www.samajalive.in
Tuesday, December 9, 2025
16.1 C
Bhubaneswar

ମହାନଦୀରେ ବନ୍ୟା ପରିସ୍ଥିତି, କଇଁମୁଣ୍ଡି ଗ୍ରାମ ୩ ଦିନ ହେଲା ଜଳବନ୍ଦୀ

ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ପଞ୍ଚାୟତ ଅଧିନ କଇଁମୁଣ୍ଡି ଗ୍ରାମ। ଦୀର୍ଘ ୩ ଦିନ ହେବ ଜଳବନ୍ଦୀ ରହିଛି। ମହାନଦୀର ଅାଁ ଭିତରେ ଯେପରି ଏ ଗାଁ ଟି ଗିଳି ହୋଇଯାଇଛି। ଦୀର୍ଘ ଦିନ ହେବ ବାଙ୍କୀ କଟକ ମୁଖ୍ୟ ରାସ୍ତା ଠାରୁ ଏକ ସ୍ଥାୟୀ ସଂଯୋଗୀ ପୋଲ ନିର୍ମାଣ ଶେଷ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ମଧ୍ୟ ପ୍ରଶାସନିକ ଅଣଦେଖା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେତୁ ଦୀର୍ଘ ୩୦ ବର୍ଷ ତଳୁ ଆରମ୍ଭ ହୋଇଥିବା ପୋଲଟି ସମ୍ପୂର୍ଣ୍ଣ ହୋଇପାରିନାହିଁ। ପ୍ରତିବର୍ଷ ବନ୍ୟା ଆସିଲେ ମହାନଦୀ କୂଳ ଲଙ୍ଘି ଏ ଗାଁକୁ ଜଳବନ୍ଦୀ କରିଦିଏ। ପାଣି ନଛାଡିଲା ପର୍ଯ୍ୟନ୍ତ ଗ୍ରାମବାସୀ ଗାଁ ରୁ ବାହାରକୁ ଯାଇ ପାରନ୍ତି ନାହିଁ। ପଥରବାରି ଅସମ୍ପୁର୍ଣ୍ଣ ପୋଲଟି ଏବେ ପାଣି ଘେରରେ। ଗାଁକୁ ସଂଯୋଗୀ ରାସ୍ତା ଉପରେ ୮ଫୁଟର ପାଣି। ପ୍ରବଳ ସୁଅରେ ଯିବା ସମ୍ଭବ ହୋଇନାହିଁ। ବନ୍ୟା ଆସିଲେ ପ୍ରତିବର୍ଷ ଗ୍ରାମବାସୀ ପ୍ରଶାସନ ପାଖରେ ଦାବି କରିବା ଏକ ସ୍ୱଭାବିକ କାର୍ଯ୍ୟକ୍ରମ ହୋଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଗ୍ରାମବାସୀଙ୍କୁ ବ୍ୟଥିତ କରିଛି। ଚଳିତ ବନ୍ୟାରେ ୩ ଦିନ ହେବ ସମ୍ପୂର୍ଣ୍ଣ ଗ୍ରାମଟି ଜଳବନ୍ଦୀ। ଖାଦ୍ୟ,ପିଇବା ପାଣି,ଔଷଧ ଏବେ ସଂକଟରେ। ବର୍ତ୍ତମାନ ହୀରାକୁଦ ରୁ ୪୬ଟି ଗେଟ ଖୋଲା ଯାଇଥିବାରୁ ନିଶ୍ଚିନ୍ତ ଭୟଙ୍କର ବନ୍ୟା ପରିସ୍ଥିତିର ଆଶଙ୍କା ଓ ଚ୍ଛନ୍ନକା ଦେଇଛି। ଗ୍ରାମବାସୀ ହଜାରୀ ଚରଣ ରାଉତ,ଭାସ୍କର ସାହୁ,ଲକ୍ଷ୍ମୀଧର ସୁତାର,ଜୁଗଳ ଚନ୍ଦ୍ର ସୁତାର,ନିରଞ୍ଜନ ବେହେରା, ସୁନିଲ ଚନ୍ଦ୍ର ସ୍ୱାଇଁ,ଶ୍ୟାମସୁନ୍ଦର ଧର,ନରେନ୍ଦ୍ର କୁମାର ସାହୁ,ସୁଧାକର ସାହୁ,ଜିତେନ କୁମାର ରାଉତ,ନିପୁଞ୍ଜ ସୁତାର ପ୍ରମୁଖ ଗ୍ରାମବାସୀଙ୍କ ପକ୍ଷରୁ ବନ୍ୟା ଛାଡିଲା ପରେ ଆଗାମୀ ଦିନରେ ସମସ୍ୟା ସୁଧାର ପାଇଁ କଇଁମୁଣ୍ଡି ଠାରେ ଅର୍ଦ୍ଧନିର୍ମିତ ହୋଇ ପଡି ରହିଥିବା ପଥରବାରି ପୋଲର ନିର୍ମାଣ କାର୍ଯ୍ୟ ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଗଲେ ବାଙ୍କୀ କଟକ ମୁଖ୍ୟ ରାସ୍ତା ସହିତ କଇଁମୁଣ୍ଡି ଗ୍ରାମର ସବୁଦିନିଆ ସଂଯୋଗ ସ୍ଥାପନ ଓ ବନ୍ୟା ବିପ୍ତାତ ସମୟରେ ଗ୍ରାମବାସୀ ମାନେ ସୁରକ୍ଷିତ ଭାବରେ ଉଚ୍ଚା ସ୍ଥାନକୁ ଯାଇ ପାରିବେ ବୋଲି ଗଣମାଧ୍ୟମ ଜରିଆରେ ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ ଗ୍ରାମ ଚାରିପଟ ବ୍ୟାପକ ଓ ଭୟଙ୍କର ବନ୍ୟାଜଳ ଘେରି ରହିଥିବାରୁ ସଂକୁଳିତ ଅବସ୍ଥାରେ ଗ୍ରାମବାସୀ ଥିବା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories