www.samajalive.in
Tuesday, December 9, 2025
15.1 C
Bhubaneswar

କାଲିଠାରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ବର: ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ କରାଯିବ। ଆର୍‌ଏମ୍‌ଆର୍‌ସିର ଟେକ୍ନିକାଲ୍‌ ଏବଂ ବିଏମ୍‌ସିର ପ୍ରଶାସନିକ ଅଧିକାରୀ ମିଳିତ ଭାବେ ସର୍ଭେ କରିବେ। ବିଏମ୍‌ସିର ୨୫ଟି ୱାର୍ଡରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ କରିବ ୫ଟି ଟିମ୍‌। ୨ଟି ଗ୍ରୁପ୍‌: କମ୍ୟୁନିଟି ଓ ହାଇରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ। ପ୍ରଥମ ୨ଦିନରେ ୧୫ଶହ ସାମ୍ପୁଲ ସଂଗ୍ରହ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି।
ଆଜି ଭୁବନେଶ୍ବରରେ ୩୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୦୩ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ବୋଲି ଜଣାପଡ଼ିଛି। ତେବେ ଆଜି ସୁଦ୍ଧା ଭୁବନେଶ୍ବରରେ ୮୬୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୫୧୨୪ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୭୮ଜଣ ଚିକିତ୍ସିତ ହେଉଛନ୍ତି। କରୋନା ଆକ୍ରାନ୍ତରେ ୩୬ଜଣଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories