟ ଇଲାକାର ବାପାଙ୍ଗି ମା’ ଠାକୁରାଣୀ ପୀଠ ବୁଲିସାରି ଏମାନେ ଡହ ଜଳ ଭଣ୍ଡାରରେ ପହଁଞ୍ଚିଥିଲେ। ଡହ ଜଳ ଭଣ୍ଡାର ବୁଲି ଦେଖିବା ପରେ ମୁଖ୍ୟ କେନାଲର ଗେଟ୍ ତଥା ଜଳ ନିସ୍କାସନ କରୁଥିବା ସ୍ପେଲ ଔେୟ ଭିତରକୁ ସୌରଭ ଯାଇଥିଲା। ସେ ପାଣି ଭିତରକୁ ଗୋଡ ବଢାଇଥିଲା। ମୂହୁର୍ତ୍ତକ ମଧ୍ୟରେ ସୌରଭର ଗୋଡ ସ୍ପେଲ ଔୟର ଗଭୀର ଜଳ ଭିତରକୁ ଖସି ଯାଇଥିଲା। ସ୍ପେଲ ଔେୟ ପଠାର ଅସମାଞ୍ଜସ୍ୟ ସିମେଣ୍ଟ କଂକ୍ରିଟ ଓ ପଥରର ଆବୁଖାବୁ ଛନ୍ଦ ମଧ୍ୟରେ ସୌରଭର ଗୋଡ ଛନ୍ଦି ହୋଇ ରହି ଯାଇଥିଲା। ସେ ଆଉ ପାଣି ଭିତରକୁ ବାହାରକୁ ଆସି ପାରି ନ ଥିଲା। ସେଠି ବୁଡିଯାଇ ପ୍ରାଣ ହରାଇଥିଲା। ସୌରଭର ସାଥିରେ ଥିବା ଆତ୍ମୀୟ ଲୋଳେ ସୌରଭକୁ ପାଣି ଭିତରୁ ବାହାର କରି ନ ପାରି ଅସହାୟ ହୋଇ ପଡିଥିଲେ। କୌଣସି ଉପାୟ ପାଇ ନ ପାରି ସେଠାରୁ ଦୌଡି ଯାଇ ନିକଟରେ ଥିବା ଡହ ଗ୍ରାମବାସୀଙ୍କୁ ଡାକ ପକାଇଥିଲେ। ଡହର କିଛି ଯୁବକ ତତ୍କାଳ ସେଠାରେ ପହଁଚି ସ୍ୱେଲ ଔେୟ ଭିତରକୁ ଲମ୍ପ ମାରି ପାଣି ଭିତରେ ବୁଡି ରହିଥିବା ସୌରଭକୁ ଖୋଜି ବାହାର କରି କୂଳକୁ ଟାଣି ଆଣିଥିଲେ। ସେତେବେଳୁ ସୌରଭର ପ୍ରାଣବାୟୁ ଉଡି ଯାଇଥିଲା। ଏହି ସଂକାନ୍ତରେ ଡହ ଗ୍ରାମବାସୀ ଭଞ୍ଜନଗର ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ଏଠାରେ ପହଁଚି ସୌରଭର ନିଶ୍ଚଳ ଶରୀରକୁ ସେଠାରୁ ଉଠାଇ ଭଞ୍ଜନଗର ସରକାରୀ ଡାକ୍ତରଖାନାକୁ ନେଇ ଆସିଥିଲେ। ଡାକ୍ତର ସେଠାରେ ସୌରଭଙ୍କୁ ମୃତ ଘୋଷଣା କରିଥିଲେ। ମୃତ ସୌରଭର ପରିବାର ବ୍ରହ୍ମପୁରରୁ ଆସି ଭଞ୍ଜନଗର ପହଁଚିଥିଲେ। ଆତ୍ମିୟ ଲୋକଙ୍କ କାରୁଣ୍ୟ କ୍ରନ୍ଦନରେ ହାସପିଟାଲରେ ଶୋକାକୂଳ ପରିବଶେ ସୃଷ୍ଟି ହୋଇଥିଲା। ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ତାଙ୍କ ଟିମ୍ ଏଠାରେ ପହଞ୍ଚି ତାଙ୍କ ବାପାଙ୍କ ଏତଲା ଅନୁଯାୟୀ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ କରିଥିଲେ। ସୂଚନା ଯୋଗ୍ୟ ଯେ ବ୍ରହ୍ମପୁର ତୁଳସୀନଗର ବାସିନ୍ଦା ରାଜେନ୍ଦ୍ର ବେହେରାଙ୍କ ଏକ ମାତ୍ର ପୁତ୍ର ସୌରଭର ମୃତ ଘଟଣା ପରିବାର ଲୋକଙ୍କ ପାଇଁ ହୃଦୟ ବିଦାରକ ଦୃଶ୍ୟ ସୃଷ୍ଟି କରିଥିଲା।

Hot this week

ଶୀତରେ ଥରୁଛି ସାରା ଓଡିଶା

ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ ଦିଗରୁ...

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

Related Articles

Popular Categories