www.samajalive.in
Tuesday, December 9, 2025
17.1 C
Bhubaneswar

ବନ୍ୟା ପରିସ୍ଥିତି ଗମ୍ଭୀର, ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଫୋନ ଯୋଗେ ୧୧ଟି ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ସେ ଟ୍ୱିଟ କରିଛନ୍ତି, ‘ସମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷୀରେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଗଂଜାମ, ଖୋର୍ଦ୍ଧା, ଢେଙ୍କନାଳ ଏବଂ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଫୋନ ଯୋଗେ ସ୍ଥିତି ସମୀକ୍ଷା କଲି। ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକ ସ୍ଥଳେ ପ୍ରଭାବିତ ଅଂଚଳରେ କିପରି ଉତ୍ତମ ସ୍ୱାସ୍ଥ୍ୟସେବା ସହ ଆବଶ୍ୟକୀୟ ଔଷଧ ପ୍ରଚୁର ମହଜୁଦ ରହିବ ସେନେଇ ମଧ୍ୟ ଗୁରୁତ୍ୱପୂର୍ଣ ଆଲୋଚନା କଲି।’

- Advertisement -

ଶ୍ରୀ ଷଡଙ୍ଗୀ ଟ୍ୱିଟ ମାଧ୍ୟମରେ ରାଜ୍ୟ ସରକାର ଏବଂ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକର ପ୍ରଶାସନକୁ ଅନୁରୋଧ କରି କହିଛନ୍ତି, ‘ମୋର ବିନୀତ ଅନୁରୋଧ ତତ୍ପରତା ଓ ଆଗୁଆ ପଦକ୍ଷେପ ଦ୍ୱାରା ହୁଏତ ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଜନିତ ସମସ୍ୟା ଏବଂ କ୍ଷୟକ୍ଷତିକୁ ଏଡାଇ ଦିଆଯାଇ ପାରିବ। ଏହି ସବୁ ଜିଲ୍ଲାମାନଙ୍କରେ ଥିବା ବନ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଏବଂ ଗୁଣବତ୍ତାର ଆଗୁଆ ମାନ ଯାଞ୍ଚ ନିମନ୍ତେ ମଧ୍ୟ ଅବଗତ କରାଇଲି।’

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories