www.samajalive.in
Saturday, December 13, 2025
21.1 C
Bhubaneswar

ଜାଣତରେ ଅଜାଣରେ ହେଉଥିବା ଏହି ଭୁଲ ପାଇଁ ଅଯଥାରେ ହୋଇଥାଏ ଟଙ୍କା ଖର୍ଚ୍ଚ

ଅଧିକାଂଶ ଲୋକେ ଆବଶ୍ୟକ ପରିମାଣରେ ଟଙ୍କା ସଞ୍ଚୟ ନକରିପାରୁଥିବାରୁ ଚିନ୍ତିତ ରହିଥାଆନ୍ତି। ଏହାସହ ଘରେ ମଧ୍ୟଟଙ୍କା ପଇସାର ଅଭାବ ଦେଖାଯାଇଥାଏ। ବିନା କାରଣରେ ଅଯଥା ଖର୍ଚ୍ଚ ମଧ୍ୟ ହୋଇଥାଏ। ଆର୍ଥିକ ସମସ୍ୟା ଲାଗିରହିଥାଏ। ବାସ୍ତୁ ଅନୁଯାୟୀ ଜାଣତରେ ଅଜାଣତରେ କରୁଥିବା କିଛି ଭୁଲ କାରଣରୁ ଏହି ସମସ୍ୟା ହୋଇଥାଏ। ଜାଣନ୍ତୁ ….
କିଛି ଲୋକେ ଘରକୁ ସଫାସୁତୁରା ରଖନ୍ତି ମାତ୍ର ଘରର ଛାତକୁ ସଫା କରନ୍ତି ନାହିଁ। ବାସ୍ତୁ ଅନୁଯାୟୀ ଛାତରେ ଆଦୌ ଅସନା ଅପରିଷ୍କାର ରଖନ୍ତୁ ନାହିଁ। ଏହାକୁ ନିୟମିତ ସଫା କରନ୍ତୁ। ଛାତ ଅପରିଷ୍କାର ହେଲେ ମାନସିକ ଅଶାନ୍ତି ଲାଗି ରହେ।
ଧନ ସଂଚୟ ପାଇଁ ଧନ ରଖିବାର ଦିଗ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତୁ। ଯଦି ଧନକୁ ସଠିକ ଦିଗରେ ରଖାଯାଏ ତେବେ ଖୁବ ଲାଭ ମିଳିଥାଏ। ତେଣୁ ଆଲମିରାକୁ ବାସ୍ତୁ ଅନୁଯାୟୀ ସଠିକ ସ୍ଥାନରେ ରଖନ୍ତୁ। ଏହି ସ୍ଥାନକୁ ଭଲ ଭାବେ ସଫା ରଖନ୍ତୁ।
ଘରର ସାଜସଜ୍ଜାର କୌଣସି ଜଳ ଜାତୀୟ ଜିନିଷ ଥିଲେ, ଏହାକୁ ଉତ୍ତର ଦିଗରେ ରଖନ୍ତୁ। ଏହି ଉତ୍ତର ଦିଗକୁ କୁବେରଙ୍କ ଦିଗ ବୋଲି କୁହାଯାଏ।
ଘରର କଳରୁ ପାଣି ପଡ଼ିବା ମଧ୍ୟ ଅନୁଚିତ। ଏପରି ହେବା ଦ୍ୱାରା ଘରରେ ଅଯଥାରେ ଧନ ଖର୍ଚ୍ଚ ହୋଇଥାଏ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories