www.samajalive.in
Sunday, December 14, 2025
23.1 C
Bhubaneswar

କରୋନା ପରେ ଏବେ ଚାଷୀମୁଣ୍ଡରେ ବନ୍ୟା ଚଡ଼କ, ମହାନଦୀ ବନ୍ୟାଜଳରେ ବଡ଼ମ୍ବାର ଶହଶହ ଏକର ଚାଷଜମି ଜଳମଗ୍ନ

ବଡ଼ମ୍ବା: ମହାମାରୀ କରୋନା ଯୋଗୁଁ ଅଭାବି ବିକ୍ରିନେଇ କଲବଲ ହେବା ପରେ ଏବେ ଚାଷୀକୁଳଙ୍କୁ ବନ୍ୟା ଦାଉର ଶିକାର ହେବାକୁ ପଡ଼ିଛି। ମହାନଦୀର ବନ୍ୟାଜଳରେ କଟକ ଜିଲା ବଡ଼ମ୍ବା ବ୍ଲକର ଶହଶହ ଏକର ଚାଷଜମି ଏବେ ଜଳମଗ୍ନ ହୋଇଛି। ଫଳସ୍ୱରୁପ ଧାନ ଚାଷ ସମେତ ପରିବା ଚାଷ ଏବେ ବନ୍ୟାଜଳରେ ସଢିପୋଚି ଯିବାକୁ ବସିଲାଣି। ସତେଯେମିତି ଚାଷୀସମୁହଙ୍କୁ କରୋନା ପରେ ବନ୍ୟା ଚଡ଼କର ଶିିକାର ହେବାକୁ ପଡ଼ିଛି ! ଅନୁସଂଧାନରୁ ଜଣାଯାଇଛି ବଡ଼ମ୍ବା ବ୍ଲକ ଦକ୍ଷିଣପାଶ୍ୱର୍ ମହାନଦୀକୂଳ ରତାପାଟ ଠାରୁ ମାନପୁର ମାହାଲର ଏକରଏକର ଚାଷଜମି ଏବେ ମହାନଦୀ ବନ୍ୟାଜଳର ବ୍ୟାକଲଗ୍‌ ପ୍ରଭାବରେ ଜଳମଗ୍ନ ହୋଇଯାଇଛି। ବିଗତ ଦୁଇଦିନ ହେବ ଏହିସବୁ ଅଞ୍ଚଳର ଚାଷଜମିରେ ପ୍ରାୟ ୩ଫୁଟ ଉଚ୍ଚର ବନ୍ୟାଜଳ ମାଡ଼ିଯାଇଛି। କରଡ଼ିବନ୍ଧ ନିକଟସ୍ଥ ସରନଳା ଠାରୁ ଶଶାଙ୍ଗ,ଗମେଇ,ଖଳିମାଟି,କଣ୍ଢା ଧରି ରତାପାଟ ପୋଡ଼ାନାଳ ମାହାଲ ପର୍ଯ୍ୟନ୍ତ ବିସ୍ତିର୍ଣ୍ଣ ଅଞ୍ଚଳର ଚାଷଜମି। ସେହିଭଳି ମଙ୍ଗରାଜପୁରଠୁ ଧରି ଶଙ୍ଖାମେରୀ,ଗୋପମଥୁରା ମାହାଲ ଏବଂ ଦିନିଆରୀଠୁ ଧରି ବାଙ୍ଗେରିସିଂହା,ମାନପୁର ମାହାଲ ଆଦି ବଡ଼ମ୍ବା ବ୍ଲକର ଶହଶହ ଏକର ଚାଷଜମି ଏବେ ବନ୍ୟାଜଳ ଘେରରେ ବୁଡି଼ରହିଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳୁଛି। ବଡ଼ମ୍ବା ବ୍ଲକ କୃଷିଅଧିକାରୀ ହରିହର ବାରିକ ଏବଂ ସହକାରୀ ଅଧିକାରୀ ଚିତ୍ତରଞ୍ଜନ ଦାଶଙ୍କଠୁ ମିଳିଥିବା ସୂଚନାନୁଯାଇ ପ୍ରାଥମିକ ଭାବେ ଦୃଷ୍ଟିଗୋଚର ହୋଇଥିବା ଆକଳନ ମୁତାବକ ବ୍ଲକର ପ୍ରାୟ ୯ଟି ପଞ୍ଚାୟତର ୪୨୫ହେକ୍ଟର ଚାଷଜମି ମହାନଦୀର ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇ ଜଳମଗ୍ନ ରହିଛି। ସେଥିମଧ୍ୟରେ ପାଖାପାଖି ୩୭୫ ହେକ୍ଟର ଧାନ କ୍ଷେତ ଏବଂ ୫୦ ହେକ୍ଟର ପରିବା କ୍ଷେତ ପ୍ରଭାବିତ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ମୁଖ୍ୟତଃ ନଦୀକୂଳ ରତାପାଟ,ଖଳିଢିପ,କଣ୍ଢା,ଗମେଇ,ଶଶାଙ୍ଗ,ଓଗାଳପୁର,କରଡ଼ିବନ୍ଧ,ବାଙ୍ଗେରିସିଂହା,ନରଣପୁର,ଯୋଡ଼ୁମ ଆଦି ଅଞ୍ଚଳରେ କୃଷି ବିଭାଗ ତରଫରୁ ପ୍ରାଥମିକ ଆକଳନ କରାଯାଇଥିବା ବେଳେ ସେଥିମଧ୍ୟରେ ବାଙ୍ଗେରିସିଂହା,ନରଣପୁର,ଖଳିଢିପ,କଣ୍ଢା ଆଦି ଅଞ୍ଚଳରେ ବ୍ୟାପକ ପରିବାକ୍ଷେତ ବନ୍ୟାଜଳରେ କ୍ଷତିଗ୍ରସ୍ତ ହୋଇଥିବା ପ୍ରକାଶ। ବ୍ଲକ ଅଧୀନସ୍ଥ ରତାପାଟଠାରୁ ମାନପୁର ପର୍ଯ୍ୟନ୍ତ ଥିବା ଅଞ୍ଚଳର ଅର୍ଦ୍ଧାଧିକ ଚାଷଜମି ଏବେ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଥିବା ବେଳେ ସମସ୍ତ ଅଞ୍ଚଳ ପରିଦର୍ଶନ କରି ପ୍ରକୃତ କ୍ଷୟକ୍ଷତି ଆକଳନ କରିବାକୁ କୃଷକବନ୍ଧୁ ନେତୃବର୍ଗ ଦାବି କରିଛନ୍ତି। ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ଏନେଇ ଯଦିଓ ବିଭାଗୀୟ ଅଧିକାରୀ ତଥା ବ୍ଲକ ପ୍ରଶାସନ ସହିତ ଗୁରୁବାର ସମୀକ୍ଷା କରିଛନ୍ତି ,ତେବେ ବାସ୍ତବସ୍ଥିତିକୁ ନେଇ ପ୍ରଶାସନ ଚାଷୀଙ୍କ ପାଖରେ ପହଞ୍ଚି ସେମାନଙ୍କ କ୍ଷୟକ୍ଷତିର ଆକଳନ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories